Ganja seized: ଜଙ୍ଗଲରୁ ୩୦ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ଗଞ୍ଜେଇ ଜବତ

1 week ago 6
ARTICLE AD BOX

ପାରଳାଖେମୁଣ୍ଡି (ସୁଜିତ ବିଷୋୟୀ):ଗଜପତି ଜିଲ୍ଲାରେ ଥମୁନି ଗଞ୍ଜେଇ ଚୋରାଚାଲାଣ। ଦୁର୍ଗମ ଜଙ୍ଗଲ ଓ ପାହାଡ଼ିଆ ଅଞ୍ଚଳକୁ ଗଞ୍ଜେଇ ମାଫିଆଙ୍କ ଅଡ୍ଡା ପାଲଟିଥିବା ଅଭିଯୋଗ ମଧ୍ୟରେ ପୁଣି ବଡ଼ ଧରଣର ଗଞ୍ଜେଇ ଜବତ କରିଛି ମୋହନା ପୁଲିସ। 

ବିଶେଷ ସୂତ୍ରରୁ ସୂଚନା ପାଇ କର୍ଚ୍ଚବାଡ଼ି ଗ୍ରାମପଞ୍ଚାୟତ ଅନ୍ତର୍ଗତ ଗୋପଟିମା ଓ କୁଟିଗୁଡ଼ା ଗାଁ ମଧ୍ୟରେ ଥିବା ଜଙ୍ଗଲରେ ପୋଲିସ ଚଢ଼ାଉ କରିଥିଲା। ତଲାସି ବେଳେ ସେଠାରୁ ୩୦୩ କିଲୋ ୬୦୦ ଗ୍ରାମ ଗଞ୍ଜେଇ ଜବତ ହୋଇଛି। ଜବତ ଗଞ୍ଜେଇର ଆନୁମାନିକ ବଜାର ମୂଲ୍ୟ ୩୦ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ ବୋଲି ପୋଲିସ ସୂଚନା ଦେଇଛି। 

ଗତ କିଛି ଦିନ ହେବ ଅଞ୍ଚଳରେ କିଛି ଗଞ୍ଜେଇ ମାଫିଆ ଅଡ୍ଡା ପକାଇଥିବା ନେଇ ପୋଲିସକୁ ସୂଚନା ମିଳିଥିଲା। ଏହାକୁ ଆଧାର କରି ମୋହନା ପୋଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଘନଘନ ଚଢ଼ାଉ ଜାରି ରହିଛି। ତେବେ ଜଙ୍ଗଲ ଭିତରେ ଏତେ ପରିମାଣର ଗଞ୍ଜେଇ କିଏ ରଖିଥିଲା, ଏହା ପଛରେ କେଉଁ ମାଫିଆଙ୍କ ହାତ ରହିଛି ଏବଂ ଗଞ୍ଜେଇ କେଉଁ ସ୍ଥାନକୁ ଚାଲାଣ ହେବାକୁ ଥିଲା—ସେନେଇ ମୋହନା ପୋଲିସ ତଦନ୍ତ ଜାରି ରଖିଛି।

Ganja Smuggling: କ୍ଷୀର ବୋଝେଇ ବାଇକରେ ଗଞ୍ଜେଇ ଚାଲାଣ: ଦୁଇ ବାଇକ ଜବତ, ୩ ଗିରଫ

Read Entire Article
LEFT SIDEBAR AD

Hidden in mobile, Best for skyscrapers.