Indian SIM Cards in Pakistan: ଭାରତୀୟ ସିମ୍ ବ୍ୟବହାର କରି ପାକିସ୍ତାନରେ ଚାଲୁଛି ହ୍ବାଟସଆପ୍, ଦୁଇଜଣଙ୍କ ନାଁରେ ମାମଲା ରୁଜୁ କଲା ଏନଆଇଏ

2 weeks ago 3
ARTICLE AD BOX

କୋଲକାତା: ଶୁକ୍ରବାର ପାକିସ୍ତାନୀ ଗୁଇନ୍ଦା ସଂସ୍ଥା (ପିଆଇଓ) ସହ ଜଡ଼ିତ ଏକ ଚଞ୍ଚଲ୍ୟକର ଗୁଇନ୍ଦା ନେଟୱର୍କର ପର୍ଦ୍ଦାଫାଶ କରି ଜାତୀୟ ତଦନ୍ତକାରୀ ସଂସ୍ଥା (ଏନଆଇଏ) ପଶ୍ଚିମବଙ୍ଗରୁ ଦୁଇଟି ପୃଥକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ପଶ୍ଚିମବଙ୍ଗର ପଶ୍ଚିମ ମେଦିନୀପୁରର ଦୁଇ ଜଣ ଏବଂ ମୁର୍ଶିଦାବାଦର ଦୁଇ ଜଣ ଅଭିଯୁକ୍ତ ଭାରତୀୟ ସିମ୍ କାର୍ଡ ସକ୍ରିୟ କରି ପାକିସ୍ତାନରେ ବସିଥିବା ହ୍ୟାଣ୍ଡଲରମାନଙ୍କୁ ଓଟିପି ସେୟାର କରୁଥିଲେ, ଯାହା ଦ୍ୱାରା ସୀମା ପାରରୁ ଭାରତୀୟ ନମ୍ବରରେ ହ୍ୱାଟସଆପ୍ ଆକାଉଣ୍ଟ ଚାଲୁଥିଲା।

ଏହି ଆକାଉଣ୍ଟଗୁଡ଼ିକ ମାଧ୍ୟମରେ ସୁରକ୍ଷା ସମ୍ବନ୍ଧୀୟ ସମ୍ବେଦନଶୀଳ ତଥ୍ୟ ପାକିସ୍ତାନକୁ ହସ୍ତାନ୍ତର କରାଯାଉଥିବା ନେଇ ଏନଆଇଏ ପକ୍ଷରୁ ସନ୍ଦେହ କରାଯାଉଛି। ପଶ୍ଚିମ ମେଦିନୀପୁରର ଶେଖ ମୁରସାଲିନ୍ ଓ ଗୌତମ ଖାନରା ଏବଂ ମୁର୍ଶିଦାବାଦର ଶେଖ ଜୁହାବ ଓ ଶେଖ ସୁମନ ନାମକ ୪ ଅଭିଯୁକ୍ତ ସିମ୍ ପିଛା କିଛି ହଜାର ଟଙ୍କା ନେଇ ଏହି ବେଆଇନ କାର୍ଯ୍ୟ କରୁଥିଲେ।

ଏହି ମାମଲା ଏନଆଇଏ ହାତକୁ ନେଇଛି

ଗୃହ ମନ୍ତ୍ରଣାଳୟର ନିର୍ଦ୍ଦେଶକ୍ରମେ ପଶ୍ଚିମବଙ୍ଗ ଏସଟିଏଫ ନିକଟରୁ ଏହି ଦୁଇଟି ଗୁରୁତ୍ୱପୂର୍ଣ୍ଣ ମାମଲା ଏନଆଇଏ ହାତକୁ ନେଇଛି। ବିଗତ କିଛି ବର୍ଷ ମଧ୍ୟରେ ଏହି ଉପାୟରେ ପ୍ରାୟ ୪୦୦ରୁ ଅଧିକ ଭାରତୀୟ ସିମ୍ କାର୍ଡ ସକ୍ରିୟ କରାଯାଇ ପାକିସ୍ତାନୀ ହ୍ୟାଣ୍ଡଲରଙ୍କୁ ଦିଆଯାଇଥିବା ଏନଆଇଏ ସନ୍ଦେହ କରୁଛି। ଦେଶର ସୁରକ୍ଷା ପ୍ରତି ଏହା ଏକ ଗମ୍ଭୀର ବିପଦ ସୃଷ୍ଟି କରୁଥିବାରୁ ଏହା ପଛରେ ଥିବା ଏକ ବଡ଼ ଚକ୍ରାନ୍ତକୁ ପଦାକୁ ଆଣିବା ପାଇଁ ଏନଆଇଏ ତଦନ୍ତକୁ ଜୋରଦାର କରିଛି। ଗତ ୬ ମାସ ମଧ୍ୟରେ କେନ୍ଦ୍ର ସରକାର ପାକିସ୍ତାନୀ ଗୁପ୍ତଚର ଓ ସେମାନଙ୍କ ଭାରତୀୟ ସହଯୋଗୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କଡ଼ାକଡ଼ି କରିଛନ୍ତି। ଗତ ଅଗଷ୍ଟ ମାସରେ ମଧ୍ୟ ଆଇଏସଆଇ ସମର୍ଥିତ ଏକ ଆତଙ୍କବାଦୀ ନେଟୱର୍କର ପର୍ଦ୍ଦାଫାଶ କରାଯାଇ ୧୪ଟି ରାଜ୍ୟରୁ ୨୦୦ରୁ ଅଧିକ ଆତଙ୍କବାଦୀ ସନ୍ଦିଗ୍ଧଙ୍କୁ ଗିରଫ ଏବଂ ୨୫୩ ଜଣଙ୍କୁ ଅଟକ ରଖାଯାଇଥିଲା।

CRPF: ଛତିଶଗଡ଼ର ସୁକମାରେ ବିସ୍ଫୋରକ ନଷ୍ଟ ବେଳେ ୪ ସିଆରପିଏଫ ଯବାନ ଆହତ, ୨ ଗୁରୁତର

Read Entire Article
LEFT SIDEBAR AD

Hidden in mobile, Best for skyscrapers.