Find Happiness: ୫୫ ବର୍ଷ ବୟସରେ ବାର୍ଷିକ ସାଢ଼େ ୧ କୋଟିର ଚାକିରି ଛାଡ଼ି ନୂଆ ଦୁନିଆଁ ଗଢ଼ୁଛନ୍ତି ମହିଳା

1 hour ago 2
ARTICLE AD BOX

ଜଣେ ବ୍ୟକ୍ତିଙ୍କ ପାଇଁ ସଫଳତାର ମାନକ କ'ଣ? ଏକ ବଡ଼ ପଦବୀ, ମୋଟା ଅଙ୍କର ବେତନ ଏବଂ ଆର୍ଥିକ ସୁରକ୍ଷା। ସାଧାରଣତଃ ଆମେ ଏହାକୁ ହିଁ ସଫଳତା ବୋଲି ଭାବୁ। କିନ୍ତୁ ଆମେରିକାର ମିଆମୀରେ ରହୁଥିବା ୫୫ ବର୍ଷୀୟା ମାରିଆ ସେଣ୍ଟମାନାଟ୍ ଏହି ସବୁ ଧାରାକୁ ବଦଳାଇ ଦେଇଛନ୍ତି। ସେ କ୍ୟାରିୟରର ଶିଖରରେ ଥିବାବେଳେ ବାର୍ଷିକ ପ୍ରାୟ ୧ କୋଟି ୪୫ ଲକ୍ଷ ଟଙ୍କାର ଚାକିରିକୁ ହାତରୁ ଛାଡ଼ି ଦେଇଛନ୍ତି। କାରଣ, ଟଙ୍କାଠାରୁ ତାଙ୍କ ପାଇଁ ମାନସିକ ଶାନ୍ତି ଏବଂ ଆତ୍ମସନ୍ତୋଷ ଅଧିକ ମୂଲ୍ୟବାନ ଥିଲା।

ଆହୁରି ପଢ଼ନ୍ତୁ: ସରକାର କରୁଛନ୍ତି କପଟ ଆଚରଣ, ଅଭିଯୋଗ ଆଣିଲେ ପ୍ରିୟଙ୍କା ଚତୁର୍ବେଦୀ

ପ୍ରାୟ ୧୬ ବର୍ଷ ଧରି ଫିଟନେସ୍ କ୍ଷେତ୍ରରେ କାମ କରିବା ପରେ ମାରିଆଙ୍କ ଜୀବନରେ ଏକ ବଡ଼ ମୋଡ଼ ଆସିଥିଲା। ସେ ଆମେରିକାର ସବୁଠାରୁ ବଡ଼ ୫କେ ଦୌଡ଼ ପ୍ରତିଯୋଗିତାଗୁଡ଼ିକ ମଧ୍ୟରୁ ଏହାର ଡାଇରେକ୍ଟର ଭାବରେ କାମ କରୁଥିଲେ। ଏହି ଚାକିରିରୁ ସେ ବାର୍ଷିକ ପ୍ରାୟ ୧.୪୫ କୋଟି ଟଙ୍କା ରୋଜଗାର କରୁଥିଲେ। ଏପରିକି ଯଦି ସେ ସେହି ପଦବୀରେ ଆହୁରି ରହିଥା'ନ୍ତେ, ତେବେ ପରବର୍ଷ ତାଙ୍କର ବାର୍ଷିକ ଦରମା ବୃଦ୍ଧି ପାଇ ୧.୭ କୋଟି ଟଙ୍କା ହୋଇଥା'ନ୍ତା କିନ୍ତୁ ଏତେ ବଡ଼ ଦରମା ଓ ସୁରକ୍ଷିତ ଭବିଷ୍ୟତ ସତ୍ତ୍ୱେ ମାରିଆଙ୍କ ମନରେ ଖୁସି ନଥିଲା।

କାହିଁକି ଛାଡ଼ିଲେ ଏହି ଚାକିରି?

କାଗଜ କଲମରେ ମାରିଆ ବେଶ୍ ସଫଳ ଥିଲେ। କିନ୍ତୁ ଏହି ଚାକିରିର ଚାପ ତାଙ୍କ ଶାରୀରିକ ଓ ମାନସିକ ସ୍ୱାସ୍ଥ୍ୟ ଉପରେ ଗଭୀର ପ୍ରଭାବ ପକାଇବାକୁ ଲାଗିଲା। ପ୍ରତିଦିନ କାମକୁ ଯିବାକୁ ତାଙ୍କର ଆଉ ଆଗ୍ରହ ନଥିଲା। ପେଟ ସମ୍ବନ୍ଧୀୟ ବିଭିନ୍ନ ସମସ୍ୟା ଏବଂ ଅତ୍ୟଧିକ ଚିନ୍ତା ଯୋଗୁଁ ସେ ଅଣନିଶ୍ୱାସୀ ହୋଇପଡ଼ିଥିଲେ। ଏପରିକି ତାଙ୍କର ଦୁଇ ଯୁବତୀ ଝିଅମାନେ ମଧ୍ୟ ମା'ଙ୍କ ଏପରି ପରିବର୍ତ୍ତନକୁ ସ୍ପଷ୍ଟ ଭାବରେ ଅନୁଭବ କରିପାରିଥିଲେ। ଶେଷରେ, ଗତ ଅଗଷ୍ଟ ୨୦୨୬ରେ ମାରିଆ ହାତରେ ଅନ୍ୟ କୌଣସି ନୂଆ ଚାକିରି ନଥାଇ ମଧ୍ୟ ସାହସର ସହିତ ଏହି ଚାକିରିରୁ ଇସ୍ତଫା ଦେଇଦେଲେ।

