ARTICLE AD BOX
ମହାକାଳପଡ଼ା(ସଞ୍ଜୟ ଦାସ): କେନ୍ଦ୍ରାପଡା ଜିଲ୍ଲା ମହାକାଳପଡ଼ା ବ୍ଲକ ମାର୍ଶାଘାଇ ଥାନା ଅନ୍ତର୍ଗତ ଯଦୁପୁର ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି | ଗତକାଲି ରାତିରୁ ନିଖୋଜ ଥିବା ଜଣେ କଲେଜ ଛାତ୍ରୀଙ୍କ ମୃତଦେହ ଆଜି ଘରଠାରୁ ପ୍ରାୟ ୨ଶହ ମିଟର ଦୂର ଏକ ପରିତ୍ୟକ୍ତ ପୋଖରୀରୁ ଉଦ୍ଧାର କରାଯାଇଛି | ତାଙ୍କ ବେକକୁ କେହି କାଟିଦେଇଥିବା ଦେଖିବାକୁ ମିଳିଛି |
ଆହୁରି ପଢନ୍ତୁ: Attack: ଚୁମ୍ବକୀୟ ବୋମା ଦ୍ବାରା ହର୍ମୁଜ୍ ପ୍ରଣାଳୀରେ ତେଲ ଟ୍ୟାଙ୍କର ଉପରେ ଆକ୍ରମଣ: ୨୭ ଭାରତୀୟ ନାବିକ ସୁରକ୍ଷିତ
ମିଳିଥିବା ସୂଚନା ଅନୁଯାୟୀ ଯୁବତୀ ଜଣକ ଗତକାଲି ରାତି ପ୍ରାୟ ୧୦ଟା ଠାରୁ ନିଖୋଜ ଥିଲେ | ମୃତା ଯୁବତୀ ଜଣକ ମାର୍ଶାଘାଇ କଲେଜରେ +୩ ତୃତୀୟ ବର୍ଷର ଛାତ୍ରୀ ଥିଲେ ବୋଲି ସୂଚନା ମିଳିଛି | ଏକତରଫା ପ୍ରେମକୁ ନେଇ ଏହି ହତ୍ୟାକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି | ତେବେ ହତ୍ୟାକାଣ୍ଡର ପ୍ରକୃତ କାରଣ ଏପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି | ମାର୍ଶାଘାଇ ପୁଲିସ ଘଟଣାସ୍ଥଳରେ ପହଁଚି ସାଇଣ୍ଟିଫିକ ଟିମ ସହାୟତାରେ ଘର ନିକଟରେ ୪ଟି ସ୍ଥାନରେ ପଡ଼ିଥିବା ରକ୍ତ ଦାଗ ଓ ବିଭିନ୍ନ ଦିଗ ପ୍ରତି ଦୃଷ୍ଟି ଦେଇ ତଦନ୍ତ ଜାରି ରଖିଥିବା ବେଳେ ଏକ ଧାରୁଆ ଛୁରୀ ମଧ୍ୟ ପଡିଥିବାର ଦେଖିବାକୁ ମିଳିଛି |

1 hour ago
1


