Judgement: ସର୍ବୋଚ୍ଚ ଅଦାଲତଙ୍କ ପ୍ରଶ୍ନ; ଘର ବଦଳାଇଥିବା ଭୋଟରଙ୍କୁ ନୂଆ ପଞ୍ଜୀକରଣ ଫର୍ମ କାହିଁକି?

1 hour ago 2
ARTICLE AD BOX

ନୂଆଦିଲ୍ଲୀ: ଦିଲ୍ଲୀରେ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍‌) ପ୍ରକ୍ରିୟାରେ ଲକ୍ଷ ଲକ୍ଷ ଭୋଟରଙ୍କ ନାଁ ବାଦ୍‌ ପଡ଼ିବାକୁ ନେଇ ନିର୍ବାଚନ କମିସନଙ୍କ କାର୍ଯ୍ୟପଦ୍ଧତି ଉପରେ ପ୍ରଶ୍ନ ଉଠାଇଛନ୍ତି ସୁପ୍ରିମକୋର୍ଟ। ଭୋଟରଙ୍କ ନାଁ ବାଦ୍‌ ଦେବା ପୂର୍ବରୁ ଉପଯୁକ୍ତ ବିଚାର କରାଯାଇଥିଲା କି ନାହିଁ, ତାହା ଯାଞ୍ଚ କରିବାକୁ ଅଦାଲତ କହିଛନ୍ତି। ଏଥିସହ ଅକ୍ଟୋବର ୩୦ରେ ଶେଷ ହେବାକୁ ଥିବା ଦାବି ଓ ଆପତ୍ତି ଦାଖଲ ସମୟସୀମା ବଢ଼ାଇବାକୁ ନିର୍ବାଚନ କମିସନଙ୍କୁ ସହମତି ଦେଇଛନ୍ତି। ସର୍ବୋଚ୍ଚ ଅଦାଲତ ପ୍ରଶ୍ନ କରିଛନ୍ତି, ପୂର୍ବରୁ ୨୦୨୬ ଭୋଟର ତାଲିକାରେ ନାଁ ଥିବା ବ୍ୟକ୍ତି ଘର ବଦଳାଇଲେ ତାଙ୍କୁ ନୂଆ ଭୋଟର ଭାବେ ଫର୍ମ-୬ ପୂରଣ କରିବାକୁ କାହିଁକି କୁହାଯାଉଛି? ଏଭଳି କ୍ଷେତ୍ରରେ ଠିକଣା ପରିବର୍ତ୍ତନ ପାଇଁ ଉଦ୍ଦିଷ୍ଟ ଫର୍ମ-୮ ବ୍ୟବହାର କରାଯାଇପାରିବ ବୋଲି ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତ ମତ ରଖିଛନ୍ତି।

୪୭.୫୬ ଲକ୍ଷ ଭୋଟରଙ୍କ ନାଁ ବାଦ୍‌ ନେଇ ଉଦ୍‌ବେଗ
ଆବେଦନକାରୀଙ୍କ ପକ୍ଷରୁ ଓକିଲ ପ୍ରଶାନ୍ତ ଭୂଷଣ ଅଦାଲତଙ୍କୁ ଜଣାଇଥିଲେ ଯେ, ଗଣନା ଫର୍ମ ଦାଖଲ ନ କରିବାରୁ ୪୭ ଲକ୍ଷ ୫୬ ହଜାର ୭୩୨ ଭୋଟରଙ୍କ ନାଁ ଚିଠା ଭୋଟର ତାଲିକାରୁ ବାଦ୍‌ ପଡ଼ିଛି। ଏଥିମଧ୍ୟରୁ ପ୍ରାୟ ୪୩ ଲକ୍ଷ ଭୋଟରଙ୍କୁ ସ୍ଥାନାନ୍ତରିତ ଭାବେ ଚିହ୍ନଟ କରାଯାଇଥିବାବେଳେ ପ୍ରାୟ ୨.୧୨ ଲକ୍ଷଙ୍କୁ ମୃତ ବୋଲି ଦର୍ଶାଯାଇଛି। ଅଦାଲତ କହିଛନ୍ତି, ନିର୍ଦ୍ଧାରିତ ସମୟରେ ଫର୍ମ ଦାଖଲ ନ କରିବା କାରଣରୁ କାହାକୁ ଭୋଟଦାନ ଅଧିକାରରୁ ବଞ୍ଚିତ କରାଯିବା ଉଚିତ ନୁହେଁ। ଦିଲ୍ଲୀ ଭଳି ମହାନଗରରେ ଦିନମଜୁରିଆ ଓ ରାସ୍ତାକଡ଼ ବ୍ୟବସାୟୀଙ୍କ ସମେତ ଅନେକ ଲୋକ ନିୟମିତ ଠିକଣା ବଦଳାଉଥିବାରୁ ସେମାନଙ୍କ ସମସ୍ୟାକୁ ବିଚାରକୁ ନେବାକୁ ପଡ଼ିବ।

Supreme Court: ସୁପ୍ରିମକୋର୍ଟରେ ନିର୍ବାଚନ କମିସନଙ୍କ ଜବାବୀ ସତ୍ୟପାଠ: ଅଭିଯୋଗ ମାନିଲେନି

ଏହାବ୍ୟତୀତ, ପ୍ରାୟ ୧୩ ଲକ୍ଷ ଭୋଟରଙ୍କୁ ମ୍ୟାପିଂରୁ ବାଦ୍‌ ଓ ପ୍ରାୟ ୧୯ ଲକ୍ଷଙ୍କୁ ଯୁକ୍ତିସଂଗତ ଅସଙ୍ଗତି ବର୍ଗରେ ରଖାଯିବା ପ୍ରସଙ୍ଗର ମଧ୍ୟ ଯାଞ୍ଚ ହେବ। ଏହି ଆଇନଗତ ପ୍ରଶ୍ନ ଉପରେ ଦୁଇ ସପ୍ତାହ ପରେ ପୁଣି ଶୁଣାଣି ହେବ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.