Instagram Fitness Trends: "ଇନଷ୍ଟାଗ୍ରାମ୍ ଦେଖି ଫିଟନେସ୍ ପ୍ଲାନ୍ କରନ୍ତୁ ନାହିଁ": ରଣବୀର କପୁରଙ୍କ ଫିଟନେସ୍ କୋଚ୍‌ଙ୍କ ଗୁରୁତ୍ୱପୂର୍ଣ୍ଣ ପରାମର୍ଶ

1 day ago 5
ARTICLE AD BOX

କିଏ ୩୬ ଘଣ୍ଟା ଉପବାସ ରହିବାକୁ ପରାମର୍ଶ ଦେଉଛି ତ ଆଉ କିଏ କିଟୋ କିମ୍ବା ଇଣ୍ଟରମିଟେଣ୍ଟ ଫାଷ୍ଟିଂ କରିବାକୁ କହୁଛି। ଆଜିକାଲି ସୋସିଆଲ୍ ମିଡିଆ, ବିଶେଷ କରି ଇନଷ୍ଟାଗ୍ରାମ୍ ଖୋଲିଲେ ବିଭିନ୍ନ ପ୍ରକାରର ଫିଟନେସ୍ ଟ୍ରେଣ୍ଡ୍, ଡାଏଟ୍ ପ୍ଲାନ୍, ଏବଂ ୱାର୍କଆଉଟ୍ ଭିଡିଓ ଦେଖିବାକୁ ମିଳେ। କିନ୍ତୁ ସୋସିଆଲ୍ ମିଡିଆରେ ଦେଖୁଥିବା ସବୁ ଫିଟନେସ୍ ଟିପ୍ସ ଆପଣଙ୍କ ଶରୀର ପାଇଁ ଉପଯୁକ୍ତ ତ?

ଆହୁରି ପଢ଼ନ୍ତୁ: ଓଡ଼ିଶାର ଗଣପର୍ବଗୁଡ଼ିକ ମଧ୍ୟରେ ଢେଙ୍କାନାଳର ଗଜଲକ୍ଷ୍ମୀ ପୂଜାର ରହିଛି ସ୍ୱତନ୍ତ୍ର ସ୍ଥାନ

ବଲିଉଡ୍ ଅଭିନେତା ରଣବୀର କପୁର, ଅମିତାଭ ବଚ୍ଚନ ଓ ରାମଚରଣଙ୍କ ପରି ଜଣାଶୁଣା ତାରକାମାନଙ୍କୁ ଟ୍ରେନିଂ ଦେଉଥିବା ପ୍ରସିଦ୍ଧ ସେଲିବ୍ରିଟି ଫିଟନେସ୍ କୋଚ୍ ଶିବୋହମ୍ ଭଟ୍ଟ ଏହି ବିଷୟରେ ଏକ ଗୁରୁତ୍ୱପୂର୍ଣ୍ଣ ଚେତାବନୀ ଦେଇଛନ୍ତି।

ଇନଷ୍ଟାଗ୍ରାମ୍ ଟ୍ରେଣ୍ଡ୍ ଆପଣଙ୍କୁ କ୍ଷତି ପହଞ୍ଚାଇପାରେ

କୋଚ୍ ଶିବୋହମ୍‌ଙ୍କ ଅନୁଯାୟୀ, "ଇନଷ୍ଟାଗ୍ରାମ୍‌ରେ କିଛି ବି ଦେଖିବା ମାତ୍ରେ ତାହାକୁ ଆଖିବୁଜି ଅନୁସରଣ କରନ୍ତୁ ନାହିଁ। ପ୍ରଥମେ ୨ ମିନିଟ୍ ରୁହନ୍ତୁ ଏବଂ ନିଜକୁ ପଚାରନ୍ତୁ 'ଏହା ସତରେ ମୋ ଶରୀର ପାଇଁ ଆବଶ୍ୟକ କି?'"

ସେ ଏକ ସୁନ୍ଦର ଉଦାହରଣ ଦେଇ କହିଛନ୍ତି, ଯଦି ଜଣେ ବ୍ୟକ୍ତି ଇନଷ୍ଟାଗ୍ରାମ୍ ଦେଖି ୩୬ ଘଣ୍ଟାର କଠୋର ଉପବାସ କଲା, କିନ୍ତୁ ଉପବାସ ଭାଙ୍ଗିବା ପରେ ମଦ, ପିଜା ଏବଂ ତେଲଛଣା ଖାଦ୍ୟ ଖାଇଲା, ତେବେ ସେହି ଉପବାସର କୌଣସି ଅର୍ଥ ରହେନାହିଁ।

ଜଣକ ଶରୀର ପାଇଁ ଯାହା ଭଲ, ଅନ୍ୟ ଜଣଙ୍କ ପାଇଁ ତାହା କ୍ଷତିକାରକ ହୋଇପାରେ। କଠୋର ବ୍ୟାୟାମ ଜଣଙ୍କୁ ଶକ୍ତିଶାଳୀ କରିପାରେ, ମାତ୍ର ଅନ୍ୟ ଜଣଙ୍କୁ ଆଘାତ ଦେଇପାରେ।

ଦୀର୍ଘସ୍ଥାୟୀ ଫିଟନେସ୍ ରୁଟିନ୍ କିପରି ତିଆରି କରିବେ?

