ARTICLE AD BOX
ପ୍ରଥମ ଥର ଆୟୋଜିତ ରାଜ୍ୟଗୋଷ୍ଠୀ କବାଡ଼ି ପ୍ରତିଯୋଗିତାର ସେମିଫାଇନାଲ୍ରେ ଭାରତର ଉଭୟ ପୁରୁଷ ଓ ମହିଳା ଦଳ ପ୍ରବେଶ କରିଛନ୍ତି। ଏଠାରେ ଖେଳାଯାଇଥିବା ଗ୍ରୁପ୍ ମ୍ୟାଚ୍ରେ ଉଭୟ ଦଳ ନାଇଜେରିଆକୁ ପରାସ୍ତ କରିଥିଲେ।
27 Oct 2026 12:27 IST Updated 27 Oct 2026 12:29 IST
/sambad/media/media_files/2026/10/27/27bbs_13_27102026_112-2026-10-27-12-25-21.jpg)
ଅହମଦାବାଦ: ପ୍ରଥମ ଥର ଆୟୋଜିତ ରାଜ୍ୟଗୋଷ୍ଠୀ କବାଡ଼ି ପ୍ରତିଯୋଗିତାର ସେମିଫାଇନାଲ୍ରେ ଭାରତର ଉଭୟ ପୁରୁଷ ଓ ମହିଳା ଦଳ ପ୍ରବେଶ କରିଛନ୍ତି। ଏଠାରେ ଖେଳାଯାଇଥିବା ଗ୍ରୁପ୍ ମ୍ୟାଚ୍ରେ ଉଭୟ ଦଳ ନାଇଜେରିଆକୁ ପରାସ୍ତ କରିଥିଲେ। ମହିଳା ଦଳ ୩୮-୧୦ରେ ଏବଂ ପୁରୁଷ ଦଳ ୫୦-୨୩ରେ ଜିତି ଚଳିତ ପ୍ରତିଯୋଗିତାରେ ୪ ଲେଖାଏଁ ବିଜୟ ଅର୍ଜନ କରି ସେମିଫାଇନାଲ୍ ସ୍ଥାନ ନିଶ୍ଚିତ କରିଛି। ପ୍ରଥମାର୍ଦ୍ଧରେ ୨୪-୬ରେ ଆଗରେ ଥିବା ମହିଳା ଦଳ ପରବର୍ତ୍ତୀ ଅର୍ଦ୍ଧରେ ଆଉ ୧୪ ପଏଣ୍ଟ ଯୋଡ଼ି ବିଜୟୀ ହୋଇଥିଲା। ଅନୁ ୧୭ରେଡ୍ରୁ ୧୧ ପଏଣ୍ଟ୍ ଅର୍ଜନ କରିଥିଲା ବେଳେ ସାକ୍ଷୀ ୪, ନିଧୀ ଶର୍ମା ୨ ପଏଣ୍ଟ କରିଥିଲେ। ସାଭାଇ ଗଧାବୀ ୩ ଏବଂ ରିତୁ ଓ ପ୍ରିୟା ୨ ଲେଖାଏଁ ଟ୍ୟାକେଲ ପଏଣ୍ଟ୍ କରି ଦଳର ବିଜୟରେ ଅବଦାନ ରଖିଥିଲେ। ପୁରୁଷରେ ଭାରତ ୨୫-୭ରେ ପ୍ରଥମାର୍ଦ୍ଧକୁ ନିଜ ନିୟନ୍ତ୍ରଣରେ ରଖିଥିଲା। ସଚିନ ଓ ଆଦିତ୍ୟ ସିନ୍ଧେ ଯଥାକ୍ରମେ ୧୨, ୧୧ ଓ ୮ ରେଡ୍ ପଏଣ୍ଟ କରିଥିଲା ବେଳେ ପଙ୍କଜ ମୋହିତେ ୮ ରେଡ୍ ଓ ୨ ଟ୍ୟାକେଲ୍ ପଏଣ୍ଟ କରିଥିଲେ। ସେହିପରି ସୁର୍ଜିତ ନରୱାଲ ୪ ଟ୍ୟାକେଲ ପଏଣ୍ଟ କରି ଦଳକୁ ବିଜୟ ଦେଇଥିଲେ।
କେନ୍ଙ୍କୁ ବାଲାନ୍ ଡି’ଓର୍ ପୁରସ୍କାର: ୨୫ ବର୍ଷ ପରେ ଇଂଲିସ୍ ଫୁଟ୍ବଲର୍ ଭାବେ ଜିତିଲେ
27 Oct 2026 12:27 IST Updated 27 Oct 2026 12:29 IST
Advertisment
![]()
Sambad is now on WhatsApp
Join and get latest news updates delivered to you via WhatsApp

11 hours ago
4


