ARTICLE AD BOX
ପ୍ରତିଭାବାନ ଖେଳାଳିଙ୍କୁ ପ୍ଲାଟଫର୍ମ ଦେବାକୁ ଏହି ଉଦ୍ୟମ: ଅଧ୍ୟକ୍ଷ
ରାଉରକେଲା: ଆସନ୍ତାକାଲି(ଗୁରୁବାର)ଠାରୁ ସ୍ଥାନୀୟ ବିର୍ସା ମୁଣ୍ଡା ଆଥଲେଟିକ୍ ଷ୍ଟାଡିୟମ୍ରେ ଆରମ୍ଭ ହେବ ବହୁପ୍ରତୀକ୍ଷିତ ଇଣ୍ଡିଆନ ଫୁଟବଲ୍ ଲିଗ୍। ଏହି ଷ୍ଟାଡିୟମକୁ ଘରୋଇ ପଡ଼ିଆ ଭାବେ ବାଛିଥିବା ସମଲେଶ୍ୱରୀ ସ୍ପୋର୍ଟିଂ ଏଠାରେ ମୋଟ୍ ୧୦ଟି ମ୍ୟାଚ୍ ଖେଳିବ। ଦଳ ପ୍ରଥମ ମ୍ୟାଚ୍ରେ ଡେମ୍ପୋ ଏସ୍ସି(ଗୋଆ)କୁ ଭେଟିବ।
Football: ଅଲଭାରେଜ୍ଙ୍କୁ ନେଇ ବିବାଦ: ବାର୍ସିଲୋନାକୁ ୬୦୨ ୟୁରୋ ଜରିମାନା
ଏହି ପରିପ୍ରେକ୍ଷୀରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସମଲେଶ୍ୱରୀ ସ୍ପୋର୍ଟିଂର ଅଧ୍ୟକ୍ଷ ତଥା ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର କହିଲେ, ଏହି ଅଞ୍ଚଳର ପ୍ରତିଭାବାନ ଖେଳାଳିମାନଙ୍କୁ ଏକ ବଡ଼ ପ୍ଲାଟଫର୍ମ ପ୍ରଦାନ କରିବା ସହ ସେମାନଙ୍କୁ ପ୍ରଫେସନାଲ ଖେଳାଳି ଭାବେ ଗଢ଼ିତୋଳିବା ଆମର ମୁଖ୍ୟ ଲକ୍ଷ୍ୟ। ଚଳିତ ଲିଗ୍ ପାଇଁ ଆମ ଦଳରେ ଓଡ଼ିଶାର ୧୦ ଜଣ ପ୍ରତିଭାବାନ ଖେଳାଳି ସାମିଲ ଅଛନ୍ତି। ସେମାନେ ହେଉଛନ୍ତି ରାଉରକେଲାର ରୋଶନ ପାନ୍ନା, ଟଙ୍କଧର ବାଗ, ଭିକି ଓରାମ, ନିର୍ମଳ ଓରାମ, ଦୁଲାମଣି ଓରାମ, ବିରୋଜ ଭୋଇ, ଏ. ଶିବ ପ୍ରସାଦ, ସମୀର ମୁର୍ମୁ, ରାଜା ହେମ୍ବ୍ରମ ଓ ସାହିଲ ହରିଜନ। ଏମାନଙ୍କ ବ୍ୟତୀତ ଦଳରେ ୫ ଜଣ ବିଦେଶୀ ଖେଳାଳି ଏବଂ ଭାରତୀୟ ଜାତୀୟ ଦଳ ପ୍ରତିନିଧିତ୍ବ କରିଥିବା ଈଷାନ ପଣ୍ଡିତ, ଜୟେଶ ରାନେ ଖେଳୁଛନ୍ତି।
Women Football: ବେଙ୍ଗାଲୁରୁରୁ ପର୍ତ୍ତୁଗାଲ୍; ଫୁଟ୍ବଲ୍ରେ ରିନ୍ଶାଙ୍କ ନୂଆ ଅଧ୍ୟାୟ
