Govt clarifies on viral claim: ନୂଆ ୧୦୦୦ ଟଙ୍କିଆ ନୋଟ୍‌ ଜାରି ନେଇ ଭାରତୀୟ ରିଜର୍ଭ ବ୍ୟାଙ୍କ କୌଣସି ଘୋଷଣା କରିନାହିଁ

7 hours ago 6
ARTICLE AD BOX

ନୂଆଦିଲ୍ଲୀ: ସାମାଜିକ ଗଣମାଧ୍ୟମରେ ଏବେ ହଳଦିଆ ରଙ୍ଗର ନୂଆ ୧୦୦୦ ଟଙ୍କିଆ ନୋଟ୍‌ର ଫଟୋ ଓ ଭିଡ଼ିଓ ଜୋର୍‌ରେ ପ୍ରସାରିତ ହେଉଛି। ଉକ୍ତ ନୋଟ୍‌ ଜାରି କରାଯାଇ ସାରିଛି କିମ୍ବା ଚଳିତମାସ ୧୫ ତାରିଖରେ ଜାରି ହେବ ବୋଲି ଦାବି କରାଯାଉଛି। କିନ୍ତୁ ସୂଚନା ଓ ପ୍ରସାରଣ ମନ୍ତ୍ରାଳୟର ପତ୍ର ସୂଚନା ବ୍ୟୁରୋ(ପିଆଇବି)ର ତଥ୍ୟ ଯାଞ୍ଚ ୟୁନିଟ୍‌ ପକ୍ଷରୁ ମଙ୍ଗଳବାର ଏଭଳି ଦାବିକୁ ଖଣ୍ଡନ କରାଯାଇଛି। 

ନୂଆ ୧୦୦୦ ଟଙ୍କିଆ ନୋଟ୍‌ ଜାରି ନେଇ ଭାରତୀୟ ରିଜର୍ଭ ବ୍ୟାଙ୍କ କୌଣସି ଘୋଷଣା କରିନାହିଁ ବୋଲି କୁହାଯାଇଛି। ଉଲ୍ଲେଖଯୋଗ୍ୟ, ୨୦୧୬ ନଭେମ୍ବର ୮ ତାରିଖରୁ ସେତେବେଳେ ପ୍ରଚଳନରେ ଥିବା ୫୦୦ ଓ ୧୦୦୦ ଟଙ୍କିଆ ନୋଟ୍‌କୁ ସରକାର ପ୍ରତ୍ୟାହାର କରି ନେଇଛନ୍ତି। ପରବର୍ତ୍ତୀ ପର୍ଯ୍ୟାୟରେ ୫୦୦ ଟଙ୍କିଆ ଓ ୨୦୦୦ ଟଙ୍କିଆ ନୋଟ୍‌ ସରକାର ପ୍ରଚଳନ କରିଥିଲେ ମଧ୍ୟ ୨୦୨୩ ମେ ମାସରେ ୨୦୦୦ ଟଙ୍କିଆ ନୋଟ୍‌କୁ ପ୍ରଚଳନରୁ କାଢ଼ି ନେଇଛନ୍ତି। କିନ୍ତୁ ୧୦୦୦ ଟଙ୍କିଆ ନୋଟ୍‌କୁ ସେବେଠାରୁ ଆଉ ଅଣାଯାଇ ନାହିଁ।

ଅଭିଷେକଙ୍କ ଆଗରେ ମୁଣ୍ଡ ନୁଆଁଇଲା ନ୍ୟୁଜିଲାଣ୍ଡ, ଆଗୁଆ ଶୃଙ୍ଖଳା ଜିତିଲା ଭାରତ

Read Entire Article
LEFT SIDEBAR AD

Hidden in mobile, Best for skyscrapers.