ARTICLE AD BOX
ସୁନ୍ଦରଗଡ଼: ଜିଏସ୍ଟି ଫାଙ୍କି ପାନମସଲା ଚାଲାଣ କରୁଥିବା ଏକ ଗାଡ଼ି ସୁନ୍ଦରଗଡ଼ ଜିଲ୍ଲା ଭଷ୍ମା ପୁଲିସ ହାତରେ ଧରାପଡ଼ିଛି। ତେବେ ଜିଏସ୍ଟି ଅଧିକାରୀ ଜିଏସ୍ଟି ସମେତ ୯ ଲକ୍ଷ ୩୬ ହଜାର ଟଙ୍କା ଜରିମାନା କରିଥିବା ସୂଚନା ମିଳିଛି।
India's GST Collection: ଜୁନ୍ରେ ଓଡ଼ିଶାର ଜିଏସଟି ଆଦାୟ ୭% ବୃଦ୍ଧି
ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଶନିବାର ରାତିରେ ଜିଏସ୍ଟି ଫାଙ୍କି ଏକ ପାନମସଲା ବୋଝେଇ ଗାଡ଼ି (ଏନ୍ଏଲ୍ ୦୧ଏଇ-୧୭୭୬) ମଧ୍ୟପ୍ରଦେଶ ଇନ୍ଦୋରରୁ ଆସୁଥିଲା। କୌଣସି ସୂତ୍ରରୁ ଖବର ପାଇ ଆରକ୍ଷୀ ଅଧୀକ୍ଷକ ଅମ୍ରିତପାଲ କୌରଙ୍କ ନିର୍ଦେଶରେ ଭଷ୍ମା ଥାନା ଅଧିକାରୀ ଅମର ହୋତାଙ୍କ ସହ ପୁଲିସ ଟିମ୍ ଗାଡ଼ିକୁ ବିଜୁ ଏକ୍ସପ୍ରେସ ୱେ ମସ୍ନିକାନି ଟୋଲପ୍ଲାଜାରେ ଅଟକାଇ ଯାଞ୍ଚ କରିଥିଲେ। ଗାଡ଼ିରେ ପାନମସଲା ବସ୍ତା ଭରିଥିବା ବେଳେ କେଉଁଠିକୁ ଯିବ ତାହା ଚାଳକଙ୍କୁ ଜଣା ନଥିଲା। ଏପରିକି କାଗଜପତ୍ରରେ ମଧ୍ୟ ସେନେଇ କିଛି ଉଲ୍ଲେଖ ନଥିଲା। ପୁଲିସ ଗାଡ଼ିକୁ ଥାନାରେ ଅଟକ ରଖି ଜିଏସ୍ଟି ଅଧିକାରୀଙ୍କୁ ସୂଚନା ଦେଇଥିଲେ।
GST officer Nabbed ଜିଏସ୍ଟି ରିଫଣ୍ଡ ପାଇଁ ୫୦ ହଜାର ଲାଞ୍ଚ ନେଉଥିଲେ, ଧରିଲା ସିବିଆଇ
ସକାଳେ ଜିଏସଟି ଅଧିକାରୀ ଓ ଏନଫୋର୍ସମେଣ୍ଟ ଟିମ୍ ପହଞ୍ଚି ତଦନ୍ତ କରି ରାଜ୍ୟ ଜିଏସ୍ଟି କାଟି ନଥିବା ଜାଣିବାକୁ ପାଇଥିଲେ। ଏହା ପରେ ୪ ଲକ୍ଷ ୬୮ ହଜାର ଟଙ୍କା ଟ୍ୟାକ୍ସ ସମେତ ୯ ଲକ୍ଷ ୩୬ ହଜାର ଟଙ୍କା ଜରିମାନା କରିଥିଲେ।

1 month ago
14


