Half marathon: ସତାରା ହିଲ୍‌ ହାଫ୍‌ ମାରାଥନ୍‌ରେ ଦୁଃଖୀଶ୍ୟାମ ଦ୍ବିତୀୟ

23 minutes ago 1
ARTICLE AD BOX

ରାଜ୍ୟର ଭେଟେରାନ୍‌ ମାରାଥନ୍ ରନର୍‌ ଦୁଃଖୀଶ୍ୟାମ ପାଢ଼ୀ ନିଜ ସଫଳତାର କ୍ୟାବିନେଟ୍‌ରେ ଆଉ ଏକ ଫର୍ଦ୍ଧ ଯୋଡ଼ିଛନ୍ତି।ମହାରାଷ୍ଟ୍ରରେ ଅନୁଷ୍ଠିତ ସତାରା ହିଲ୍‌ ହାଫ୍‌ ମାରାଥନ୍‌ରେ ଶ୍ରୀ ପାଢ଼ୀ ୭୫ରୁ ଊର୍ଧ୍ବ ବୟସ ବର୍ଗରେ ଦ୍ବିତୀୟ ସ୍ଥାନ ଦଖଲ କରିଛନ୍ତି।

 ସତାରା ହିଲ୍‌ ହାଫ୍‌ ମାରାଥନ୍‌ରେ ଦୁଃଖୀଶ୍ୟାମ ଦ୍ବିତୀୟ

ଭୁବନେଶ୍ବର: ରାଜ୍ୟର ଭେଟେରାନ୍‌ ମାରାଥନ୍ ରନର୍‌ ଦୁଃଖୀଶ୍ୟାମ ପାଢ଼ୀ ନିଜ ସଫଳତାର କ୍ୟାବିନେଟ୍‌ରେ ଆଉ ଏକ ଫର୍ଦ୍ଦ ଯୋଡ଼ିଛନ୍ତି।ମହାରାଷ୍ଟ୍ରରେ ଅନୁଷ୍ଠିତ ସତାରା ହିଲ୍‌ ହାଫ୍‌ ମାରାଥନ୍‌ରେ ଶ୍ରୀ ପାଢ଼ୀ ୭୫ରୁ ଊର୍ଧ୍ବ ବୟସ ବର୍ଗରେ ଦ୍ବିତୀୟ ସ୍ଥାନ ଦଖଲ କରିଛନ୍ତି। ୨୧ କିଲୋମିଟର୍‌ ବିଶିଷ୍ଟ ଏହି ଆହ୍ବାନଭରା ମାରାଥନ୍‌ ରେସ୍‌କୁ ଶ୍ରୀ ପାଢ଼ୀ ୨ ଘଣ୍ଟା ୩୩.୪୩ ମିନିଟ୍‌ ସମୟରେ ଶେଷ କରିଥିଲେ। ଏଥି ସହ କ୍ରମାଗତ ଦ୍ବିତୀୟ ବର୍ଷ ପାଇଁ ସେ ଏହି ଗୌରବ ଅର୍ଜନ କରିଛନ୍ତି।

ଅଂଶଗ୍ରହଣକାରୀଙ୍କ ମଧ୍ୟରୁ ମୋଟ ୭୭୧୬ ଜଣ ଏହି ହାଫ୍‌ ମାରାଥନ୍ ପ୍ରତିଯୋଗିତାକୁ ଫିନିସ୍‌ କରିଥିଲେ। ଦୁଃଖୀଶ୍ୟାମଙ୍କ ପାଇଁ ଏହା ବ୍ୟକ୍ତିଗତ ୧୪୦ତମ ସମ୍ପୂର୍ଣ୍ଣ ରେସ୍‌ ଏବଂ ୪୪ତମ ପୋଡିୟମ୍‌ ଫିନିସ୍‌ ସଫଳତା ହୋଇଛି। ବିଶ୍ବର ଶୀର୍ଷ ୧୦ ହାଫ୍‌ ମାରାଥନ୍‌ ମଧ୍ୟରେ ସତାରା ପରିଗଣିତ ହେଉଥିବାରୁ ଦୁଃଖୀଶ୍ୟାମ ନିଜକୁ ଗୌରବାନ୍ବିତ ମନେ କରିଛନ୍ତି। ‘ସମ୍ବାଦ’ ପରିବାରର ନିରଂତର ସମର୍ଥନ ଲାଗି ସେ ମଧ୍ୟ କୃତଜ୍ଞତା ଜଣାଇଛନ୍ତି।

Advertisment

Sambad Whatsapp

Sambad is now on WhatsApp

Join and get latest news updates delivered to you via WhatsApp

Read Entire Article
LEFT SIDEBAR AD

Hidden in mobile, Best for skyscrapers.