Hospital: ଡାକ୍ତରଖାନାରୁ କଏଦୀ ଚମ୍ପଟ

18 hours ago 4
ARTICLE AD BOX

ସୁନ୍ଦରଗଡ଼: ଚିକିତ୍ସା ପାଇଁ ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ଆସିଥିବା ଜଣେ କଏଦୀ ମଙ୍ଗଳବାର ରାତି ୮ଟା ୩୬ରେ ଶୌଚ ଯିବା ବାହାନାରେ ଫେରାର ହୋଇଯାଇଛି। ପୁଲିସ ଦଳ ଓ ସନ୍ଧାନୀ କୁକୁର ତାକୁ ଧରିବାକୁ ତନାଘନା ଚଳାଇଛନ୍ତି। କିନ୍ତୁ ଏଯାଏଁ ତା’ର ପତ୍ତା ମିଳିନାହିଁ। ଅଭିଯୁକ୍ତର ନାମ ଟେକଚାନ୍ଦ ବେହେରା। ଏକ ହତ୍ୟା ମାମଲାରେ ସୁନ୍ଦରଗଡ଼ ସଦର ଥାନା ପୁଲିସ ଗତ ଏପ୍ରିଲ ମାସରେ ତାକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। କୋର୍ଟରେ ଜାମିନ ନାମଞ୍ଜୁର ହେବାରୁ ସେ ବିଚାରାଧୀନ ବନ୍ଦୀ ଭାବେ ଜିଲ୍ଲା କାରାଗାରରେ ରହିଥିଲା। 

Relief distribution: ଯାଜପୁର ଇନରହୁଇଲ କ୍ଲବ ପକ୍ଷରୁ ବରୀରେ ରିଲିଫ୍ ବଣ୍ଟନ

ସେ ଅସୁସ୍ଥ ହୋଇପଡ଼ିବାରୁ ମଙ୍ଗଳବାର ଅପରାହ୍‌ଣରେ କାରଗାର କର୍ତ୍ତୃପକ୍ଷ ତାକୁ  ଜିଲ୍ଲା ମୁଖ୍ୟ ଡାକ୍ତରଖାନାର ପୁରୁଷ ସର୍ଜରି ୱାର୍ଡରେ ଭର୍ତ୍ତି କରିଥିଲେ। ଗତକାଲି ରାତି ୮ଟା ୩୬ରେ ସେ ଶୌଚ ଯିବାପାଇଁ ୱାର୍ଡରୁ ବାହାରି କିଛି ସମୟ ଡାକ୍ତରଖାନା ବାରଣ୍ଡାରେ ଏପଟସେପଟ ହେବା ପରେ ପୁଲିସ କର୍ମଚାରୀଙ୍କ ନଜରକୁ ଏଡ଼ାଇ ଦୌଡ଼ି ପଳାଇଥିଲା। ସିସିଟିଭି କ୍ୟାମେରାରେ ଟେକଚାନ୍ଦର ଫେରାର ହେବା ଦୃଶ୍ୟ କଏଦ ହୋଇଛି। କାରଗାର କର୍ତ୍ତୃପକ୍ଷ, ଟାଉନ ଥାନା ପୁଲିସ ସହ ସନ୍ଧାନୀ କୁକୁର ରାତିରେ ଖୋଜିଖୋଜି କରିଥିଲେ ମଧ୍ୟ କୌଣସି ସନ୍ଧାନ ପାଇନାହାନ୍ତି।

Monsoon: ମଧ୍ୟ ଭାରତ ଉପରେ ମୌସୁମୀ ସକ୍ରିୟ ସେପ୍ଟେମ୍ବର ୧୦ ପରେ ଦୁର୍ବଳ ହୋଇପାରେ

Read Entire Article
LEFT SIDEBAR AD

Hidden in mobile, Best for skyscrapers.