Jaiswal and Fernando: ଜୟସ୍ବାଲ, ଫର୍ଣ୍ଣାଣ୍ଡୋ ଦଣ୍ଡିତ

4 days ago 6
ARTICLE AD BOX

କଲମ୍ବୋ:ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ ଟେଷ୍ଟର ପ୍ରଥମ ଦିନ ପଡ଼ିଆରେ ଯୁକ୍ତିତର୍କ କରିଥିବା ଭାରତୀୟ ଓପନର ୟଶସ୍ୱୀ ଜୟସ୍ୱାଲ ଏବଂ ଶ୍ରୀଲଙ୍କାର ଦ୍ରୁତ ବୋଲର ଅସିଥା ଫର୍ନାଣ୍ଡୋଙ୍କୁ ଦଣ୍ଡିତ କରିଛି ଆଇସିସି। ଉଭୟଙ୍କ ମ୍ୟାଚ୍ ଫି’ର ୨୫ ପ୍ରତିଶତ ଜରିମାନା ବାବଦରେ କଟାଯିବା ସହ ଗୋଟିଏ ଲେଖାଏଁ ଡିମେରିଟ୍ ପଏଣ୍ଟ ଦିଆଯାଇଛି।

ପାଖକୁ ମାଡ଼ି ଯାଇ ମୁହାଁମୁହିଁ

ଦ୍ବିତୀୟ ଟେଷ୍ଟର ପ୍ରଥମ ପାଳିର ୧୭ତମ ଓଭରରେ ଆଉଟ୍ ହେବା ପରେ ଜୟସ୍ୱାଲଙ୍କୁ ପାଭିଲିୟନ ଫେରିବାକୁ ଇଙ୍ଗିତ କରିଥିଲେ ଫର୍ଣ୍ଣାଣ୍ଡୋ। ଏଥିରେ ଜୟସ୍ବାଲ ଉତ୍‌କ୍ଷିପ୍ତ ହୋଇ ଫର୍ଣ୍ଣାଣ୍ଡୋଙ୍କ ପାଖକୁ ମାଡ଼ି ଯାଇ ମୁହାଁମୁହିଁ ହୋଇଥିଲେ। ଏପରିକି ହେଲ୍‌ମେଟ୍‌ ଫର୍ଣ୍ଣାଣ୍ଡୋଙ୍କ ମୁହଁରେ ଲଗାଇବାକୁ ଯାଉଥିଲା ବେଳେ ଅନ୍ୟ ଖେଳାଳିମାନେ ସେମାନଙ୍କୁ ନିବୃତ କରିଥିଲେ।

Haaland New Look: ହାଲାଣ୍ଡଙ୍କ ନୂଆ ଲୁକ୍‌କୁ ନେଇ ଚର୍ଚ୍ଚା

ଉଭୟେ ଆଇସିସି ଆଚରଣବିଧିର ଧାରା ୨.୧୨ର ଉଲ୍ଲଙ୍ଘନ କରିବା ସହ ଲେଭଲ-୧ ଅପରାଧ କରିଛନ୍ତି ବୋଲି ଆଇସିସି ସୂଚନା ଦେଇଛି। ମ୍ୟାଚ୍‌ ରେଫରି ଆଣ୍ଡି ପାଇକ୍ରଫ୍ଟ ଏହି ଦଣ୍ଡାଦେଶ ଘୋଷଣା କରିଥିବାବେଳେ ଉଭୟ ଖେଳାଳି ତାକୁ ଗ୍ରହଣ କରିଛନ୍ତି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.