Human Sacrifice ଘରେ ଦେଇଥିଲା ନରବଳି, ମୁଣ୍ଡକୁ ପୋତିଥିଲା ପୂଜାଘରେ, ଫିଙ୍ଗିଦେଇଥିଲା ଗଣ୍ଡି

6 days ago 3
ARTICLE AD BOX

ଦେଓଗାଁ: ଗତକାଲି (ଗୁରୁବାର) ମୁଣ୍ଡବିହୀନ ଶବ ଜବତ ମାମଲାର ଖୋଳତାଡ଼ରେ ପୁଲିସକୁ ଏକ ଚାଞ୍ଚଲ୍ୟ ଓ ଶିହିରଣ ସୃଷ୍ଟିକାରୀ ଘଟଣାର ଖିଅ ମିଳିଛି। ବ୍ୟକ୍ତିକୁ ନରବଳି ଦିଆଯିବା ପରେ ମୁଣ୍ଡ-ଗଣ୍ଡି ଅଲଗା କରି ଫିଙ୍ଗିଦିଆଯାଇଥିବା ସ୍ପଷ୍ଟ ହୋଇଛି। ଏହି ଘଟଣାରେ ଦୁଇଜଣ ମହିଳାଙ୍କ ସମେତ ୫ ଜଣଙ୍କୁ ଗିରଫ କରାଯାଇଛି।

Deogam human sacrificeପୁଲିସ ହେଫାଜତରେ ମୁଖ୍ୟ ଅଭିଯୁକ୍ତ ଶତ୍ରୁଘ୍ନ

ଗତକାଲି ଦେଓଗାଁ ଥାନା ବଗଡା ଗାଁର ଏକ ପାଣି ଟାଙ୍କି ନିକଟରେ ଜଣେ ମଧ୍ୟବୟସ୍କ ବ୍ୟକ୍ତିଙ୍କ ମୁଣ୍ଡବିହୀନ ଶବ ମିଳିଥିଲା। ଶବର ପୋଷାକ ଆଦିର ଅନୁସନ୍ଧାନ କରି ପୁଲିସ ଏହା ତୁଷୁରା ଥାନା ତେବଡା ମୁଣ୍ଡା ଗାଁର ସନ୍ତୋଷ ଖର୍ସେଲ (୪୦)ର ବୋଲି ଜଣାପଡ଼ିଥିଲା। ତେବେ ମୁଣ୍ଡ ନମଳିବାରୁ ପୁଲିସର ତଦନ୍ତ ଆଗକୁ ବଢ଼ିପାରୁନଥିଲା। ଶେଷ ଥର ପାଇଁ ସନ୍ତୋଷ ବଗଡ଼ା ଗାଁର ଶତ୍ରୁଘ୍ନ ସାହୁ ସହ ଯାଉଥିବା ଦେଖାଯାଇଥିଲା। ଏହା ଜଣାପଡ଼ିବା ପରେ ଶତ୍ରୁଘ୍ନକୁ ଡାକି ପୁଲିସ ପଚରାଉଚରା କରିଥିଲା। ପଚରାଉଚରା ପରେ ଯାହା ଜଣାପଡ଼ିଲା ସେଥିରେ ପୁଲିସର ରୋମଟାଙ୍କୁରି ଉଠିଥିଲା। 

Deogam human sacrifice2ନରବଳିର ଶିକାର ସନ୍ତୋଷ

ଧନ, ପରିବାରରେ ସୁଖସମୃଦ୍ଧି ନିମନ୍ତେ ଶତ୍ରୁଘ୍ନ ମାନସିକ କରିଥିଲା। ଏଥିପାଇଁ ସେ ଘରେ ଅନେକ ଗୁଣିଗାରେଡ଼ି କରୁଥିଲା। ଏକ ପଥର ଓ ତମ୍ବା ନାଗ ଆଦି ରଖି ପୂଜାର୍ଚ୍ଚନା କରୁଥିଲା। ଶେଷରେ ନିଜର ଇଚ୍ଛାର ତ୍ବରିତ ପୂରଣ ନିମନ୍ତେ ନରବଳି ଦେବାକୁ ମନସ୍ଥ କରିଥିଲା। ସନ୍ତୋଷକୁ ଫୁସୁଲାଇ ଓ ପ୍ରଲୋଭିତ କରି ନିଜ ଘରକୁ ଡାକି ଆଣିଥିଲା। ଘରେ ଖାଇବାରେ ନିଶା ଦେଇ ଅଚେତ କରିବା ପରେ ମଧ୍ୟରାତ୍ରୀରେ ପୂଜାର୍ଚ୍ଚାନା କରି ମୁଣ୍ଡ କାଟି ପଥରରେ ରକ୍ତ ଚଢ଼ାଇଥିଲା। ମୁଣ୍ଡଟିକୁ ପୂଜାସ୍ଥାନରେ ଖୋଳି ପୋତି ଦେବା ପରେ ଗଣ୍ଡିଟିକୁ ନିଜ ଘର ଠାରୁ ୫ଶହ ମିଟର ଦୂର ପାଣିଟାଙ୍କି ନିକଟରେ ଫିଙ୍ଗି ଦେଇଥିଲା। 

Deogam human sacrifice1ପୂଜାସ୍ଥଳୀ, ଯେଉଁଠି ସନ୍ତୋଷକୁ ବଳିଦେଇଥିଲା ଶତ୍ରୁଘ୍ନ

ପୁଲିସ, ସମ୍ପ୍ରତି ଅଭିଯୁକ୍ତ ଶତ୍ରୁଘ୍ନର ଭାଉଜ, ମା ଓ ଭାଇକୁ ଗିରଫ କରିଛି। ଅଭିଯୁକ୍ତ ଶତ୍ରୁଘ୍ନ ମଧ୍ୟ କିଭଳି ଘରେ ନରବଳି ଦେଇଥିଲା ତା’ର ଡେମୋ କରିଦେଖାଇଛି। ବଳିରେ ବ୍ୟବହୃତ ଧାରୁଆ ଅସ୍ତ୍ର ଜବତ କରାଯାଇଛି। ମାମଲାର ତଦନ୍ତ ପଶ୍ଚିମାଞ୍ଚଳ ଆଇଜି ହିମାଂଶୁ ଲାଲଙ୍କ ତତ୍ବାବଧାନରେ ହେଉଛି। ୬ ବର୍ଷ ପୂବେ; ଦେଓଗାଁ ଥାନା ଅଧୀନ ସିଲେଟକାନି ଗାଁରେ ବବଲୁ ବଗର୍ତ୍ତୀ (୧୦) ବଳି ଦିଆଯାଇଥିଲା। ବର୍ତ୍ତମାନ ଏହି ନରବଳି ପରେ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି। ଏହାକୁ ନେଇ ବୁଦ୍ଧିଜୀବୀ ମହଲରେ ଗଭୀର ଉଦ୍‌ବେଗ ପ୍ରକାଶ ପାଇଛି। 

Read Entire Article
LEFT SIDEBAR AD

Hidden in mobile, Best for skyscrapers.