ARTICLE AD BOX
ନୂଆଦିଲ୍ଲୀ: କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ମହଙ୍ଗା ଭତ୍ତା ୩ ପ୍ରତିଶତ ବୃଦ୍ଧି ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟ୍ ବୁଧବାର ଅନୁମୋଦନ କରିଛି। ଏହାଦ୍ୱାରା କର୍ମଚାରୀଙ୍କ ମୂଳ ଦରମା ଉପରେ ମହଙ୍ଗା ଭତ୍ତା ହାର ୬୦ ପ୍ରତିଶତରୁ ବଢ଼ି ୬୩ ପ୍ରତିଶତ ହେବ। ଏହା ପିଛିଲା ଭାବେ ୨୦୨୬ ଜୁଲାଇରୁ ଲାଗୁ ହେବ। ଏହି ବୃଦ୍ଧି ଦ୍ବାରା ୧.୧୬ କୋଟି କର୍ମଚାରୀ ଓ ପେନ୍ସନ୍ଭୋଗୀ ଉପକୃତ ହେବେ। ଏଥିପାଇଁ ସରକାରଙ୍କୁ ପରେ ୧୦,୦୧୬ କୋଟି ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ ବୋଲି କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ କହିଛନ୍ତି।
ପୁଣିି ୩ ପ୍ରତିଶତ ବୃଦ୍ଧି ଦ୍ୱାରା କର୍ମଚାରୀଙ୍କ ମାସିକ ଦରମା ବଢ଼ିବ
ଚଳିତ ବର୍ଷ ଏପ୍ରିଲ୍ରେ କେନ୍ଦ୍ର ସରକାର ମହଙ୍ଗା ଭତ୍ତା ଓ ପେନ୍ସନ୍ଭୋଗୀଙ୍କ ମହଙ୍ଗା ରିଲିଫ୍ (ଡିଆର୍)ରେ ୨ ପ୍ରତିଶତ ବୃଦ୍ଧି କରିଥିଲେ। ଫଳରେ ମହଙ୍ଗା ଭତ୍ତା ହାର ମୂଳ ଦରମାର ୬୦ ପ୍ରତିଶତ ହୋଇଥିଲା। ଏବେ ପୁଣିି ୩ ପ୍ରତିଶତ ବୃଦ୍ଧି ଦ୍ୱାରା କର୍ମଚାରୀଙ୍କ ମାସିକ ଦରମା ବଢ଼ିବ। ମହଙ୍ଗା ଭତ୍ତା ହେଉଛି ଦରଦାମ୍ ବୃଦ୍ଧିର ପ୍ରଭାବକୁ କିଛି ମାତ୍ରାରେ ଭରଣା କରିବା ପାଇଁ ସରକାରୀ କର୍ମଚାରୀଙ୍କୁ ଦିଆଯାଉଥିବା ଅତିରିକ୍ତ ଅର୍ଥ। ସେହିପରି ପେନ୍ସନ୍ଭୋଗୀଙ୍କୁ ଦିଆଯାଉଥିବା ସମାନ ପ୍ରକାରର ସୁବିଧାକୁ ମହଙ୍ଗା ରିଲିଫ୍ କୁହାଯାଏ। ସାଧାରଣତଃ ଜାନୁଆରି ଓ ଜୁଲାଇରେ ଏହି ଭତ୍ତାର ସଂଶୋଧନ କରାଯାଏ।

1 hour ago
2


