ARTICLE AD BOX
ଲିନ୍କନ୍: ନ୍ୟୁଜିଲାଣ୍ଡ ‘ଏ’ ବିପକ୍ଷ ପ୍ରଥମ ଅନୌପଚାରିକ ଟେଷ୍ଟ୍କୁ ଭାରତ ‘ଏ’ ଜିତିବା ଆଶାରେ ଥିଲା। ହେଲେ ଏହି ୪ଦିନିଆ ମ୍ୟାଚ୍ର ଚତୁର୍ଥ ତଥା ଶେଷ ଦିନ ଖରାପ ଆଲୋକ ଯୋଗୁଁ ଦୃଢ଼ ସ୍ଥିତିରେ ଥିବା ଭାରତର ବିଜୟ ହାତଛଡ଼ା ହୋଇଛି। ୩୧୩ ରନ୍ର ବିଜୟ ଲକ୍ଷ୍ୟକୁ ପିଛା କରୁଥିବା ଘରୋଇ ଦଳ ୧୮୭/୯ କରିଥିଲା। ଫଳରେ ବିଜୟ ଲାଗି ଭାରତକୁ ୧ ୱିକେଟ୍ ଏବଂ ନ୍ୟୁଜିଲାଣ୍ଡକୁ ୧୨୬ ରନ୍ର ଆବଶ୍ୟକ ଥିଲା। କର୍ଟିସ ହିଫି ୯୦* ଓ ଜୟଦେନ ଲେନକ୍ସ ୬* ରନ୍ କରି ବ୍ୟାଟିଂ କରୁଥିଲା ବେଳେ ଖରାପ ଆଲୋକ ଯୋଗୁଁ ଅମ୍ପାୟାର ଷ୍ଟମ୍ପ୍ସ ଘୋଷଣା କରିଥିଲେ। ଫଳରେ ମ୍ୟାଚ୍ ଅମୀମାଂସିତ ଭାବେ ଶେଷ ହୋଇଥିଲା। ଭାରତ ପକ୍ଷରୁ ଆକ୍ବିବ ନବି ୩, ଦେବଦତ୍ତ ପଡ଼ିକଲ ୨, ଅଂଶୁଲ କମ୍ବୋଜ, ଆକାଶ ଦୀପ, ମୁକେଶ ଚୌଧୁରୀ ଓ ୱାସିଂଟନ ସୁନ୍ଦର ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ। ମଙ୍ଗଳବାର ୪୮୮/୮ରୁ ଖେଳ ଆରମ୍ଭ କରିଥିବା ଭାରତ ଏଥିରେ ୨୮ ରନ୍ ଯୋଡ଼ି ୫୧୬ ରନ୍ରେ ଅଲ୍ଆଉଟ୍ ହୋଇ ନ୍ୟୁଜିଲାଣ୍ଡ ସମ୍ମୁଖରେ ଆହ୍ବାନପୂର୍ଣ୍ଣ ବିଜୟ ଲକ୍ଷ୍ୟ ରଖିଥିଲା। ପୂର୍ବରୁ ଭାରତ ପ୍ରଥମ ପାଳିରେ ୧୧୩ ରନ୍ କରିଥିଲା ବେଳେ ନ୍ୟୁଜିଲାଣ୍ଡ ୩୧୭ ରନ୍ କରି ୨୦୪ ରନ୍ର ଅଗ୍ରଣୀ ନେଇଥିଲା। ଦ୍ବିତୀୟ ଅନୌପଚାରିକ ଟେଷ୍ଟ ଖ୍ରୀଷ୍ଟଚର୍ଚ୍ଚରେ ଚଳିତ ମାସ ୩୧ରୁ ଖେଳାଯିବ।
ସଂକ୍ଷିପ୍ତ ସ୍କୋର୍: ଭାରତ ‘ଏ’ ପ୍ରଥମ ପାଳି ୧୧୩। ନ୍ୟୁଜିଲାଣ୍ଡ ‘ଏ’ ପ୍ରଥମ ପାଳି ୩୧୭। ଭାରତ ‘ଏ’ ଦ୍ବିତୀୟ ପାଳି ୧୨୩.୧ ଓଭରରେ ୫୧୬ (ଦେବଦତ୍ତ ପଡ଼ିକଲ ୧୯୯, ସାଇ ସୁଦର୍ଶନ ୯୧, ୟଶ୍ ରାଠୋଡ଼ ୬୬, ୱାସିଂଟନ୍ ସୁନ୍ଦର ୫୨, ଜ୍ୟାକ୍ ଗିବ୍ସନ୍ ୩/୮୦, କ୍ରିଷ୍ଟିଆନ୍ କ୍ଲାର୍କ ୨/୯୯, ଜୟଦେନ ଲେନକ୍ସ ୨/୧୧୯)। ନ୍ୟୁଜିଲାଣ୍ଡ ଦ୍ବିତୀୟ ପାଳି ୬୫ ଓଭରରେ ୧୮୭/୯ (କର୍ଟିସ ହିଫି ୯୦*, ଡିନ୍ ଫକ୍ସକ୍ରଫ୍ଟ ୪୨, ଆକ୍ବିବ ନବି ୩/୨୮, ଦେବଦତ୍ତ ପଡ଼ିକଲ ୨/୧୧)।

8 hours ago
5


