Indian-Origin Men: ଇଂଲଣ୍ଡରେ ଦୁଇ ଭାରତୀୟ ବଂଶୋଦ୍ଭବଙ୍କୁ ୨୮ ବର୍ଷ ଜେଲ୍ ଦଣ୍ଡାଦେଶ

10 hours ago 4
ARTICLE AD BOX

ଲଣ୍ଡନ: ଉତ୍ତର ଇଂଲଣ୍ଡରେ ଏକ ଦୁଃଖଦ ଓ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ମା'' ଏବଂ ତାଙ୍କର ୪ ବର୍ଷର ଝିଅଙ୍କ ଜୀବନ ନେବା ଅଭିଯୋଗରେ ଦୁଇଜଣ ଭାରତୀୟ ବଂଶୋଦ୍ଭବ ଯୁବକଙ୍କୁ ମୋଟ ୨୮ ବର୍ଷ ଜେଲ୍ ଦଣ୍ଡାଦେଶ ଶୁଣାଯାଇଛି। କୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ, ୩୭ ବର୍ଷୀୟ ଜସକମଲ୍ ରିୟାତଙ୍କୁ ୧୬ ବର୍ଷ ଏବଂ ୨୯ ବର୍ଷୀୟ ହରଦୀପ ଭାଚୁଙ୍କୁ ୧୨ ବର୍ଷର କାରାଦଣ୍ଡରେ ଦଣ୍ଡିତ କରାଯାଇଛି। ଏହାସହ ଉଭୟଙ୍କୁ ୬ ବର୍ଷ ପାଇଁ ଗାଡ଼ି ଚାଳନାରୁ ବାସନ୍ଦ କରାଯାଇଛି।

ସ୍କୁଲକୁ ଯାଉଥିବା ସମୟରେ ଘଟିଥିଲା  ଦୁର୍ଘଟଣା

ଗତ ୨୦୨୩ ଜାନୁଆରୀ ମାସରେ ସ୍କଟ୍ ହଲ୍ ରୋଡରେ ୨୭ ବର୍ଷୀୟା ଜଷ୍ଟିନା ହୁଲବୋଜ୍ ନିଜର ୪ ବର୍ଷର ଝିଅ ଲେନା ଚେପଚୋରଙ୍କୁ ଧରି ସ୍କୁଲକୁ ଯାଉଥିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା। ହରଦୀପ ଭାଚୁଙ୍କ ଦ୍ରୁତଗାମୀ ଅଡି କାର୍ ନିୟନ୍ତ୍ରଣ ହରାଇ ଫୁଟପାଥ୍ ଉପରକୁ ଚଢ଼ିଯାଇ ମା''-ଝିଅଙ୍କୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ହିଁ ଉଭୟଙ୍କର ମୃତ୍ୟୁ ଘଟିଥିଲା। ସିସିଟିଭି ଫୁଟେଜରୁ ସ୍ପଷ୍ଟ ହୋଇଥିଲା ଯେ ଦୁର୍ଘଟଣା ପୂର୍ବରୁ ଜସକମଲ୍ ରିୟାତ୍ (ବିଏମଡବ୍ଲୁ କାର୍) ଏବଂ ହରଦୀପ ଭାଚୁ (ଅଡି କାର୍) ସାଧାରଣ ରାସ୍ତାରେ ପ୍ରତିଯୋଗିତାମୂଳକ ଭାବେ କାର୍ ରେସିଂ କରୁଥିଲେ। ଅଦାଲତରେ ଶୁଣାଣି ସମୟରେ ବିଚାରପତି ରେ ସିଂ ଗୁରୁତ୍ୱପୂର୍ଣ୍ଣ ଟିପ୍ପଣୀ ଦେଇ କହିଛନ୍ତି ଯେ, ସାଧାରଣ ରାସ୍ତା କୌଣସି ରେସିଂ ଟ୍ରାକ୍ ନୁହେଁ। ଏକ ଶକ୍ତିଶାଳୀ ଇଞ୍ଜିନ୍ ପ୍ରାପ୍ତ ଗାଡ଼ିର ମାନେ ନୁହେଁ ଯେ ସାଧାରଣ ରାସ୍ତାରେ ତାହାର ବେଗ ପରୀକ୍ଷା କରାଯିବ। ପ୍ରବଳ ବେଗରେ ବେପରୁଆ ଗାଡ଼ି ଚାଳନାର ପରିଣାମ ଅତ୍ୟନ୍ତ ଭୟଙ୍କର। ଘଣ୍ଟାପ୍ରତି ୪୦ ମାଇଲ୍ ବେଗ ସୀମା ଥିବା ରାସ୍ତାରେ ଭାଚୁ ପ୍ରାୟ ୯୦ ମାଇଲ୍ ବେଗରେ ଗାଡ଼ି ଚଲାଉଥିଲେ। ହରଦୀପ ଭାଚୁ ନିଜର ଦୋଷ ସ୍ୱୀକାର କରିଥିବା ବେଳେ ରିୟାତ୍ ନିଜକୁ ନିର୍ଦ୍ଦୋଷ ଦାବି କରୁଥିଲେ, ମାତ୍ର ପ୍ରମାଣ ଆଧାରରେ କୋର୍ଟ ଉଭୟଙ୍କୁ ଦୋଷୀ ସାବ୍ୟସ୍ତ କରି ଏହି ଦଣ୍ଡାଦେଶ ଶୁଣାଇଛନ୍ତି।

ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ପ୍ରାଣୀ ଉଦ୍ୟାନ, ରାଜ୍ୟ ଉଦ୍ଭିଦ ଉଦ୍ୟାନ ପ୍ରସ୍ତୁତ

Read Entire Article
LEFT SIDEBAR AD

Hidden in mobile, Best for skyscrapers.