TRUMP: ମଧ୍ୟବର୍ତ୍ତୀ ନିର୍ବାଚନରେ ଟ୍ରମ୍ପଙ୍କ ପରାଜୟ: ବଦଳିବ କି ଆମେରିକାର ବିଦେଶ ନୀତି?

59 minutes ago 3
ARTICLE AD BOX

ନୂଆଦିଲ୍ଲୀ: ଆମେରିକାର ମଧ୍ୟବର୍ତ୍ତୀ ନିର୍ବାଚନରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ରିପବ୍ଲିକାନ୍‌ ପାର୍ଟି ପରାଜିତ ହେବା ପରେ ଦେଶର ବୈଦେଶିକ ନୀତିକୁ ନେଇ ବିଶ୍ୱବ୍ୟାପୀ ଚର୍ଚ୍ଚା ଆରମ୍ଭ ହୋଇଛି। ଡେମୋକ୍ରାଟିକ୍‌ ପାର୍ଟି ଆମେରିକାର ପ୍ରତିନିଧି ସଭା ଓ ସିନେଟ୍‌ ଉଭୟରେ ବିଜୟୀ ହୋଇଛି। ଫଳରେ କଂଗ୍ରେସରେ ଶକ୍ତି ସନ୍ତୁଳନ ବଦଳିବା ସହ ଟ୍ରମ୍ପଙ୍କ ନୀତି ଓ ନିଷ୍ପତ୍ତି ଉପରେ ଅଧିକ ପ୍ରଭାବ ପଡ଼ିବାର ସମ୍ଭାବନା ରହିଛି। ଇରାନ, ଇସ୍ରାଏଲ, ଭାରତ, କାନାଡ଼ା, ୟୁରୋପ, ଦକ୍ଷିଣ କୋରିଆ ଓ ଚୀନ୍‌ ଏହି ପରିବର୍ତ୍ତନ ଉପରେ ନଜର ରଖିଛନ୍ତି।

ଇରାନର ସର୍ବୋଚ୍ଚ ନେତା ମୋଜତବା ଖେମିନି କହିଛନ୍ତି ଯେ ଆମେରିକାର ନିର୍ବାଚନ ଫଳାଫଳ ତେହେରାନ ପ୍ରତି ୱାସିଂଟନର ଆଭିମୁଖ୍ୟ ବଦଳାଇବ ନାହିଁ। ବୁଧବାର ଆମେରିକା ବିରୋଧୀ ବାର୍ଷିକ କାର୍ଯ୍ୟକ୍ରମ ଅବସରରେ ଜାରି ଲିଖିତ ବାର୍ତ୍ତାରେ ସେ ଏହା କହିଛନ୍ତି। ଆମେରିକା ଇରାନଠାରୁ ବିନା ସର୍ତ୍ତରେ ଆତ୍ମସମର୍ପଣ ଚାହୁଥିବା ଅଭିଯୋଗ କରି ସେ ୱାସିଂଟନକୁ କୌଣସି ରିହାତି ନ ଦେବାକୁ ଚେତାବନୀ ଦେଇଛନ୍ତି।

ଆହୁରି ପଢନ୍ତୁ : Mojtaba Khamenei: ଆମେରିକା ନିର୍ବାଚନ ଫଳାଫଳ ନେଇ ଖେମିନିଙ୍କ ସତର୍କବାଣୀ

ଇସ୍ରାଏଲ ପାଇଁ ମଧ୍ୟ ଏହି ନିର୍ବାଚନ ଫଳାଫଳ ଗୁରୁତ୍ୱପୂର୍ଣ୍ଣ ହୋଇଛି। ଇରାନ ସହ ଯୁଦ୍ଧକୁ ନେଇ ଟ୍ରମ୍ପଙ୍କ ପରବର୍ତ୍ତୀ ନିଷ୍ପତ୍ତି ଏବଂ ଡେମୋକ୍ରାଟିକ୍‌ ପାର୍ଟି ମଧ୍ୟରେ ଇସ୍ରାଏଲ ବିରୋଧରେ ବଢୁଥିବା ସମାଲୋଚନା ଦୁଇ ଦେଶର ସମ୍ପର୍କକୁ ପ୍ରଭାବିତ କରିପାରେ। ବିଶ୍ଳେଷକଙ୍କ ମତରେ ଟ୍ରମ୍ପଙ୍କ ସାମ୍ନାରେ ଦୁଇଟି ବିକଳ୍ପ ରହିଛି। ଇରାନ ସହ କୂଟନୈତିକ ଆଲୋଚନା ଆରମ୍ଭ କରିବା କିମ୍ବା ସୀମିତ ସାମରିକ ଅଭିଯାନ ଚଳାଇବା। ଏଥିସହ ଗାଜା ଯୁଦ୍ଧ ଓ ଇସ୍ରାଏଲକୁ ଆମେରିକାର ସାମରିକ ସହାୟତା ଉପରେ ମଧ୍ୟ କଂଗ୍ରେସର ଯାଞ୍ଚ ବଢ଼ିପାରେ।

