ARTICLE AD BOX
ବୌଦ୍ଧ: ଗଂଜେଇ ଡିଲ୍ ନେଇ ଅଡିଓ ଭାଇରାଲ୍ ପରେ ପୁଲିସର କାର୍ଯ୍ୟଶୈଳୀକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସମ୍ପ୍ରତି ଏହାର ତଦନ୍ତ ଜାରି ରହିଥିବାବେଳେ ପୁଲିସ ବିଭାଗ ପକ୍ଷରୁ ଅଭିଯୁକ୍ତ ପୁଲିସ ଅଧିକାରୀ, କର୍ମଚାରୀଙ୍କ ବିରୋଧରେ ପଦକ୍ଷେପ ଗ୍ରହଣ କରାଯାଇଛି।
ଆଜି (ସୋମବର) ଜିଲ୍ଲା ପୁଲିସ ପକ୍ଷରୁ ଅଧିକାରୀସ୍ତରରେ ଅଦଳବଦଳ କରାଯାଇଛି। ଏନେଇ ହସ୍ତଗତ ତଥ୍ୟ ମୁତାବକ, ବୌଦ୍ଧ ଆଦର୍ଶ ଥାନା ଅଧିକାରୀ ନଳିନୀକାନ୍ତ ଦାସଙ୍କୁ ଜିଲ୍ଲା ପୁଲିସ ମୁଖ୍ୟାଳୟକୁ, ପୁରୁଣାକଟକ ଥାନା ଅଧିକାରୀ ରାଜେନ୍ଦ୍ର ମୁନିଙ୍କୁ ବୌଦ୍ଧ ଆଦର୍ଶ ଥାନାକୁ ଏବଂ ଜିଲ୍ଲା ମୁଖ୍ୟାଳୟରେ କାର୍ଯ୍ୟରତ ଥିବା ଆଇଆଇସି ବବିତା ସାହୁଙ୍କୁ ପୁରୁଣାକଟକ ଥାନାକୁ ବଦଳି ନର୍ଦ୍ଦେଶ ଜାରି ହୋଇଛି। ସେହିପରି ୩ଜଣ ଏଏସଆଇଙ୍କ ମଧ୍ୟ ବଦଳି ହୋଇଛି। ବଘିଆପଡ଼ା ଫାଣ୍ଡି ଅଧିକାରୀ ଥିବା ଏଏସଆଇ ପ୍ରାଣବନ୍ଧୁ ସାହୁଙ୍କୁ ବୌଦ୍ଧ ଆରଓକୁ, ଜହ୍ନାପଙ୍କ ଫାଣ୍ଡି ଅଧିକାରୀ ଥିବା ଏଏସଆଇ ବ୍ରହ୍ମାନନ୍ଦ ପ୍ରଧାନଙ୍କୁ ବଘିଆପଡ଼ା ଫାଣ୍ଡି ଏବଂ ଆର୍ଓରେ ଥିବା ଏଏସଆଇ ପୀତବାସ ବେହେରାଙ୍କୁ ଜହ୍ନାପଙ୍କ ଫାଣ୍ଡିକୁ ବଦଳି ନିର୍ଦ୍ଦେଶ ଜାରି ହୋଇଛି। ତେବେ ଭାଇରାଲ୍ ଅଡ଼ିଓରେ ଯେଉଁ ଅଧିକାରୀଙ୍କ ନାମ ଆସୁଥିଲା, ସେମାନଙ୍କ ମଧ୍ୟରୁ ୨ଜଣଙ୍କ ନାମ ଏହି ବଦଳି ତାଲିକାରେ ରହିଥିବା ସୂଚନା ମିଳିଛି।
Marijuana smuggling: ଅନ୍ତଃରାଜ୍ୟ ଗଞ୍ଜେଇ ଚାଲାଣ ରୢାକେଟ୍ ଠାବ: ୪ ଗିରଫ, ୫୦ କେଜି ଗଞ୍ଜେଇ ଜବତ
ସୂଚନାଯୋଗ୍ୟ, ରେକର୍ଡିଂ ବାର୍ତ୍ତାଳାପ ଅନୁଯାୟୀ, ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ୍ ହାଟଗାଁ ଛକ ନିକଟରେ ଜଣେ ପୁଲିସ କର୍ମଚାରୀ ଗଞ୍ଜେଇ ଭର୍ତ୍ତି ଏକ ଗାଡ଼ିକୁ ଜବତ କରିବା ପରେ ଅଭିଯୁକ୍ତଜଣକ ଥାନା ବାବୁଙ୍କ ନାମ ନେଇଥିଲା। ସେଠାରୁ ଗୋଟିଏ ଗାଡ଼ି ସହ ପ୍ରାୟ ୧ କ୍ବିଣ୍ଟାଲ ୨୦ କିଲୋଗ୍ରାମ ଗଞ୍ଜେଇ ଓ ୨ ଜଣ ବ୍ୟକ୍ତି ଧରାପଡ଼ିଥିଲେ। ତେବେ ଭାଇରାଲ୍ ଅଡିଓରେ ପ୍ରାୟ ୪ ଜଣ ବ୍ୟକ୍ତି କଥା ହେଉଥିବା ବେଳେ ଗଞ୍ଜେଇ କେଉଁ ଅଫିସର ଦେଇଛନ୍ତି ଏବଂ ‘ସାହେବ’ କେତେ ଟଙ୍କା ନେବେ, ସେ ନେଇ ଆଲୋଚନା ଚାଲିଛି।
Police: ଅପବାଦରୁ ମୁକୁଳି ପାରୁନି ବୌଦ୍ଧ ପୁଲିସ: ଗଞ୍ଜେଇ ଡିଲ୍ର ଅଡିଓ ଭାଇରାଲ୍
ଅଡିଓରେ ୪ ଲକ୍ଷ ଟଙ୍କାର କାରବାର, ଟେପ୍ମରା ପ୍ୟାକିଂ ଗଞ୍ଜେଇ ଏବଂ ୪ ଦିନ ତଳେ ଗଞ୍ଜେଇ ଛାଡ଼ିବା ପ୍ରସଙ୍ଗରେ ବାରମ୍ବାର ‘ସାର୍’ ଓ ‘ସାହେବ’ଙ୍କ ନାଁ ନିଆଯାଉଛି। ଏହି କଥୋପକଥନ ପୁଲିସ ଅଧିକାରୀ ଓ କର୍ମଚାରୀଙ୍କ ମଧ୍ୟରେ ହୋଇଥିବା ଅନୁମାନ କରାଯାଉଛି। ଯାହାକି ଖୋଦ୍ ପୁଲିସ ଗଞ୍ଜେଇ ବେପାର କରୁଥିବା କଥାକୁ ସୁନିଶ୍ଚିତ କରୁଛି। ଏ ସଂପର୍କରେ ବୌଦ୍ଧ ଏସ୍ପି କୁଳଦୀପ ମୀନା ଘଟଣାର ତଦନ୍ତ କରି ପଦକ୍ଷେପ ଗ୍ରହଣ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ।

3 days ago
3


