Gurugram Rain: ବର୍ଷା ପାଣି ଘେରରେ ସ୍କୁଲ ବସ୍ ଚଳାଚଳ ବନ୍ଦ କଲା ଗୁରୁଗ୍ରାମ ପ୍ରଶାସନ; ଲୋକ କହିଲେ ରାସ୍ତା କାହିଁକି ମରାମତି ହେଉନାହିଁ

1 day ago 6
ARTICLE AD BOX

ନୂଆଦିଲ୍ଲୀ: ନିକଟରେ ଦିଲ୍ଲୀ ଓ ଏନ୍‌ସିଆର୍‌ରେ ପ୍ରବଳ ବର୍ଷା ଯୋଗୁ ରାସ୍ତାଗୁଡ଼ିକ ପାଣିରେ ବୁଡ଼ି ଯାଇଥିଲା। ଗୁରୁଗ୍ରାମରେ ପାଣି ଘେରରେ ଅନେକ ସ୍କୁଲ ବସ୍‌ ବିପ୍ପଜନକ ଭାବେ ଚଳପ୍ରଚଳ କରିଥିଲା। ତେବେ ଗୁରୁଗ୍ରାମ ପ୍ରଶାସନ ବର୍ଷା ପାଣିରେ ସ୍କୁଲ ବସ୍ ଚଳାଚଳ ବନ୍ଦ କରିବାକୁ ନିର୍ଦ୍ଦେଶ ଦେବାପରେ ଏହାକୁ ନେଇ ଲୋକମାନେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି।

ଭୟଭୀତ ଅବସ୍ଥାରେ ଛୋଟ ଛୋଟ ପିଲା

ସୋମବାର ଗୁରୁଗ୍ରାମରେ ପାଣି ଜମି ରହିଥିବା ରାସ୍ତାରେ ଅନେକ ସ୍କୁଲ ବସ୍ ଫସି ରହିଥିଲା। ବସ୍‌ରେ ଛୋଟ ଛୋଟ ପିଲା ଭୟଭୀତ ଅବସ୍ଥାରେ ଥିଲେ। ଏହି ଭୟଙ୍କର ଦୃଶ୍ୟ ପରେ ପ୍ରଶାସନ ଏକ ସମାଧାନ ବାହାର କରି ପାଣି ଜମି ରହିଥିବା ରାସ୍ତାରେ ସ୍କୁଲ ବସ୍ ପଠାନ୍ତୁ ନାହିଁ ବୋଲି ସ୍କୁଲଗୁଡ଼ିକୁ ନିର୍ଦ୍ଦେଶ ଦେଇଥିଲେ। ପ୍ରତି ବର୍ଷାରେ ସମାନ ଦୃଶ୍ୟ ଦେଖିବାକୁ ମିଳୁଥିବାବେଳେ କର୍ତ୍ତୃପକ୍ଷ ସହରରେ ମୌଳିକ ଭିତ୍ତିଭୂମି ଯୋଗାଇବାରେ ବିଫଳ ହୋଇଥିବା ଦର୍ଶାଇ ଅନଲାଇନରେ ନିନ୍ଦା କରାଯାଇଛି।

Nepal Flood: ନେପାଳରେ ତାଣ୍ଡବ ରଚିଲା ପ୍ରଳୟଙ୍କରୀ ବନ୍ୟା: ହାଇ ଆଲର୍ଟ ଜାରି

ଜିଲ୍ଲା ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ (ଡିଡିଏମ୍‌ଏ) ଅଧ୍ୟକ୍ଷ ଓ ଗୁରୁଗ୍ରାମ ଡେପୁଟି କମିଶନର (ଡିସି)ଙ୍କ ଏକ ସରକାରୀ ବିବୃତି ଅନୁଯାୟୀ, ସ୍କୁଲ ପିଲାମାନଙ୍କର ସୁରକ୍ଷିତ ଗତିବିଧି ସୁନିଶ୍ଚିତ କରିବା ପାଇଁ ପ୍ରଶାସନ ସମ୍ପୃକ୍ତ ବିଭାଗର ଅଧିକାରୀମାନଙ୍କୁ ଆବଶ୍ୟକୀୟ ନିର୍ଦ୍ଦେଶ ଜାରି କରିଛନ୍ତି। ନିର୍ଦ୍ଦେଶାବଳୀରେ କୁହାଯାଇଛି ଯେ, ପ୍ରତ୍ୟେକ ସ୍କୁଲ୍ ଜଣେ ପରିବହନ ପ୍ରଭାରୀ କିମ୍ବା ରୁଟ୍ ସୁରକ୍ଷା ଅଧିକାରୀ ନିଯୁକ୍ତ କରିବେ। ବର୍ଷା ସମୟରେ ଛାତ୍ରଛାତ୍ରୀମାନଙ୍କୁ ବେସମେଣ୍ଟ କିମ୍ବା ସ୍କୁଲ୍ ପରିସରରେ କୌଣସି ନିମ୍ନ ଅଞ୍ଚଳରେ ଏକାଠି କରାଯିବା ଉଚିତ୍ ନୁହେଁ। ସ୍କୁଲଗୁଡ଼ିକ ସେମାନଙ୍କ ପରିସରରେ ବିଦ୍ୟୁତ୍ ପ୍ୟାନେଲ୍ ଓ ଖୋଲା ତାରଗୁଡ଼ିକର ଯାଞ୍ଚ ମଧ୍ୟ ନିଶ୍ଚିତ କରିବା ଉଚିତ। ନାଗରିକମାନେ ଏହି ନିର୍ଦ୍ଦେଶାବଳୀକୁ ନିନ୍ଦା କରି ଏହାକୁ ଏକ ଲଜ୍ଜାଜନକ ବୋଲି କହିଛନ୍ତି। ପ୍ରଶାସନ ସହରରେ ବର୍ଷା ପରେ ସ୍କୁଲ୍ ପିଲାମାନଙ୍କୁ ସୁରକ୍ଷିତ ଭାବରେ ଘରକୁ ପହଞ୍ଚିବା ମଧ୍ୟ ସୁନିଶ୍ଚିତ କରିପାରୁନାହିଁ ବୋଲି ସାମାଜିକ ଗଣମାଧ୍ୟମରେ ତୀବ୍ର ସମାଲୋଚନା କରାଯାଇଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.