Imran Khan: ଇମ୍ରାନଙ୍କ ଚିକିତ୍ସା ଲାଗି କପିଳ,ଗାଭାସ୍କରଙ୍କ ସମେତ ୨୧ ପୂର୍ବତନ ଅଧିନାୟକଙ୍କ ଚିଠି

3 days ago 3
ARTICLE AD BOX

ନୂଆଦିଲ୍ଲୀ: ଜେଲରେ ଥିବା ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ୧୯୯୨ ବିଶ୍ୱକପ୍ ବିଜେତା ଅଧିନାୟକ ଇମ୍ରାନ ଖାଁଙ୍କୁ ଉପଯୁକ୍ତ ଚିକିତ୍ସା ଓ ମାନବୀୟ ସୁବିଧା ଯୋଗାଇଦେବାକୁ ପାକିସ୍ତାନ ସରକାରଙ୍କୁ ଅନୁରୋଧ କରିଛନ୍ତି ୨୧ ଜଣ ପୂର୍ବତନ ଅଧିନାୟକ। ସେମାନଙ୍କ ମଧ୍ୟରେ ଅଛନ୍ତି ଭାରତର ପୂର୍ବତନ ଅଧିନାୟକ ସୁନୀଲ ଗାଭାସ୍କର, କପିଲ ଦେବ ଓ ଦିଲୀପ ଭେଙ୍ଗସରକାର। ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ଗ୍ରେଗ୍ ଚାପେଲଙ୍କ ଉଦ୍ୟମକ୍ରମେ ଏହି ଚିଠି ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫଙ୍କ ନିକଟକୁ ପ୍ରେରଣ କରାଯାଇଛି।

ଦ୍ୱିତୀୟ ଥର ପାଇଁ ଏପରି ଚିଠି

ଇମ୍ରାନଙ୍କ ମାନବିକ ଅଧିକାର ଓ ସ୍ୱାସ୍ଥ୍ୟସେବା ନେଇ ଏସବୁ ଅଧିନାୟକମାନଙ୍କ ପକ୍ଷରୁ ଦ୍ୱିତୀୟ ଥର ପାଇଁ ଏପରି ଚିଠି ଲେଖାଯାଇଛି। ସୋସିଆଲ ମିଡିଆରେ ପ୍ରକାଶିତ ଏହି ଚିଠିରେ ଅଧିନାୟକମାନେ ପାକିସ୍ତାନ ସରକାରଙ୍କୁ ପାକ୍‌ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଗଠିତ ମେଡିକାଲ ବୋର୍ଡକୁ ଇମ୍ରାନଙ୍କ ସ୍ୱାସ୍ଥ୍ୟର ସ୍ୱାଧୀନ ମୂଲ୍ୟାଙ୍କନ କରିବାକୁ ଦେବା ପାଇଁ କହିଛନ୍ତି। ଏହି ମେଡିକାଲ ବୋର୍ଡରେ ଇମ୍ରାନଙ୍କ ବ୍ୟକ୍ତିଗତ ଡାକ୍ତରମାନଙ୍କୁ ମଧ୍ୟ ସାମିଲ କରାଯିବାକୁ ସେମାନେ ଦାବି କରିଛନ୍ତି। ଇମ୍ରାନଙ୍କ ଡାହାଣ ଆଖିର ଦୃଷ୍ଟିଶକ୍ତି କମିଯାଇଥିବା ଖବରକୁ ନେଇ ଚିଠିରେ ଚିନ୍ତା ପ୍ରକାଶ କରାଯାଇଛି।

Massive Fire: ଅମରାବତୀ ହସ୍ପିଟାଲର SNCUରେ ଭୟଙ୍କର ଅଗ୍ନିକାଣ୍ଡ, ୩ ନବଜାତଙ୍କ ମୃତ୍ୟୁ

Read Entire Article
LEFT SIDEBAR AD

Hidden in mobile, Best for skyscrapers.