ପ୍ରକୃତିର କୋଳରେ ନୂଆ ଆରମ୍ଭ: 'ହ୍ୱାଇଟ୍ ନଟ୍ ୱାଇଲ୍ଡ୍‌'

ଚାକିରି ଛାଡ଼ିବା ପରେ ମାରିଆ ସ୍ଥିର କଲେ ଯେ ତାଙ୍କର ପରବର୍ତ୍ତୀ ଅଧ୍ୟାୟ ପ୍ରକୃତି ସହିତ ଜଡ଼ିତ ହେବ। କାରଣ ପ୍ରକୃତି ହିଁ ତାଙ୍କୁ ଆଶ୍ୱସ୍ତି ଓ ଆନ୍ତରିକ ଶାନ୍ତି ଦେଇଥାଏ। ଏହି ଭାବନାକୁ ନେଇ ସେ ଆରମ୍ଭ କଲେ ଏକ ନୂତନ ଉଦ୍ୟମ 'ହ୍ୱାଇଟ୍ ନଟ୍ ୱାଇଲ୍ଡ୍‌'। ଏହି କମ୍ପାନି ଜରିଆରେ ସେ ଲୋକଙ୍କୁ ପ୍ରକୃତିର ଅତି ନିକଟତର କରାଇବା ପାଇଁ ସ୍ୱତନ୍ତ୍ର ଅଭିଜ୍ଞତା ଯୋଗାଉଛନ୍ତି। ଏଥିରେ ଏଭର୍ଗ୍ଲେଡ୍ସର ଜଙ୍ଗଲରେ ଟ୍ରେକିଂ, ପାଣି ମଧ୍ୟରେ ଚାଲିବା ଓ ପ୍ରକୃତିକୁ ପାଖରୁ ଅନୁଭବ କରିବା ଭଳି ବିଭିନ୍ନ ବ୍ୟକ୍ତିଗତ କାର୍ଯ୍ୟକ୍ରମ ସାମିଲ ଅଛି। ଏହାଛାଡ଼ି ସୋସିଆଲ ମିଡିଆ ଜରିଆରେ ସେ ଆଖପାଖର ପ୍ରାକୃତିକ ସୌନ୍ଦର୍ଯ୍ୟ ବିଷୟରେ ମଧ୍ୟ ଲୋକଙ୍କୁ ସଚେତନ କରୁଛନ୍ତି।

ଆର୍ଥିକ ଅନିଶ୍ଚିତତା ଓ ପରିବାରର ସମର୍ଥନ

ଏହି ନିଷ୍ପତ୍ତି ପଛରେ ବଡ଼ ଆର୍ଥିକ କ୍ଷତି ରହିଛି। ବର୍ତ୍ତମାନ ତାଙ୍କର ନୂଆ ବ୍ୟବସାୟରୁ କୌଣସି ଆୟ ଆସୁନାହିଁ। ପୂର୍ବରୁ ସଞ୍ଚୟ କରିଥିବା ଅର୍ଥ ଏବଂ ପୁରୁଣା ଋଣ ପରିଶୋଧ କରିବା ପରେ ତାଙ୍କ ପାଖରେ ମାତ୍ର ୬ ମାସରୁ ଗୋଟିଏ ବର୍ଷ ଚଳିବା ଭଳି ସଞ୍ଚୟ ରହିଛି। ତଥାପି ସେ ଏହାକୁ ନେଇ ଆଦୌ ଚିନ୍ତିତ ନାହାନ୍ତି। ତାଙ୍କ ପରିବାର, ବିଶେଷକରି ତାଙ୍କ ଝିଅମାନେ ଏବଂ ତାଙ୍କ ପୂର୍ବତନ ସ୍ୱାମୀ ମଧ୍ୟ ଏହି ନିଷ୍ପତ୍ତିରେ ତାଙ୍କୁ ପୂର୍ଣ୍ଣ ସମର୍ଥନ ଜଣାଇଛନ୍ତି।

ମାରିଆ କୁହନ୍ତି,"ମୁଁ ମୋର ସମସ୍ତ ଆୟ ଏବଂ ଭବିଷ୍ୟତର ଆର୍ଥିକ ସୁରକ୍ଷା ହରାଇଛି, କିନ୍ତୁ ବଦଳରେ ବହୁତ କିଛି ପାଇଛି। ଆଜି ମୁଁ ମାନସିକ, ଶାରୀରିକ ଭାବରେ ବହୁତ ଭଲ ଅନୁଭବ କରୁଛି। ଆଜି ମୋ ପାଖରେ ପଇସା ନଥାଇପାରେ, କିନ୍ତୁ ମୁଁ ପ୍ରତିଦିନ ସକାଳେ ଏକ ନୂଆ ଉତ୍ସାହ ଏବଂ ଖୁସି ସହିତ ବଞ୍ଚୁଛି।"

ଆହୁରି ପଢ଼ନ୍ତୁ: ବିଜେପି ୫ ଆସନରେ ବିଜୟୀ ଗୋଟିଏରେ ଆଗୁଆ

ଅଧିକ ଦେଖନ୍ତୁ:

Read Entire Article
LEFT SIDEBAR AD

Hidden in mobile, Best for skyscrapers.