ARTICLE AD BOX
ଧଣ୍ଡାମୁଣ୍ଡା(ସରୋଜ ମିଶ୍ର): ଖପ୍ରାଖୋଲ ବ୍ଲକ ଓଡିଆପାଲି ପଞ୍ଚାୟତ ବୁଢୀବାହାଲ ଗାଁରେ ଥିବା ମା ଦଶନାମୀ ଭୈରବୀ ଝାରଗୁଡି ପୀଠରେ ଦଶହରା ବଏଲ ଯାତ୍ରା ବୁଧବାର ଅନୁଷ୍ଠିତ ହୋଇଛି। ଏହି ଅବସରରେ ପ୍ରଥମେ ଦେବୀଙ୍କ ଆବାହନ, ପୂଜାପାଠ, ତନ୍ତ୍ର ମନ୍ତ୍ର ହୋଇଥିବା ବେଳେ ପାରମ୍ପରିକ ଭାବରେ ପୀଠର ମୁଖ୍ୟ ପୂଜକ ଅମସିଙ୍ଗ୍ ଭୁଏ ପୂଜା ପାଠ କରି ଦେବୀମାନଙ୍କୁ ବରୁଆଙ୍କ ଦେହରେ ଆବାହନ କରିଥିଲେ। ଦେବୀ ମାନେ ବରୁଆଙ୍କ ଦେହରେ ସବାର ହୋଇ କଣ୍ଟାଲଗା ଦୋଳିରେ ଝୁଲି ଭକ୍ତଙ୍କୁ ଦର୍ଶନ ଦେଇଥିଲେ। ଏହି ପୀଠରେ ପୂଜାପାଠ ଓ ମାନସିକ କଲେ ମନସ୍କାମନା ପୂରଣ ହେବା ସହିତ ରୋଗରୁ ମୁକ୍ତି ମିଳିବା ବିଶ୍ୱାସ ରହିଛି।
ପୂଜା ସ୍ଥଳ ଉତ୍ସବମୁଖର ହୋଇଥିଲା
ଏହାପରେ ମାନସିକଧାରୀମାନେ ନଡ଼ିଆ, ଲଡୁ,କଖାରୁ, କୁକୁଡ଼ା,ଓ ବୋଦା ବଳି ଦେଇଥିଲେ। ଯାତ୍ରା ଅବସରରେ ପଞ୍ଚବାଦ, ଘଣ୍ଟ ଘଣ୍ଟା ଶବ୍ଦରେ ପୂଜା ସ୍ଥଳ ଉତ୍ସବମୁଖର ହୋଇଥିଲା। ଷୋହଳ ଦିନ ଧରି ବରୁଆ, ପୂଜକ, ଶ୍ରଦ୍ଧାଳୁ ଉପବାସ ରହି ପୂଜା କରିବା ସହିତ ଶେଷ ଦିନରେ ବଏଲ ଯାତ୍ରା ଅନୁଷ୍ଠିତ ହେବାର ପରମ୍ପରା ରହିଛି।
Janhvi Kapoor: ମାଆ ତଥା କିମ୍ବଦନ୍ତୀ ଅଭିନେତ୍ରୀ ଶ୍ରୀଦେବୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବେ ଜାହ୍ନବୀ କପୁର

6 days ago
4


