ARTICLE AD BOX
ଭୁବନେଶ୍ୱର/ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ତଥା ଚେନ୍ନାଇ ସୁପର କିଙ୍ଗ୍ସ (CSK) ର ମହାନ ଖେଳାଳି ମହେନ୍ଦ୍ର ସିଂହ ଧୋନୀଆଇପିଏଲ୍ ୨୦୨୭ରେ ଖେଳିବା ନେଇ ଏକ ବଡ଼ ସୂଚନା ଦେଇଛନ୍ତି। ତାଙ୍କର ପରବର୍ତ୍ତୀ କ୍ୟାରିୟର୍ ଏବଂ ଆଗାମୀ ସିଜିନରେ ଖେଳିବା ନେଇ ପ୍ରଶଂସକଙ୍କ ମନରେ ଥିବା ଦ୍ୱନ୍ଦ୍ୱ ସମ୍ପର୍କରେ ଖୋଦ୍ ‘ମାହି’ ନିଜର ମତ ରଖିଛନ୍ତି।
ଫିଟନେସ୍ ଉପରେ ରହିବ ଭବିଷ୍ୟତର ନିଷ୍ପତ୍ତି
ଧୋନୀ ସ୍ପଷ୍ଟ କରିଛନ୍ତି ଯେ ଆଗାମୀ ଆଇପିଏଲ୍ ସିଜିନରେ ତାଙ୍କର ଅଂଶଗ୍ରହଣ ସମ୍ପୂର୍ଣ୍ଣ ଭାବେ ତାଙ୍କର ଶାରୀରିକ ଫିଟନେସ୍ ଉପରେ ନିର୍ଭର କରେ। ଏକ କାର୍ଯ୍ୟକ୍ରମରେ ମଜାଳିଆ ଭଙ୍ଗୀରେ ଧୋନୀ କହିଛନ୍ତି, "ମତେ ଫିଟନେସ୍ ଟେଷ୍ଟ ଦେବାକୁ ପଡ଼ିବ। ଡାକ୍ତରମାନେ ରିପୋର୍ଟ ଦେବା ପରେ, ଡିସେମ୍ବର ମାସ ପୂର୍ବରୁ ମତେ ଆକଳନ କରିବାକୁ ପଡ଼ିବ ଯେ ମୁଁ ଆଉ ଏକ ସିଜିନ୍ ଖେଳିବା ପାଇଁ କେତେ ମାତ୍ରାରେ ଫିଟ୍ ଅଛି।"
"ଏହି ପୁରୁଣା ଗାଡ଼ିକୁ ଠିକ୍ ଭାବେ ଚାଲୁ ରଖିବାକୁ ପଡ଼ିବ"
ଧୋନୀ ଡାକ୍ତର ଓ ଫିଟନେସ୍ ଟିମ୍ ଉପରେ ସମସ୍ତ ଦାୟିତ୍ୱ ନ୍ୟସ୍ତ କରି କହିଛନ୍ତି, "ଯଦି ମୁଁ ଫିଟ୍ ନଥାଏ, ତେବେ ଏହି ପୁରୁଣା ଭିଣ୍ଟେଜ୍ ଗାଡ଼ିକୁରାସ୍ତାରେ ସୁରକ୍ଷିତ ଓ ସଠିକ୍ ଭାବେ ଚାଲୁ ରଖିବା ପାଇଁ ସେମାନଙ୍କୁ ସବୁପ୍ରକାର ପ୍ରୟାସ କରିବାକୁ ପଡ଼ିବ। ତେଣୁ ସମସ୍ତ ଚାପ ଏବେ ସେମାନଙ୍କ ଉପରେ ରହିଛି।"
ଆହୁରି ପଢନ୍ତୁ: Cricket: ଭାରତ-ନ୍ୟୁଜିଲାଣ୍ଡ ପ୍ରଥମ ‘ଏ’ ଟେଷ୍ଟ: ପୁଣି ରାହୁଲ, ଜୟସ୍ବାଲ ବିଫଳ
ଆଇପିଏଲ୍ ୨୦୨୬ରେ ମିସ୍ କରିଥିଲେ ଧୋନୀ
ଉଲ୍ଲେଖଯୋଗ୍ୟ ଯେ, ଗୋଡ଼ର ମାଂସପେଶୀ ଏବଂ ଫିଟନେସ୍ ସମସ୍ୟା କାରଣରୁ ଧୋନୀ ଆଇପିଏଲ୍ ୨୦୨୬ର ସମସ୍ତ ମ୍ୟାଚ୍ରୁ ବାହାରେ ରହିଥିଲେ। ତାଙ୍କ ଅନୁପସ୍ଥିତିରେ ଚେନ୍ନାଇ ସୁପର କିଙ୍ଗ୍ସର ପ୍ରଦର୍ଶନ ମଧ୍ୟ ନୈରାଶ୍ୟଜନକ ହୋଇଥିଲା ଏବଂ ଦଳ ପ୍ଲେ-ଅଫ୍କୁ ଯୋଗ୍ୟତା ଅର୍ଜନ କରିପାରି ନଥିଲା।
ଡିସେମ୍ବର ମାସ ପୂର୍ବରୁ ଧୋନୀଙ୍କ ଫିଟନେସ୍ ରିପୋର୍ଟ ଏବଂ ଚୂଡ଼ାନ୍ତ ନିଷ୍ପତ୍ତି ଆସିବାକୁ ଥିବାରୁ, ଆଗାମୀ ଆଇପିଏଲ୍ରେ ପୁଣି ଥରେ ଧୋନୀଙ୍କୁ ହଳଦିଆ ଜର୍ସିରେ ଦେଖିବାକୁ ମିଳିବ କି ନାହିଁ, ସେନେଇ କ୍ରିକେଟ୍ ପ୍ରଶଂସକଙ୍କ ମଧ୍ୟରେ ଆଗ୍ରହ ପୁଣି ଥରେ ବୃଦ୍ଧି ପାଇଛି।

2 days ago
5


