ARTICLE AD BOX
ଧଣ୍ଡାମୁଣ୍ଡା (ସରୋଜ ମିଶ୍ର): ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ଶୈବ ପୀଠ ହରିଶଙ୍କର ଠାରେ ଆଜି ୧୦ ହଜାରରୁ ଅଧିକ ସଂଖ୍ୟକ ଭକ୍ତଙ୍କ ସମାଗମ ହୋଇଥିବା ଜଣାଯାଇଛି। ଆଗାମୀ ପୂର୍ଣ୍ଣିମା ଯାଏ ଭକ୍ତଙ୍କ ଏଭଳି ସମାଗମ ଜାରି ରହିବ ବୋଲି ଜଣାଯାଇଛି। ଶ୍ରାବଣ ମାସର ଶେଷ ସୋମବାରରେ ଶ୍ରଦ୍ଧାଳୁ ଓ ବୋଲବମ୍ ଭକ୍ତଙ୍କ ପ୍ରବଳ ଭିଡ଼ ଲାଗିଥିଲା। ଲମ୍ବା ଧାଡ଼ିରେ ଛିଡ଼ା ହୋଇ ଭକ୍ତମାନେ ହରିଶଙ୍କରଙ୍କ ଦର୍ଶନ କରୁଥିଲେ ବହୁ ବିଳମ୍ବହେଉଥିବାରୁ କିଛି ଭକ୍ତ ମନ୍ଦିର ସଂଲଗ୍ନ ଶିବଲିଙ୍ଗ ଓ ଝରଣା ନିକଟସ୍ତ ବୃକ୍ଷମୂଳେ ପୂଜା କରୁଥିବା ମଧ୍ୟ ଦେଖିବାକୁ ମିଳିଥିଲା। ଗତ ଶନିବାରଠାରୁ ରାଜ୍ୟ ତଥା ରାଜ୍ୟ ବାହାରର ବିଭିନ୍ନ ସ୍ଥାନରୁ ହରିଶଙ୍କରକୁ ବୋଲବମ ଭକ୍ତମାନେ ପହଞ୍ଚିଥିଲେ। ସୋମବାର ଭୋର୍ରୁ ଝରଣାରେ ଗାଧୋଇ ପୂଜାର୍ଚ୍ଚନା ପରେ ଜଳପୂର୍ଣ୍ଣ କଳସ ଧରି ହରିଶଙ୍କରଙ୍କ ଦର୍ଶନ ତଥା ଜଳଲାଗି ପାଇଁ ଧାଡ଼ିରେ ଛିଡ଼ା ହୋଇଥିଲେ।
ମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାରିକେଡ଼ ତିଆରି କରାଯାଇଥିଲା
ମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାରିକେଡ଼ ତିଆରି କରାଯାଇଥିଲା । ଭକ୍ତମାନେ ଦୁଇଟି ଧାଡ଼ିରେ ମନ୍ଦିର ଭିତରକୁ ଯାଉଥିଲେ । ବୋଲବମ୍ ଭକ୍ତମାନଙ୍କ ମଧ୍ୟରେ ଛୋଟ ଛୋଟ ପିଲା ଓ ମହିଳାମାନେ ବି ସାମିଲ ଥିବା ଦେଖିବାକୁ ମିଳିଥିଲା । ସୋମବାର ସରିଥିଲେ ମଧ୍ୟ ଏଠାରେ ଶ୍ରାବଣ ପୂର୍ଣ୍ଣିମା ପର୍ଯ୍ୟନ୍ତ ବୋଲବମ୍ ଭକ୍ତଙ୍କ ଭିଡ଼ ରହିବ ବୋଲି ସୂଚନା ମିଳିଛି। ପୁଲିସ ସହ ସଶସ୍ତ୍ର ସିଆର୍ପିଏଫ୍ ଯବାନମାନଙ୍କୁ ମୁତୟନ କରାଯାଇଥିଲା ସେହିପରି କନ୍ଦରଭଟା ଜଳ ମହାଦେବଙ୍କ ଠାରେ ଭକ୍ତଙ୍କ ଭିଡ ଦେଖିବାକୁ ମିଳିଥିଲା

3 days ago
3


