Kotia Issue: କୋଟିଆ ପ୍ରସଙ୍ଗ: ସୁପ୍ରିମକୋର୍ଟ ଗଲା ଓଡ଼ିଶା, ମାମଲା ଦାଖଲ କଲେ କୋରାପୁଟ ଜିଲ୍ଲାପାଳ

3 days ago 5
ARTICLE AD BOX

ଭୁବନେଶ୍ବର: କୋଟିଆରେ ପଞ୍ଚାୟତ ନିର୍ବାଚନ ପାଇଁ ଆନ୍ଧ୍ରପ୍ରଦେଶ ସରକାର ବିଜ୍ଞପ୍ତି ଜାରି କରିଛନ୍ତି। ସେହି ଅନୁଯାୟୀ ପ୍ରକ୍ରିୟା ଆରମ୍ଭ ହୋଇଛି। କୋଟିଆରେ ସ୍ଥିତାବସ୍ଥା ବଜାୟ ରଖିବାକୁ ପୂର୍ବରୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଥିଲେ ବି ଆନ୍ଧ୍ର ସରକାର ତାହାକୁ ମାନିନାହାନ୍ତି। ତେଣୁ ଆନ୍ଧ୍ର ପ୍ରଶାସନ ବିରୋଧରେ ସୁପ୍ରିମକୋର୍ଟରେ କୋରାପୁଟ ଜିଲ୍ଲାପାଳ ଅଦାଲତ ଅବମାନନା ମାମଲା ଦାଖଲ କରିଛନ୍ତି। ଏଥିରେ ଆନ୍ଧ୍ରର ନିର୍ବାଚନ କମିସନର, ମୁଖ୍ୟ ଶାସନ ସଚିବ, ସଂପୃକ୍ତ ଜିଲ୍ଲାପାଳଙ୍କୁ ପକ୍ଷଭୁକ୍ତ କରାଯାଇଛି।

Pollution: ଦିଲ୍ଲୀରେ ଏକ୍ୟୁଆଇ ୩୩୭କୁ ବୃଦ୍ଧି, ଗ୍ରାପ୍-୧ ପଦକ୍ଷେପ ସତ୍ତ୍ୱେ ପ୍ରଦୂଷଣ କମୁନି

କୋଟିଆରେ ଆନ୍ଧ୍ର ନିର୍ବାଚନ କରାଇବା ନେଇ ରାଜ୍ୟ ରାଜନୀତି ସରଗରମ ହୋଇଛି। ବିଭିନ୍ନ ଦଳଗୁଡ଼ିକ ପରସ୍ପରକୁ ଦୋଷାରୋପ କରିବାରେ ଲାଗିଛନ୍ତି। ପଟାଙ୍ଗିରେ ସବୁ ଦଳର ନେତା ଏକାଠି ହୋଇ ଆନ୍ଧ୍ରର ପଦକ୍ଷେପକୁ ବିରୋଧ କରିଛନ୍ତି। ଅପରପକ୍ଷରେ ବିଜେଡିର ପ୍ରତିନିଧି ଦଳ ଆଜି କୋଟିଆ ଯାଇଥିବା ବେଳେ କଂଗ୍ରେସ ପ୍ରତିନିଧିମାନେ ୨୭ ତାରିଖରେ ଗସ୍ତ କରିବେ। ଆନ୍ଧ୍ରର ଏପରି ବିଜ୍ଞପ୍ତିକୁ ନେଇ ରାଜ୍ୟ ସରକାର ବି ଅଡ଼ୁଆରେ ପଡ଼ିଯାାଇଛନ୍ତି। 

President tour: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଓଡ଼ିଶା ଗସ୍ତ ସ୍ଥଗିତ ହେବା ସମ୍ଭାବନା, ନଭେମ୍ବର ୪-୫ରେ ଆସିପାରନ୍ତି

କୋଟିଆକୁ ନେଇ ଓଡ଼ିଶା ଓ ଆନ୍ଧ୍ର ମଧ୍ୟରେ ବିବାଦ ବର୍ଷ ବର୍ଷ ଲାଗି ରହିଛି। କୋଟିଆ ଉପରେ ସ୍ଥିତାବସ୍ଥା ଜାରି ରଖିବାକୁ ପୂର୍ବରୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ୨୦୨୨ ମସିହାରେ ତତ୍କାଳୀନ ଓଡ଼ିଶା ସରକାର କୋଟିଆକୁ ନେଇ ଏକ ମାମଲା ସୁପ୍ରିମକୋର୍ଟରେ ଦାଖଲ କରିଥିଲେ, ଯାହା ଏବେ ବିଚାରାଧୀନ ରହିଛି। ୨୦୨୧ ମସିହାରେ କୋଟିଆର ବିବାଦୀୟ ଗ୍ରାମଗୁଡ଼ିକରେ ଆନ୍ଧ୍ରପ୍ରଦେଶ ପକ୍ଷରୁ ପଞ୍ଚାୟତ ନିର୍ବାଚନ କରାଯାଇଥିଲା। ଏହାକୁ ନେଇ ଓଡ଼ିଶା ପକ୍ଷରୁ ସୁପ୍ରିମକୋର୍ଟରେ ଅଦାଲତ ଅବମାନନା ମାମଲା ଦାଖଲ କରାଯାଇଥିଲା। ଏହି ମାମଲା ବି ଏବେ ବିଚାରାଧୀନ ରହିଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.