ମାଙ୍କଡ଼ଙ୍କ ଉତ୍ପାତରେ ଅତିଷ୍ଠ କି? ଏହି ଗନ୍ଧରେ ଛୁ ମାରିବେ ମାଙ୍କଡ଼!

59 minutes ago 2
ARTICLE AD BOX

ଘରର ବାଲକୋନି ହେଉ କି ଛାତ, ଯେଉଁଠି ଦେଖିବେ ସେଇଠି ମାଙ୍କଡ଼ଙ୍କ ରାଜୁତି! କେତେବେଳେ ଶୁଖିବାକୁ ଦେଇଥିବା ଲୁଗା ନେଇ ଛୁ ମାରୁଛନ୍ତି ତ ଆଉ କେତେବେଳେ ଗଛପତ୍ର ନଷ୍ଟ କରୁଛନ୍ତି। ଖାଦ୍ୟ ଦେଖିଲେ ଘର ଭିତରକୁ ପଶିବାକୁ ବି ପଛାଉନାହାନ୍ତି। ଆଉ ମାଙ୍କଡ଼ଙ୍କ ସାମ୍ନାରେ ପଡ଼ିଗଲେ ଭୟରେ ଥରହର ହେଉଛନ୍ତି ଲୋକେ। ତେବେ ମାଙ୍କଡ଼ଙ୍କ ଏହି ଉତ୍ପାତରୁ ରକ୍ଷା ପାଇବେ କେମିତି? ମାଙ୍କଡ଼ଙ୍କ ଉତ୍ପାତରୁ ରକ୍ଷା ପାଇବା ପାଇଁ ଅନେକ ଲୋକ ଘରୋଇ ଉପାୟ ଖୋଜିଥାନ୍ତି।  

 ମାଙ୍କଡ଼ଙ୍କ ଉତ୍ପାତରେ ଅତିଷ୍ଠ କି? ଏହି ଗନ୍ଧରେ ଛୁ ମାରିବେ ମାଙ୍କଡ଼!

ନୂଆଦିଲ୍ଲୀ:  ଘରର ବାଲକୋନି ହେଉ କି ଛାତ, ଯେଉଁଠି ଦେଖିବେ ସେଇଠି ମାଙ୍କଡ଼ଙ୍କ ରାଜୁତି! କେତେବେଳେ ଶୁଖିବାକୁ ଦେଇଥିବା ଲୁଗା ନେଇ ଛୁ ମାରୁଛନ୍ତି ତ ଆଉ କେତେବେଳେ ଗଛପତ୍ର ନଷ୍ଟ କରୁଛନ୍ତି। ଖାଦ୍ୟ ଦେଖିଲେ ଘର ଭିତରକୁ ପଶିବାକୁ ବି ପଛାଉନାହାନ୍ତି। ଆଉ ମାଙ୍କଡ଼ଙ୍କ ସାମ୍ନାରେ ପଡ଼ିଗଲେ ଭୟରେ ଥରହର ହେଉଛନ୍ତି ଲୋକେ। ତେବେ ମାଙ୍କଡ଼ଙ୍କ ଏହି ଉତ୍ପାତରୁ ରକ୍ଷା ପାଇବେ କେମିତି? ମାଙ୍କଡ଼ଙ୍କ ଉତ୍ପାତରୁ ରକ୍ଷା ପାଇବା ପାଇଁ ଅନେକ ଲୋକ ଘରୋଇ ଉପାୟ ଖୋଜିଥାନ୍ତି।  ମାଙ୍କଡ଼ଙ୍କୁ ଦୂରେଇ ରଖିବା ପାଇଁ ପ୍ରଥମେ ଚେଷ୍ଟା କରନ୍ତୁ ଲେମ୍ବୁ କିମ୍ବା କମଳା ଚୋପା! ଏହି ଫଳରେ ଥିବା ସୁଗନ୍ଧିତ ତେଲ ଯୋଗୁଁ ଏକ ତୀବ୍ର ସାଇଟ୍ରସ୍ ଗନ୍ଧ ବାହାରିଥାଏ। ଲେମ୍ବୁ କିମ୍ବା କମଳା ଚୋପାକୁ ବାଲକୋନିର ଏକ କୋଣରେ ରଖିପାରିବେ। ଏହି ଗନ୍ଧକୁ ମାଙ୍କଡ଼ ନିଶ୍ଚିତ ଭାବେ ଭୟ କରନ୍ତି  ।  ଦ୍ୱିତୀୟରେ ଆସୁଛି ରସୁଣ! ରସୁଣକୁ ଛେଚିଲେ ଏଥିରୁ ତୀବ୍ର ଗନ୍ଧ ବାହାରିଥାଏ। ଏହି ଗନ୍ଧ କେତେକ ପ୍ରାଣୀଙ୍କୁ ଦୂରେଇ ରଖିବାରେ ସହାୟକ ହୋଇପାରେ।   ତେଣୁ  ମାଙ୍କଡ଼ ଏହି ଗନ୍ଧ ଯୋଗ ଘରର ପାଖ ମାଡ଼ିବନି।  

