Ganja Seized ଓଡ଼ିଶା- ଛତିଶଗଡ଼ ସୀମାନ୍ତରେ ୪ କ୍ଵିଣ୍ଟାଲ ଗଞ୍ଜେଇ ଜବତ,୫ ଗିରଫ

3 days ago 4
ARTICLE AD BOX

ନୂଆପଡ଼ା : ଓଡ଼ିଶାର ନୂଆପଡ଼ା ଜିଲ୍ଲା ଏବଂ ଛତିଶଗଡ଼ ରାଜ୍ୟ ସୀମାନ୍ତ ଗରିଆବନ୍ଧ ଜିଲ୍ଲା ଦେବଭୋଗ ଥାନା ଖୁଟଗାଁ ପୁଲିସ ଚେକ୍ ପୋଷ୍ଟ ନିକଟରୁ ଏକ ଆନ୍ତଃ ରାଜ୍ୟ ୫ ଜଣ ଗଞ୍ଜେଇ ବେପାରୀଙ୍କୁ ଗିରଫ କରିଛି ଛତିଶଗଡ଼ ପୁଲିସ l ୪ କ୍ଵିଣ୍ଟାଲ ଗଞ୍ଜେଇ, ଯାହାର ଆନୁମାନିକ ବଜାର ମୂଲ୍ୟ ୨ କୋଟି ଟଙ୍କା ହେବ l 

4 quintal Ganja2

ଏ ସମ୍ପର୍କରେ ଗରିଆବନ୍ଧ ଏସ୍‌ପି ବେଦବ୍ରତ ସିରମୋର ସୂଚନା ଦେଇ କହିଛନ୍ତି, ଗଞ୍ଜେଇ ମାଫିଆଙ୍କ ନିକଟରୁ ନଗଦ ୬ ଲକ୍ଷ ୫୦ ହଜାର ଟଙ୍କା ମଧ୍ୟ ଜବତ ହୋଇଛି l ଏମାନଙ୍କ ନେଟୱର୍କ ଓଡ଼ିଶାରୁ ମହାରାଷ୍ଟ୍ରକୁ ଲମ୍ବିଛି l ଗିରଫ ୫ ଆନ୍ତଃ ରାଜ୍ୟ ଗଞ୍ଜେଇ ବ୍ୟବସାୟୀମାନେ ହେଲେ ମହାରାଷ୍ଟ୍ରର ସନ୍ତୋଷ ଅନନ୍ତ ମୋହିତେ, ସୁମିତ ସୁଭାଷ ଥୋବଡେ ,ପଙ୍କଜ ଅନନ୍ତ ମୋହିତେ, କଳାହାଣ୍ଡି ଜିଲ୍ଲା କୋକସରା ଥାନା ଅଂଚଳର ଜଳନ୍ଧର ଖମାରୀ ଓ କଳାହାଣ୍ଡି ଆମପାଣି ଥାନା ଅଂଚଳର ବିନୋଦ ଦିଶାରି l ସେମାନଙ୍କ ଠାରୁ ଏକ ଚାରି ଚକିଆ ଗାଡ଼ି, ଗୋଟିଏ ବାଇକ୍, ୩ ଗୋଟି ମୋବାଇଲ ଜବତ କରିଛି l 

Read Entire Article
LEFT SIDEBAR AD

Hidden in mobile, Best for skyscrapers.