Flood: ଭୁଟାନରେ ହିମବାହ ହ୍ରଦ ଫାଟି ବନ୍ୟା, ପଶ୍ଚିମବଙ୍ଗ ଓ ଆସାମକୁ ସତର୍କ ସୂଚନା

1 hour ago 1
ARTICLE AD BOX

ଥିମ୍ପୁ: ପଡ଼ୋଶୀ ଦେଶ ଭୁଟାନରେ ହିମବାହରୁ ସୃଷ୍ଟି ହୋଇଥିବା ହ୍ରଦ ଫାଟିବାରୁ ହଠାତ୍ ବନ୍ୟା ଆସିଛି। ଏହାର ପ୍ରଭାବ ପଶ୍ଚିମବଙ୍ଗ ଓ ଆସାମରେ ପଡ଼ିବା ଆଶଙ୍କା ଦେଖାଦେଇଛି। ଏହାକୁ ନେଇ ଉଭୟ ରାଜ୍ୟର ନଦୀକୂଳବର୍ତ୍ତୀ ଅଞ୍ଚଳରେ ସତର୍କତା ଜାରି କରାଯାଇଛି। ଗୁରୁବାର ସନ୍ଧ୍ୟାରେ ଭୁଟାନର ଗାସା ଜିଲ୍ଲାରେ ଥିବା ଶିନ୍ତାଫୁ ହ୍ରଦରୁ ହଠାତ୍ ବିପୁଳ ପରିମାଣର ଜଳ ନିଷ୍କାସିତ ହୋଇଥିଲା।

ଏହି ବନ୍ୟାରେ ଭୁଟାନର ଲୋକପ୍ରିୟ ଉଷ୍ଣ ପ୍ରସ୍ରବଣ ଗାସା ତ୍ସାଚୁରେ ଥିବା ଅନେକ ନିର୍ମାଣ କ୍ଷତିଗ୍ରସ୍ତ ହୋଇଛି। ପୁନାଖା-ଗାସା ରାସ୍ତାର କିଛି ଅଂଶ ମଧ୍ୟ ଭାସିଯାଇଛି। ତେବେ ପୂର୍ବରୁ ଅଞ୍ଚଳବାସୀଙ୍କୁ ଖାଲି କରାଯାଇଥିବାରୁ ଏପର୍ଯ୍ୟନ୍ତ କୌଣସି ଜୀବନହାନି ହୋଇନାହିଁ।

ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର
ପଶ୍ଚିମବଙ୍ଗର ଆଲିପୁରଦ୍ୱାର, ଜଳପାଇଗୁଡ଼ି ଓ ଦାର୍ଜିଲିଂ ସମେତ ଆସାମର ଧୁବ୍ରୀ ଜିଲ୍ଲାକୁ ସତର୍କ କରାଯାଇଛି। ପଶ୍ଚିମବଙ୍ଗରେ ୧୦ ହଜାରରୁ ଅଧିକ ଲୋକଙ୍କୁ ସୁରକ୍ଷିତ ଆଶ୍ରୟସ୍ଥଳକୁ ନିଆଯାଇଛି। ସାଙ୍କୋଶ ନଦୀର ଜଳସ୍ତର ହଠାତ୍ ବଢ଼ିବା ଆଶଙ୍କା ଥିବାରୁ ପ୍ରଶାସନ ନଜର ରଖିଛି।

Sonia Gandhi: ନଭେମ୍ବର ୧ ମେଗା ରାଲି ସ୍ଥଗିତ ରଖିବାକୁ ସୋନିଆ ଗାନ୍ଧୀଙ୍କୁ ସିଟିଆଇର ଅନୁରୋଧ

ହିମବାହ ତରଳି ସୃଷ୍ଟି ହୋଇଥିବା ହ୍ରଦର ପ୍ରାକୃତିକ ବନ୍ଧ ଭାଙ୍ଗିଗଲେ ହଠାତ୍ ବିପୁଳ ଜଳ ତଳମୁହାଁ ହୋଇ ବୋହିଆସେ। ଏହାକୁ ହିମବାହ ହ୍ରଦ ବନ୍ୟା କୁହାଯାଏ। ଏଭଳି ବନ୍ୟା ରାସ୍ତା, ପୋଲ, ଘରଦ୍ୱାର ଓ ଚାଷଜମିକୁ ନଷ୍ଟ କରିପାରେ। ତେଣୁ ଭାରତ ଓ ଭୁଟାନର ପ୍ରଶାସନ ପରିସ୍ଥିତି ଉପରେ ନିରନ୍ତର ନଜର ରଖିଛନ୍ତି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.