INDIA Alliance: ଇଣ୍ଡି ମେଣ୍ଟ ରାଲିରେ ସିଜେପିର ଯୋଗଦାନକୁ ନେଇ ସସପେନ୍ସ

  ଆଉ ଦୁଇଟି ନାଁ ହେଉଛି ପୁଦିନା ତେଲ ଓ ଧଳା ଭିନେଗାର୍। ପୁଦିନା ତେଲର ତୀବ୍ର ସୁଗନ୍ଧ ଏବଂ ଭିନେଗାର୍‌ର ଖଟା ଗନ୍ଧକୁ ନେଇ ଅନେକ ଘରୋଇ ଟିପ୍ସ ରହିଛି। ହେଲେ ଏହାକୁ ପାଣିରେ ମିଶାଇ ସ୍ପ୍ରେ କଲେ ମାଙ୍କଡ଼ ଘରେ ଘରେ କି ଘରର ଆଖପାଖ ମାଡ଼ିବନି ।   କିନ୍ତୁ ମନେରଖନ୍ତୁ  ବିଶେଷକରି ପ୍ରାଣୀଙ୍କ ଆଖି, ନାକ କିମ୍ବା ଚର୍ମରେ ଏହି ମିଶ୍ରଣ ସ୍ପ୍ରେ କରନ୍ତୁ ନାହିଁ।  ତେବେ କିଛି ସତର୍କତା ଅବଲମ୍ବନ କଲେ ମାଙ୍କଡ଼ଙ୍କ ଉତ୍ପାତକୁ ଅନେକାଂଶରେ ରୋକାଯାଇପାରିବ। ପ୍ରଥମେ ଘରର ବାଲକୋନି କିମ୍ବା ଛାତରେ ଖୋଲାରେ ଖାଦ୍ୟ ରଖନ୍ତୁ ନାହିଁ। ଅଳିଆ ଓ ଖାଦ୍ୟ ବର୍ଜ୍ୟକୁ ଢାଙ୍କି ରଖନ୍ତୁ। ଝରକା ଓ କବାଟ ଖୋଲା ରଖିବାରୁ ଦୂରେଇ ରୁହନ୍ତୁ। ମାଙ୍କଡ଼ ଘର ଭିତରକୁ ପଶିଲେ ତାକୁ ମାରିବାକୁ କିମ୍ବା ଘଉଡ଼ାଇବାକୁ ଆକ୍ରମଣାତ୍ମକ ଉଦ୍ୟମ କରନ୍ତୁ ନାହିଁ। ମାଙ୍କଡ଼କୁ ଖାଇବାକୁ ଦେବା ମଧ୍ୟ ଉଚିତ ନୁହେଁ। କାରଣ ଏହାଦ୍ୱାରା ସେ ବାରମ୍ବାର ଘରକୁ ଆସିବା ଅଭ୍ୟାସ କରିପାରେ। ଆଉ ଗୋଟିଏ କଥା, ମାଙ୍କଡ଼ଙ୍କୁ ଘଉଡ଼ାଇବା ପାଇଁ କର୍ପୂର ଜଳାଇବା କିମ୍ବା ତୀବ୍ର ରାସାୟନିକ ପଦାର୍ଥ ସ୍ପ୍ରେ କରିବାରୁ ଦୂରେଇ ରୁହନ୍ତୁ। ଏହା ମଣିଷ ଓ ପଶୁ ଉଭୟଙ୍କ ପାଇଁ କ୍ଷତିକାରକ ହୋଇପାରେ। ମାଙ୍କଡ଼ଙ୍କ ଉତ୍ପାତ ଅଧିକ ହେଲେ ସ୍ଥାନୀୟ ବନ ବିଭାଗ କିମ୍ବା ପଶୁ ନିୟନ୍ତ୍ରଣ ଅଧିକାରୀଙ୍କ ସହାୟତା ନିଅନ୍ତୁ।

Advertisment

Sambad Whatsapp

Sambad is now on WhatsApp

Join and get latest news updates delivered to you via WhatsApp

Read Entire Article
LEFT SIDEBAR AD

Hidden in mobile, Best for skyscrapers.