Helicopter crash: ହେଲିକପ୍ଟର ଦୁର୍ଘଟଣାର ସମସ୍ତ ଛଅ ଜଣଙ୍କ ମରଶରୀର ଉଦ୍ଧାର

1 hour ago 1
ARTICLE AD BOX

ଡେରାଡୁନ୍‌: ଉତ୍ତରାଖଣ୍ଡର ଜୋଶୀମଠ ନିକଟରେ ହେଲିକପ୍ଟର ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା ସମସ୍ତ ଛଅ ଜଣଙ୍କ ପାର୍ଥିବ ଶରୀରକୁ ରବିବାର ସକାଳେ ଉଦ୍ଧାର କରାଯାଇ ଋଷିକେଶର ଏମ୍ସକୁ ପଠାଯାଇଛି। ଶୁକ୍ରବାର ବଦ୍ରିନାଥ ମନ୍ଦିରରୁ ଡେରାଡୁନ ଫେରୁଥିବା ସମୟରେ ଜୋଶୀମଠର ଚାଇ ଗାଁ ନିକଟରେ ଏକ ପାହାଡ଼ ଉପରେ ହେଲିକପ୍ଟରଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। 

ପାର୍ଥିବ ଶରୀରକୁ ଜୋଷୀମଠସ୍ଥିତ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର (ସିଏଚ୍‌ସି) ସଡ଼କ ପଥରେ ଅଣାଯାଇଥିଲା ଓ ସମସ୍ତ ପ୍ରକାର ଔପଚାରିକତା ଶେଷ କରାଯିବା ପରେ ଏହାକୁ ଋଷିକେଶ ଏମ୍ସକୁ ହେଲିକପ୍ଟର ଯୋଗ ପଠାଯାଇଥିଲା। ଦୁର୍ଗମ ଓ ଉଚ୍ଚ ପାହାଡିଆ ଅଞ୍ଚଳରେ ଚ୍ୟାଲେଞ୍ଜପୂର୍ଣ୍ଣ ପରିସ୍ଥିତି ମଧ୍ୟରେ ଭାରତୀୟ ସେନା, ଆଇଟିବିପି, ଏସ୍‌ଡିଆର୍‌ଏଫ୍‌, ଏନ୍‌ଡିଆର୍‌ଏଫ୍‌, ପୁଲିସ, ଜିଲ୍ଲା ପ୍ରଶାସନ ତଥା ଜଙ୍ଗଲ ବିଭାଗ ମିଳିତ ଅପରେସନ ମୃତଦେହ ଉଦ୍ଧାର କରିଥିଲେ।

Helicopter Crash: ଆମେରିକାରେ ମଝି ଆକାଶରେ ଦୁଇ ହେଲିକପ୍ଟର ମଧ୍ୟରେ ଧକ୍କା: ୩ ମୃତ

Read Entire Article
LEFT SIDEBAR AD

Hidden in mobile, Best for skyscrapers.