Kerala: ଜୟପୁରରେ ୫୨ ପ୍ରତିଯୋଗୀଙ୍କୁ ପଛରେ ପକାଇ କେରଳର ୧୯ ବର୍ଷୀୟା କୈଜିଆଙ୍କ ମୁକୁଟ ବିଜୟ

3 days ago 3
ARTICLE AD BOX

ଜୟପୁର: କେରଳର ୧୯ ବର୍ଷୀୟ କୈଜିଆ ଲିଜ୍ ମେଜୋ ‘ମିସ୍ ୟୁନିଭର୍ସ ଇଣ୍ଡିଆ ୨୦୨୬’ର ମୁକୁଟ ହାସଲ କରିଛନ୍ତି। ରବିବାର ରାତିରେ ରାଜସ୍ଥାନର ଜୟପୁରସ୍ଥିତ ଜି ଷ୍ଟୁଡିଓଜ୍‌ରେ ଆୟୋଜିତ ଭବ୍ୟ ଫାଇନାଲରେ ସେ ଦେଶର ୫୨ ଜଣ ପ୍ରତିଯୋଗୀଙ୍କୁ ପଛରେ ପକାଇ ଏହି ସଫଳତା ହାସଲ କରିଛନ୍ତି। ପ୍ରତିଯୋଗିତାର ଟପ୍-୫ରେ ତାମିଲନାଡୁର ବୈଷ୍ଣବୀ ଗଣେଶ, ମହାରାଷ୍ଟ୍ରର ତେଜସ୍ୱିନୀ ଶ୍ରୀବାସ୍ତବ, କେରଳର କୈଜିଆ ଲିଜ୍ ମେଜୋ, ଗୁଜରାଟର ଅନୁଶ୍ରୀ ସତୱାଲେକର ଏବଂ ଉତ୍ତରାଖଣ୍ଡର ଅନୁଭା ବଶିଷ୍ଠ ସ୍ଥାନ ପାଇଥିଲେ। ଶେଷ ପର୍ଯ୍ୟାୟରେ ୪୦ ସେକେଣ୍ଡ ମଧ୍ୟରେ କ୍ଲୋଜିଂ ରିମାର୍କ ଦେବାର ଚ୍ୟାଲେଞ୍ଜରେ କୈଜିଆ ନିଜର ଦକ୍ଷତା ପ୍ରମାଣ କରି ବିଜୟୀ ହୋଇଥିଲେ।

ବିଜୟୀ କୈଜିଆଙ୍କୁ ତାଜ ପିନ୍ଧାଇଲେ ପୂର୍ବତନ ମିସ୍ ୟୁନିଭର୍ସ ଇଣ୍ଡିଆ ମନିକା ବିଶ୍ୱକର୍ମା

oardefault

ଫାଇନାଲରେ କୈଜିଆ ଏବଂ ବୈଷ୍ଣବୀ ଗଣେଶଙ୍କ ମଧ୍ୟରେ କଡ଼ା ପ୍ରତିଦ୍ୱନ୍ଦ୍ୱିତା ହୋଇଥିଲା। ଉଭୟେ ଟପ୍-୨ରେ ପହଞ୍ଚିଥିଲେ। ଶେଷରେ କୈଜିଆ ବିଜୟୀ ହୋଇଥିବାବେଳେ ବୈଷ୍ଣବୀ ଫାଷ୍ଟ ରନର୍ସ-ଅପ୍ ହୋଇଛନ୍ତି। ଗୁଜରାଟର ଅନୁଶ୍ରୀ ସତୱାଲେକର ସେକେଣ୍ଡ ରନର୍ସ-ଅପ୍, ମହାରାଷ୍ଟ୍ରର ତେଜସ୍ୱିନୀ ଶ୍ରୀବାସ୍ତବ ଥାର୍ଡ ରନର୍ସ-ଅପ୍ ଏବଂ ଉତ୍ତରାଖଣ୍ଡର ଅନୁଭା ବଶିଷ୍ଠ ଚତୁର୍ଥ ରନର୍ସ-ଅପ୍ ହୋଇଛନ୍ତି। ପୂର୍ବତନ ମିସ୍ ୟୁନିଭର୍ସ ଇଣ୍ଡିଆ ମନିକା ବିଶ୍ୱକର୍ମା ବିଜୟୀ କୈଜିଆଙ୍କୁ ତାଜ ପିନ୍ଧାଇଥିଲେ। 

Screenshot 2026-08-24 083205

କୈଜିଆ ଲିଜ୍ ମେଜୋ ଜଣେ ଲ' ଷ୍ଟୁଡେଣ୍ଟ, ମଡେଲ୍ ଏବଂ ପ୍ରଶିକ୍ଷିତ ଶାସ୍ତ୍ରୀୟ ନୃତ୍ୟଶିଳ୍ପୀ। ଏହାପୂର୍ବରୁ ସେ ‘ମିସ୍ ଟିନ୍ ଇଣ୍ଟରନ୍ୟାସନାଲ୍’ରେ ଭାରତକୁ ପ୍ରତିନିଧିତ୍ୱ କରି ଫାଷ୍ଟ ରନର୍ସ-ଅପ୍ ହୋଇଥିଲେ। ଏହାସହ ସେ ‘ମିସ୍ ୟୁନିଭର୍ସ କେରଳ ୨୦୨୬’ର ମୁକୁଟ ମଧ୍ୟ ଜିତିଥିଲେ। ଏବେ ନଭେମ୍ବର ୨୦୨୬ରେ ପ୍ୟୁର୍ଟୋ ରିକୋରେ ହେବାକୁ ଥିବା ‘ମିସ୍ ୟୁନିଭର୍ସ ୨୦୨୬’ରେ ସେ ଭାରତକୁ ପ୍ରତିନିଧିତ୍ୱ କରିବେ। ଜୟପୁରରେ ଆୟୋଜିତ ଏହି ପ୍ରତିଷ୍ଠିତ ସୌନ୍ଦର୍ଯ୍ୟ ପ୍ରତିଯୋଗିତାର ବିଚାରକ ମଣ୍ଡଳୀରେ ଅଭିନେତ୍ରୀ ତଥା ପୂର୍ବତନ ମିସ୍ ୟୁନିଭର୍ସ ସୁସ୍ମିତା ସେନ୍, ଉର୍ବଶୀ ରୌତେଲା ଏବଂ ସେଲିନା ଜେଟଲୀଙ୍କ ସମେତ ଫିଲ୍ମମେକର ପ୍ରଜ୍ଞା କପୁର ଓ ଅନ୍ୟ ବିଶିଷ୍ଟ ବ୍ୟକ୍ତିମାନେ ସାମିଲ ଥିଲେ। ମିସ୍ ୟୁନିଭର୍ସ ଇଣ୍ଡିଆ ପ୍ରତିଯୋଗିତାର ଏହା ଥିଲା ତୃତୀୟ ସଂସ୍କରଣ।

Landslide: ବାଦଲ ଫଟା ବର୍ଷା ପରେ ଗିନିରେ ଭୂସ୍ଖଳନ: ଅଳିଆ ପାହାଡ ତଳେ ପୋତି ହୋଇ ୩୦ ମୃତ

Read Entire Article
LEFT SIDEBAR AD

Hidden in mobile, Best for skyscrapers.