Indians: ନାଗରିକ ହୋଇ ମଧ୍ୟ ଭୋଟର ହୋଇପାରିବେନି ୧୦ କୋଟି ଭାରତୀୟ

3 days ago 5
ARTICLE AD BOX

ନୂଆଦିଲ୍ଲୀ: ବରିଷ୍ଠ କଂଗ୍ରେସ ନେତା ତଥା ରାଜ୍ୟସଭା ସାଂସଦ ପି. ଚିଦାମ୍ବରମ ଭାରତୀୟ ନିର୍ବାଚନ କମିସନ(ଇସିଆଇ)ଙ୍କୁ କଡ଼ା ସମାଲୋଚନା କରିଛନ୍ତି। ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (ଏସଆଇଆର)ମାଧ୍ୟମରେ ଭୋଟ ଦେଉ ନଥିବା ନାଗରିକଙ୍କର ଏକ ନୂତନ ବର୍ଗ ଇସିଆଇ ସୃଷ୍ଟି କରିଥିବା ସେ ଅଭିଯୋଗ ଆଣିଛନ୍ତି। ​​

ଏସଆଇଆରକୁ ନେଇ ପ୍ରଶ୍ନ ଉଠାଇଲେ ଚିଦାମ୍ବରମ

ଚିଦାମ୍ବରମ ଦାବି କରିଛନ୍ତି ଯେ ଏହି ପ୍ରକ୍ରିୟା ଶେଷ ହେବା ପରେ ପ୍ରାପ୍ତବୟସ୍କ ଜନସଂଖ୍ୟାର ୧୦% ଲୋକ ବା ପ୍ରାୟ ୧୦ କୋଟି ଲୋକଙ୍କର ନାଗରିକତା ରହିବ କିନ୍ତୁ ଭୋଟ ଦେବାର ଅଧିକାର ରହିବ ନାହିଁ।ୟୁଏଇରେ ଅବସ୍ଥାପିତ ଥିବା ଭାରତର ପୂର୍ବତନ ରାଷ୍ଟ୍ରଦୂତ ନବଦୀପ ସୁରି ପଞ୍ଜାବରେ ଚାଲିଥିବା ଏସଆଇଆର ଉପରେ ପ୍ରଶ୍ନ ଉଠାଇବା ପରେ ଚିଦାମ୍ବରମଙ୍କ ମନ୍ତବ୍ୟ ଆସିଛି। ପୂର୍ବତନ ରାଷ୍ଟ୍ରଦୂତ କହିଛନ୍ତି, ଯଦି ଇଜିପ୍ଟ, ୟୁଏଇ ଏବଂ ଅଷ୍ଟ୍ରେଲିଆ ଆଦି ତିନୋଟି ଦେଶରେ ଭାରତ ପାଇଁ ପ୍ରତିନିଧିତ୍ୱ କରିବା ସତ୍ତ୍ୱେ ମତେ ନିଜର ନାଗରିକତା ପ୍ରମାଣ କରିବାରେ ଅସୁବିଧା ହେଉଛି, ତେବେ ଏଭଳି ସ୍ଥିତିରେ ଜଣେ ସାଧାରଣ ନାଗରିକଙ୍କ ଅଭିଜ୍ଞତା କ’ଣ ହେବ? ସୁରି କହିଛନ୍ତି, ତାଙ୍କ ସୂଚନା ଯାଞ୍ଚ୍ ପାଇଁ ବ୍ୟବହୃତ ହେଉଥିବା ୨୦୦୩ ଭୋଟର ତାଲିକା ସହିତ ମେଳ ଖାଉ ନାହିଁ, କାରଣ ମୁଁ ସେତେବେଳେ ଲଣ୍ଡନରେ ପୋଷ୍ଟ ହୋଇଥିଲି ଏବଂ ସେହି ତାଲିକାର ଅପଡେଟ୍‌ରେ ଅଂଶଗ୍ରହଣ କରି ନଥିଲି।

Gandhi Jayanti: ବର୍ଷକୁ ୩ଟି ମାଗଣା ଗ୍ୟାସ୍ ସିଲିଣ୍ଡର ପୋଙ୍ଗଲ ଠାରୁ ଆରମ୍ଭ,ଗାନ୍ଧୀ ଜୟନ୍ତୀରୁ ମହିଳା ଏବଂ ଟ୍ରାନ୍ସଜେଣ୍ଡର ଯାତ୍ରୀଙ୍କ ପାଇଁ ମାଗଣା ବସ୍ ସେବା

Read Entire Article
LEFT SIDEBAR AD

Hidden in mobile, Best for skyscrapers.