ପ୍ରତିଯୋଗିତାରେ ଉନ୍ନତ ପ୍ରଦର୍ଶନ ସହ ପଏଣ୍ଟ୍ ଟେବୁଲ ଶୀର୍ଷରେ ରହି ଦଳ ଆଇଏସଏଲ୍ ପାଇଁ ଯୋଗ୍ୟତା ଅର୍ଜନ କରିବ ବୋଲି ଆଶାବାଦୀ। ଏହାସହ କହିଲେ, ଆମ ଏକାଡେମୀରେ ସମ୍ବଲପୁର, ସୁନ୍ଦରଗଡ଼, ମୟୂରଭଞ୍ଜ ଆଦି ଜିଲ୍ଲାର ଅନେକ ଯୁବ ପ୍ରତିଭା ତାଲିମ ନେଉଛନ୍ତି। ଆମ କୋଚିଂ ଷ୍ଟାଫ୍ ଗାଁ ଗାଁ ବୁଲି ନୂତନ ପ୍ରତିଭା ଚୟନ କରୁଛନ୍ତି ଓ ସେମାନଙ୍କୁ ଏକାଡେମୀରେ ସାମିଲ କରାଯାଉଛି। ଏମିତି ଅନେକ ଗାଁକୁ ଚିହ୍ନଟ କରାଯାଇଛି, ଯେଉଁଠାରେ ଏକାଧିକ ଫୁଟବଲ ପ୍ରତିଭା ରହିଛନ୍ତି। ଆଗାମୀ ଦିନରେ ସେଠାରେ ପ୍ରଶିକ୍ଷକ ନିଯୁକ୍ତ କରି ପ୍ରାରମ୍ଭିକ କ୍ରୀଡ଼ା କୌଶଳ ଶିକ୍ଷା ଦିଆଯିବ ବୋଲି କହିଥିଲେ।
India Women's Football: ମହିଳା ଏସୀୟ କପ୍ ଯୋଗ୍ୟତା ହାସଲ କଲେ ଭାରତୀୟ ବାଳିକା
ମୁଖ୍ୟ କୋଚ୍ ଅବଦୁଲ ଅଜିମ୍ ସିଦ୍ଦିକି କହିଲେ, ସମଲେଶ୍ୱରୀ ସ୍ପୋର୍ଟିଂ ହେଉଛି ଓଡ଼ିଶାର ପ୍ରଥମ ଦଳ ଯିଏ ଇଣ୍ଡିଆନ ଫୁଟବଲ ଲିଗ୍ରେ ଭାଗ ନେଇଛି। ସମଲେଶ୍ୱରୀ ସ୍ପୋର୍ଟିଂ ସହିତ ଜଡ଼ିତ ହୋଇ ଓଡ଼ିଶାରେ ଫୁଟବଲ୍ର ବିକାଶ ପାଇଁ କାମ କରିବା ମୋ’ ପାଇଁ ଏକ ଗର୍ବର ମୁହୂର୍ତ୍ତ। ଆମ ଦଳରେ ୧୦ ଜଣ ଓଡ଼ିଆ ଖେଳାଳି ଅଛନ୍ତି, ଯେଉଁଥିରୁ ୫ ଜଣ ସମ୍ବଲପୁରର ଓ ୫ ଜଣ ବିଦେଶୀ ଖେଳାଳି ମଧ୍ୟ ଅଛନ୍ତି। ମୁଁ ଏଭଳି ଏକ ଦଳର କୋଚିଂ ଦେବା ପାଇଁ ନିଜକୁ ଭାଗ୍ୟବାନ ମନେ କରୁଛି, ଯେଉଁଥିରେ ୧୪ ଜଣ ଖେଳାଳି ଭାରତୀୟ ଜାତୀୟ ଦଳର ପ୍ରତିନିଧିତ୍ୱ କରିସାରିଛନ୍ତି। ସାମ୍ବାଦିକ ସମ୍ମିଳନୀରେ ବୈଷୟିକ ବିଭାଗ ମୁଖ୍ୟ ମହମ୍ମଦ ଜବ୍ବାର, ମୁଖ୍ୟ ପରିଚାଳକ ବିଶେଷ ପଣ୍ଡା, ଯୁବ ତାରକା ଅମରଜିତ ସିଂହ ପ୍ରମୁଖ ଉପସ୍ଥିତ ଥିଲେ।

1 hour ago
1


