GST : ସେପ୍ଟେମ୍ବର ୧୨ରେ ଜିଏସ୍‌ଟି ପରିଷଦ ବୈଠକ

56 minutes ago 1
ARTICLE AD BOX

ନୂଆଦିଲ୍ଲୀ: ସାମଗ୍ରୀ ଓ ସେବା ଟିକସ (ଜିଏସ୍‌ଟି) ପରିଷଦର ୫୭ତମବୈଠକ ଆସନ୍ତା ସେପ୍ଟେମ୍ବର ୧୨ ତାରିଖରେ ନୂଆଦିଲ୍ଲୀରେ ହେବ। ଜିଏସ୍‌ଟିପରିଷଦର ସଚିବାଳୟ ସୂତ୍ରରୁ ଏହା ଜଣାଯାଇଛି। ୧୨ ତାରିଖ ପୂର୍ବାହ୍ଣ ୧୧ଟାରୁ ଏହି ବୈଠକ ଆରମ୍ଭ ହେବ। ଏହାର ଦିନକ ପୂର୍ବରୁ ସେପ୍ଟେମ୍ବର ୧୧ ତାରିଖରେ ଅଧିକାରୀମାନଙ୍କ ବୈଠକ ହେବ।

ଆହୁରି ପଢନ୍ତୁ :Bangladesh; ବାଂଲାଦେଶ ବର୍ଡ଼ର ଗାର୍ଡ଼ ଦ୍ବାରା ଧରାପଡ଼ିଲେ ଆସାମ ମତ୍ସ୍ୟଜୀବୀ: ଡ୍ରଗ୍‌ ଓ ଅସ୍ତ୍ର ଚୋରାଚାଲାଣ ଅଭିଯୋଗ

କେନ୍ଦ୍ର ଅର୍ଥମନ୍ତ୍ରୀ, ଅର୍ଥ ରାଷ୍ଟ୍ରମନ୍ତ୍ରୀଙ୍କ ସମେତ ଜିଏସ୍‌ଟି ପରିଷଦର ଅନ୍ୟ ସଦସ୍ୟମାନଙ୍କୁ ଅବଗତ କରାଇବା ଲାଗି ସଚିବାଳୟ ପକ୍ଷରୁ ବିଭିନ୍ନ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ମୁଖ୍ୟ ସଚିବମାନଙ୍କୁ ପତ୍ର ପଠାଯାଇଛି। ଉଲ୍ଲେଖଯୋଗ୍ୟ, କେନ୍ଦ୍ର ଅର୍ଥମନ୍ତ୍ରୀଙ୍କଅଧ୍ୟକ୍ଷତାରେ ଗଠିତ ଜିଏସ୍‌ଟି ପରିଷଦ ପ୍ରତ୍ୟକ୍ଷ ଟିକସ ସଂପର୍କରେ ନିଷ୍ପତ୍ତି ନେଇଥାଏ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.