ARTICLE AD BOX
ଲକ୍ଷ୍ମୀପୁର: କୋରାପୁଟର ଲକ୍ଷ୍ମୀପୁର ରେଳବାଇ ଛକରେ ଥିବା ଏକ ହୋଟେଲର ମାଲିକ ଜଣେ ମହିଳାଙ୍କ ଉପରେ ଆକ୍ରମଣ କରି ଗୁରୁତର ଆହତ କରିଥିବା ଅଭିଯୋଗ ହୋଇଛି।
ସୂଚନାଯୋଗ୍ୟ, ରେଳବାଇ ଛକରେ ଲଳିତ ସୁବୁଦ୍ଧି ନାମକ ଜଣେ ହୋଟେଲ ମାଲିକଙ୍କ ଅମାନୁଷିକ କାଣ୍ଡ ଦେଖିବାକୁ ମିଳିଛି। ପ୍ରବଳ ବର୍ଷାରେ ଲଳିତଙ୍କ ପଡୋଶୀ ଦୋକାନୀ ଡ୍ରେନ ସଫା କରୁଥିବା ବେଳେ ଡ୍ରେନର ଓଳିଆଗୁଡିକ ତାଙ୍କ ହୋଟେଲ ଆଡ଼େ ଚାଲି ଯାଇଥିଲା। ଏହି କାରଣରୁ ଦୁହିଁଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ରାଗରେ ସୁବୁଦ୍ଧି ହୋଟେଲ ଭିତରେ ଥିବା ଏକ ଧାରୁଆ ଅସ୍ତ୍ର ଘାଗଡା ଟିଏ ଆଣି ମହିଳାଙ୍କୁ ହାଣି ଦେଇଥିଲେ।.
ଏହି ଘଟଣାପରେ ସ୍ଥାନୀୟଲୋକେ ଗୁରୁତର ଆହତ ମହିଳା ହାରାବତୀ ସାହୁଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରି ଲକ୍ଷ୍ମୀପୁର ମେଡିକାଲରେ ପ୍ରାଥମିକ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ। ଏଠାରୁ ତାଙ୍କୁ କୋରାପୁଟ ଏସ ଏଲ ଏନ ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଛି।ସୁବୁଦ୍ଧି ହାରାବତୀଙ୍କ ମୁଣ୍ଡକୁ ହାଣିବାକୁ ଯାଉଥିବା ସମୟରେ ସେ ହାତରେ ଅଟକାଇବାକୁ ଚେଷ୍ଟା କରିଥିଲେ। ଏହି ସମୟରେ ସୁବୁଦ୍ଧି ମହିଳାଙ୍କ ହାତକୁ ଦୁଇଥର ଚୋଟ ପକାଇଥିଲେ। ହାରାବତୀଙ୍କୁ ହାଣିବା ପରେ ଅଭିଯୁକ୍ତ ଲଳିତ ଥାନାରେ ଆତ୍ମ ସମର୍ପଣ କରିଛନ୍ତି। ଲକ୍ଷ୍ମୀପୁର ପୁଲିସ ଘାଗଡାଟିକୁ ଜବତ କରିବା ସହ ତଦନ୍ତ ଜାରି ରଖିଛି।

3 days ago
3