କେବଳ ୩-୪ ଦିନ ପାଇଁ କଠୋର ନିୟମ ପାଳନ କଲେ କୌଣସି ଫଳ ମିଳିବ ନାହିଁ। ଏପରି ଅଭ୍ୟାସ ଗଢ଼ନ୍ତୁ ଯାହାକୁ ଆପଣ ଜୀବନସାରା ସହଜରେ ଆପଣେଇ ପାରିବେ। ଏଥିପାଇଁ ୪ଟି ସହଜ ଉପାୟ:

୧. ଛୋଟ ଏବଂ ସହଜ ଲକ୍ଷ୍ୟ ରଖନ୍ତୁ

ଦିନକୁ ଘଣ୍ଟା ଘଣ୍ଟା ଜିମ୍‌ରେ ବିତାଇବା ଅପେକ୍ଷା ପ୍ରତିଦିନ ୫-୧୦ ମିନିଟ୍ ଚାଲିବା କିମ୍ବା କିଛି ସହଜ ସ୍ଟ୍ରେଚିଂ କରିବାର ଅଭ୍ୟାସ କରନ୍ତୁ। ବ୍ୟସ୍ତବହୁଳ ଜୀବନରେ ଏହି ଛୋଟ ଅଭ୍ୟାସଗୁଡ଼ିକ ନିୟମିତ ବଜାୟ ରଖିବା ସହଜ ହୋଇଥାଏ।

୨. ଖାଦ୍ୟ ବନ୍ଦ ନକରି, ପୋଷଣ ଯୋଡ଼ନ୍ତୁ

ଡାଏଟ୍‌ର ଅର୍ଥ କେବଳ ଖାଦ୍ୟ କାଟିବା ନୁହେଁ। ନିଜର ପ୍ରିୟ ଖାଦ୍ୟ ଖାଆନ୍ତୁ, କିନ୍ତୁ ଥାଳିରେ ସବୁଜ ପରିବା, ଫଳ ଏବଂ ପ୍ରୋଟିନ୍ ଜାତୀୟ ପୋଷକ ତତ୍ତ୍ୱ ଅଧିକ ସାମିଲ କରନ୍ତୁ। ଖାଇବା ସମୟରେ ଧୀରେ ଧୀରେ ଚୋବାଇ ଖାଆନ୍ତୁ।

୩. ନିଜ ମନପସନ୍ଦର ବ୍ୟାୟାମ ବାଛନ୍ତୁ

ଯଦି ଆପଣଙ୍କୁ ଦୌଡ଼ିବା ପସନ୍ଦ ନୁହେଁ, ତେବେ ଜବରଦସ୍ତି ଦୌଡ଼ନ୍ତୁ ନାହିଁ। ଆପଣ ସାଂସ୍କୃତିକ ନୃତ୍ୟ, ସାଇକେଲ୍ ଚଳାଇବା, ସାନ୍ତାର କାଟିବା କିମ୍ବା ଯୋଗସନ କରିପାରିବେ। ଚାଲିବା ହେଉଛି ସବୁଠାରୁ ସହଜ ଏବଂ ପ୍ରଭାବଶାଳୀ ବ୍ୟାୟାମ।

୪. ଶରୀରର ଶୁଣନ୍ତୁ 

ବ୍ୟାୟାମ ଯେତିକି ଜରୁରୀ, ଶରୀରକୁ ବିଶ୍ରାମ ଦେବା ସେତିକି ଗୁରୁତ୍ୱପୂର୍ଣ୍ଣ। ଯଦି ଶରୀର କ୍ଲାନ୍ତ ଅନୁଭବ କରୁଛି, ତେବେ ଜବରଦସ୍ତି ୱାର୍କଆଉଟ୍ ନକରି ବିଶ୍ରାମ ନିଅନ୍ତୁ।

ଆହୁରି ପଢ଼ନ୍ତୁ: ଥାଇଲାଣ୍ଡରେ କୁମ୍ଭୀର ମାଂସ ଖାଇ ଅଡ଼ୁଆରେ ଅଧିକାରୀ

ଅଧିକ ଦେଖନ୍ତୁ:

Read Entire Article
LEFT SIDEBAR AD

Hidden in mobile, Best for skyscrapers.