Gold: କଲ୍ୟାଣସିଂହପୁରରେ ବଲାଙ୍ଗୀର ପୁଲିସର ବଡ଼ ଚଢ଼ାଉ, ବିପୁଳ ପରିମାଣର ସୁନା ଓ ରୁପା ଜବତ

13 hours ago 5
ARTICLE AD BOX

କଲ୍ୟାଣସିଂହପୁର: ରାୟଗଡ଼ାଜିଲ୍ଲା କଲ୍ୟାଣସିଂହପୁର ଥାନା ସିଙ୍ଗାରି ପଞ୍ଚାୟତ ଖରଯୋଡ଼ା ଗାଁରେ ବଲାଙ୍ଗୀର ପୁଲିସର ବଡ଼ ଚଢ଼ାଉ ହୋଇଛି। ବିଭିନ୍ନ ଜିଲ୍ଲାରେ ଘଟିଥିବା ଏକାଧିକ ଚୋରି ମାମଲାର ତଦନ୍ତ ବେଳେ ପୁଲିସ ଏହି ଚଢ଼ାଉ କରି ବିପୁଳ ପରିମାଣର ସୁନା ଓ ରୁପା ସାମଗ୍ରୀ ଜବତ କରିଥିବା ଜଣାପଡ଼ିଛି । 

ପ୍ରାଥମିକ ସୂଚନା ଅନୁସାରେ ଜବତ ସୁନା ଓ ରୁପା ସାମଗ୍ରୀର ଓଜନ ୫ କିଲୋରୁ ଅଧିକ ହୋଇପାରେ । ତେବେ ସଠିକ୍ ଓଜନ ଓ ମୂଲ୍ୟ ସମ୍ପର୍କରେ ପୁଲିସ ପକ୍ଷରୁ ଏପର୍ଯ୍ୟନ୍ତ ଆନୁଷ୍ଠାନିକ ସୂଚନା ମିଳିନାହିଁ । ପୂର୍ବରୁ କଲ୍ୟାଣସିଂହପୁର ଥାନା ସିଙ୍ଗାରି ପଞ୍ଚାୟତ ଖରଯୋଡ଼ା ଗ୍ରାମର ୨ ଜଣ ବରବିଲ ନାୟିକ (ବାଗ) ଏବଂ ରାଜେଶ ବାଗଙ୍କୁ ଅଟକ ରଖି ପଚରାଉଚରା ପରେ ଆଜି ସମ୍ପୃକ୍ତ ଘଟଣାକୁ ନେଇ ସେହି ଦୁଇଜଣଙ୍କ ଘର ସହିତ କାଶୀପୁର ଥାନା ଗଡିବାଲି ପଞ୍ଚାୟତ ପଣସଗୁଡା ଗ୍ରାମର ହରିଶ୍ଚନ୍ଦ୍ର ନାଏକ ଓ ଅନ୍ୟ ଜଣେ ଅପରିଚିତ ଯୁବକଙ୍କୁ ଘରୁ ଉଠାଇ ନେବା ସହ ପୁଲିସ ଏହି ଘଟଣାକୁ ନେଇ ସମ୍ପୂର୍ଣ୍ଣ ତଥ୍ୟ ପ୍ରଦାନ ନ କରି ଅନୁସନ୍ଧାନ ପରେ ତଥ୍ୟ ପ୍ରଦାନ କରାଯିବା କହି ବଲାଙ୍ଗୀର ପୁଲିସ ଏସଡିପିଓ ଯଶୋବନ୍ତ ନାରାୟଣ ପ୍ରଧାନୀ ଓ ଆଇଆଇସି ଖଗପତି ବିଶ୍ୱାଳଙ୍କ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି |

ପୁଲିସ ପକ୍ଷରୁ ଜୋରଦାର ଚଢ଼ାଉ ଚାଲିଛି

ଏହି ଘଟଣାରେ ସମ୍ପୃକ୍ତ ଅନେକ ଚୋର ଫେରାର ଥିବା ମଧ୍ୟ ପୁଲିସପକ୍ଷରୁ ସୂଚନା ମିଳିଛି । ବଲାଙ୍ଗୀର ଜିଲ୍ଲାରେ ଗତ କିଛି ମାସ ଧରି ଘଟିଥିବା ଚୋରି ଘଟଣାର ତଦନ୍ତ କରୁଥିବା କାଶୀପୁର ପୁଲିସ ବ୍ଲକ ଫଣସଗୁଡ଼ା ଗାଁ ସମେତ କଲ୍ୟାଣସିଂହପୁର ବ୍ଲକର ଖରଯୋଡ଼ା ଗାଁରେ ଚଢ଼ାଉ କରିଥିଲା । ବଲାଙ୍ଗୀର ଏସଡିପିଓ ଯଶୋବନ୍ତ ନାରାୟଣ ପ୍ରଧାନୀ ଓ ଆଇଆଇସି ଖଗପତି ବିଶ୍ୱାଳଙ୍କ ନେତୃତ୍ୱରେ ପୋଲିସ ଟିମ୍ ଏହି ଚଢ଼ାଉ କରିଥିଲେ। ଫେରାର ସନ୍ଦିଗ୍ଧଙ୍କୁ ଧରିବା ପାଇଁ ପୁଲିସ ପକ୍ଷରୁ ଜୋରଦାର ଚଢ଼ାଉ ଚାଲିଥିବା ସୂଚନା ମିଳିଛି |

Piyush Tripathi : ମୁଣ୍ଡବୁଲାଇବାରୁ ମଞ୍ଚରେ ପଡ଼ିଗଲେ ଯାତ୍ରାଜଗତର ଚର୍ଚ୍ଚିତ ଅଭିନେତା ପୀୟୂଷ ତ୍ରିପାଠୀ

Read Entire Article
LEFT SIDEBAR AD

Hidden in mobile, Best for skyscrapers.