ARTICLE AD BOX
ନୂଆଦିଲ୍ଲୀ: ରାଓ୍ବଲପିଣ୍ଡିର ଆଦିଆଲା ଜେଲ୍ରେ ବନ୍ଦୀ ଥିବା ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା କ୍ରିକେଟ୍ର ଇମ୍ରାନ ଖାଁଙ୍କ ପାଇଁ ମୁହଁ ଖୋଲିଛନ୍ତି ଭାରତର କିଂବଦନ୍ତି ଖେଳାଳି କପିଳ ଦେବ। ସେ ଇମ୍ରାନଙ୍କ ଦୁରବସ୍ଥା ପାଇଁ ଦୁଃଖପ୍ରକାଶ କରିବା ସହ ତାଙ୍କୁ ଉପଯୁକ୍ତ ଚିକିତ୍ସା ସେବା ଯୋଗାଇଦିଆଯିବା ଉଚିତ୍ ବୋଲି ସେ କହିଛନ୍ତି।
ଚିକିତ୍ସା ପାଇଁ ଦାବି କରିଛନ୍ତି କପିଳ
କେତେକ ରିପୋର୍ଟ ଅନୁସାରେ ଜେଲ୍ରେ ଉପଯୁକ୍ତ ଚିକିତ୍ସା ଅଭାବରୁ ଇମ୍ରାନଙ୍କ ଡାହାଣ ଆଖିର ପ୍ରାୟ ୮୫ ପ୍ରତିଶତ ଦୃଷ୍ଟିଶକ୍ତି ଲୋପ ପାଇଗଲାଣି। ଏହି କାରଣରୁ ତାଙ୍କ ଚିକିତ୍ସା ପାଇଁ ଦାବି କରିଛନ୍ତି କପିଳ।
FIFA World Cup: ବେଲିଂହାମ୍ଙ୍କ ଯୁଗଳ, ମେକ୍ସିକୋକୁ ୩-୨ରେ ପରାସ୍ତ କରି କ୍ବାର୍ଟରରେ ଇଂଲଣ୍ଡ
ସେ କହିଛନ୍ତି, “ଇମ୍ରାନ କ’ଣ କରିଛନ୍ତି ତାହା ସେ ଜାଣିନାହାନ୍ତି। ଠିକ କରିଛନ୍ତି ନା ଭୁଲ, ତାହା ବି ଜାଣିନି। କିନ୍ତୁ ସେ ଜଣେ ବଡ଼ କ୍ରିକେଟର ଥିଲେ ଓ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଥିଲେ, ଏଣୁ କିଛି ନୈତିକତା ରହିବା ଆବଶ୍ୟକ, ଏଣୁ ତାଙ୍କ ପାଇଁ ମୁଁ ଦୁଃଖ ଅନୁଭବ କରୁଛି।’’ ଏକ ପଡ୍କାଷ୍ଟରେ ସେ ଆହୁରି ମଧ୍ୟ କହିଛନ୍ତି, “ ମୁଁ ଆଇନ ଜାଣିନାହିଁ, ମୁଁ ଜାଣିନି ତାଙ୍କ ବିରୋଧରେ କେଉଁ କାରଣରୁ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ସେ ପ୍ରଧାନମନ୍ତ୍ରୀ ହେବା ପାଇଁ ୨୦ ବର୍ଷ ପରିଶ୍ରମ କରିଥିଲେ, ଦେଶ ପାଇଁ କିଛି କରିବା ଏବଂ ଦେଶକୁ କିଛି ଫେରାଇ ଦେବାର ଇଚ୍ଛା ତାଙ୍କ ମନରେ ଥିଲା’’।

1 month ago
24