ଭାରତ ପାଇଁ ମୁଖ୍ୟ ଚିନ୍ତା ହେଉଛି ଆମେରିକା ସହ ପ୍ରସ୍ତାବିତ ଦ୍ୱିପାକ୍ଷିକ ବାଣିଜ୍ୟ ଚୁକ୍ତି। ଟ୍ରମ୍ପ ନିଜର ଆର୍ଥିକ ଓ କୂଟନୈତିକ ସଫଳତା ଦେଖାଇବା ପାଇଁ ଭାରତ ସହ ଶୀଘ୍ର ଚୁକ୍ତି କରିବାକୁ ଚାପ ପକାଇପାରନ୍ତି। ଗ୍ଲୋବାଲ ଟ୍ରେଡ୍‌ ରିସର୍ଚ୍ଚ ଇନିସିଏଟିଭ୍‌ (ଜିଟିଆର୍‌ଆଇ)ର ବିଶ୍ଳେଷଣ ଅନୁସାରେ, ଭାରତ ଉପରେ ଚାପ ସୃଷ୍ଟି କରିବା ପାଇଁ ଟ୍ରମ୍ପ ନିଜର କାର୍ଯ୍ୟନିର୍ବାହୀ କ୍ଷମତା ବ୍ୟବହାର କରିପାରନ୍ତି।

କାନାଡ଼ା ଆମେରିକା ସହ ବାଣିଜ୍ୟ ଆଲୋଚନାରେ ଅଧିକ ସୁଯୋଗ ପାଇବା ଆଶା କରୁଛି। ପ୍ରଧାନମନ୍ତ୍ରୀ ମାର୍କ କାର୍ନି କହିଛନ୍ତି ଯେ ଟ୍ରମ୍ପ ପ୍ରଶାସନ ନିଜର କିଛି ଦାବି କମାଇଛି। ଅନ୍ୟପକ୍ଷରେ ଡେମୋକ୍ରାଟ୍‌ଙ୍କ ନିୟନ୍ତ୍ରଣରେ ଥିବା କଂଗ୍ରେସ ରୁଷ୍‌-ୟୁକ୍ରେନ୍‌ ଯୁଦ୍ଧ, ନାଟୋ ଓ ୟୁରୋପରେ ଆମେରିକୀୟ ସୈନ୍ୟ ମୁତୟନ ପ୍ରସଙ୍ଗରେ ଟ୍ରମ୍ପଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରିପାରେ।

ଆହୁରି ପଢନ୍ତୁ : Class 10 Student Gives Birth: ସାତମାସର ଗର୍ଭବତୀ ଥିଲେ ଦଶମ ଶ୍ରେଣୀ ଛାତ୍ରୀ; ଡାକ୍ତରଖାନାରେ ଜନ୍ମ ଦେଲେ ଶିଶୁ

ଦକ୍ଷିଣ କୋରିଆକୁ ମଧ୍ୟ ହ୍ୱାଇଟ୍‌ ହାଉସ୍‌ ଓ ଡେମୋକ୍ରାଟିକ୍‌ ନିୟନ୍ତ୍ରିତ କଂଗ୍ରେସ ସହ ପୃଥକ୍‌ ଭାବେ ଆଲୋଚନା କରିବାକୁ ପଡ଼ିପାରେ। ଚୀନ୍‌ ଏହାକୁ ଆମେରିକାର ଆଭ୍ୟନ୍ତରୀଣ ପ୍ରସଙ୍ଗ କହିବା ସହ ରାଷ୍ଟ୍ରପତି ସି ଜିନ୍‌ପିଙ୍ଗ ଓ ଟ୍ରମ୍ପଙ୍କ ମଧ୍ୟରେ ହୋଇଥିବା ବୁଝାମଣା କାର୍ଯ୍ୟକାରୀ କରିବାକୁ ଆଗ୍ରହ ପ୍ରକାଶ କରିଛି। ତେଣୁ ଟ୍ରମ୍ପଙ୍କ ନିର୍ବାଚନୀ ପରାଜୟ ପରେ ବୈଦେଶିକ ନୀତିରେ କେତେ ପରିବର୍ତ୍ତନ ଆସିବ, ତାହା ଆଗାମୀ ଦିନରେ ସ୍ପଷ୍ଟ ହେବ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.