Judgement: ନାବାଳିକାକୁ ଅପହରଣ ପରେ ମାଳିସାହିରେ ବିକ୍ରି; ୧୦ ବର୍ଷ ସଶ୍ରମ କାରାଦଣ୍ଡ

57 minutes ago 1
ARTICLE AD BOX

ପୁରୀ (ବିବୁଧ ମହାନ୍ତି): ନାବାଳିକାଙ୍କୁ ଅପହରଣ କରି ମାଳିସାହିରେ ବିକିଦେବା ମାମଲାର ଦୀର୍ଘ ୧୨ ବର୍ଷ ପରେ ରାୟ ପ୍ରକାଶ ପାଇଛି। ସାକ୍ଷୀ ଓ ପ୍ରମାଣ ଆଧାରରେ ମାମଲା ବିଚାର କରି ଅତିରିକ୍ତ ଦୌରାଜଜ୍‌ ରମାନାଥ ପଣ୍ଡା ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ ହେଲା ପରେ ୧୦ ବର୍ଷ କାରାଦଣ୍ଡ ସଜା ଶୁଣାଇଛନ୍ତି। ଦୋଷୀ ହେଉଛି ଗଡ଼ିଶାଗୋଦା ଥାନା ଖୁଣ୍ଟିଆ ବାଣପୁରର ସଂଗ୍ରାମ ବଳିୟରସିଂ ଓରଫ ଟେରା। ୧୦ ବର୍ଷ କାରାଦଣ୍ଡ ସହ ୧୦ ହଜାର ଟଙ୍କା ଜରିମାନା କରାଯାଇଛି। ଜରିମାନା ଅନାଦେୟ ହେଲେ ଅଧିକ ୧ମାସ ସଜା ଭୋଗିବାର ଆଦେଶ କରାଯାଇଛି। ସ୍ବତନ୍ତ୍ର ପିପି ମଧୁସୂଦନ ଦାଶ ସରକାରଙ୍କ ପକ୍ଷରୁ ମାମଲା ପରିଚାଳନା କରୁଥିଲେ।

ସୂଚନା ମୁତାବକ, ୨୦୧୪ ମସିହା ଜାନୁଆରି ମାସରେ ଟେରା ଜଣେ ୧୫ ବର୍ଷର ନାବାଳିକାଙ୍କୁ ତାଙ୍କ ଘରେ ଛାଡ଼ି ଦେବ କହି, ଗାଡ଼ିରେ ବସାଇ ଭୁବନେଶ୍ବର ନେଇ ଯାଇଥିଲା। ସେଠାରେ ଝିଅକୁ ନେଇ ମାଳିସାହିରେ ଛାଡ଼ିଦେଇଥିଲା। ଏଣେ ଝିଅକୁ ନ ପାଇ ପରିବାର ସଦସ୍ୟ ଗଡ଼ିଶାଗୋଦା ଥାନାର ଦ୍ବାରସ୍ଥ ହୋଇଥିଲେ। 

ପୁଲିସ ଏକ ଅପହରଣ ମାମଲା ରୁଜୁ କରି ତଦନ୍ତ ଚଳାଇଥିଲା। ଟେରା ନାବାଳିକାକୁ ବିକ୍ରି କରିଦେବାକୁ ଯୋଜନା କରୁଥିବେଳେ ନାବାଳିକା ଜଣକ ସୁବିଧା ପାଇ ଘରକୁ କାନ୍ଦି କାନ୍ଦି ଫୋନ୍‌ରେ ତା’ ସହ ଘଟିଥିବା ହୃଦୟ ବିଦାରକ ଘଟଣା ବର୍ଣ୍ଣନା କରିଥିଲା। ଖବର ପାଇ ପୁଲିସ ଚଢ଼ଉ କରି ନାବାଳିକାକୁ ଉଦ୍ଧାର କରିବା ସହ ଟେରାକୁ ଗିରଫ କରିଥିଲା। ପ୍ରାୟ ବର୍ଷେ ଜେଲ୍‌ରେ ରହିବା ପରେ ତାକୁ ସର୍ତ୍ତମୂଳକ ଜାମିନ୍‌ ମିଳିଥିଲା। ପରେ ୱାରେଣ୍ଟ ଜରିଆରେ ଗଡ଼ିଶାଗୋଦା ଥାନା ତାକୁ ଗିରଫ କରିଥିଲା।

Read Entire Article
LEFT SIDEBAR AD

Hidden in mobile, Best for skyscrapers.