Kuno cheetah: ପେଲେଟ୍‌ ମାଡ଼ରେ କୁନୋ ଚିତାର ମୃତ୍ୟୁ

1 hour ago 4
ARTICLE AD BOX

ଭୋପାଳ: ମଧ୍ୟପ୍ରଦେଶର ମୋରେନା ଜଙ୍ଗଲ ଡିଭିଜନ୍‌ରେ ପେଲେଟ୍‌ ମାଡ଼ରେ ଆହତ ହୋଇଥିବା ଏକ ୧୯ ମାସର ଚିତା ଶାବକର ଆଜି ମୃତ୍ୟୁ ହୋଇଛି। ୨୦୨୨ରେ ଭାରତରେ ଚିତା ପ୍ରକଳ୍ପ ଆରମ୍ଭ ହେବା ପରେ ପ୍ରଥମ ଥର ପାଇଁ ଏଭଳି ଭାବେ ଏକ ଚିତାର ମୃତ୍ୟୁ ହୋଇଛି। ଶେଷ ଥର ପାଇଁ ୧୯୪୭ରେ ମହାରାଜ ରାମାନୁଜ ପ୍ରତାପ ସିଂହ ଦେଓ ଦେଶର ଶେଷ ୩ଟି ଏସୀୟ ଚିତାଙ୍କୁ ଗୁଳି କରି ମାରିଦେଇଥିଲେ।

ମୃତ ଚିତା ଶାବକକୁ କେଏନ୍‌ଜି୨୨ ଭାବେ ଚିହ୍ନଟ କରାଯାଇଛି। ମୋରେନାର ପାହାଡ଼ଗଡ଼ ରେଞ୍ଜରୁ ତାକୁ ଉଦ୍ଧାର କରାଯାଇ କୁନୋ ଜାତୀୟ ଉଦ୍ୟାନକୁ ଅଣାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତା’ର ମୃତ୍ୟୁ ହୋଇଛି। ଚିତାର ଶରୀରରୁ ୫ଟି ପେଲେଟ୍‌ ମିଳିଛି। ତାକୁ ବଞ୍ଚାଇବା ପାଇଁ ଏକ ଚିକିତ୍ସକ ଦଳ ଉଦ୍ୟମ କରିଥିଲେ ମଧ୍ୟ ଗୁରୁତର ଆହତ ଶାବକଟିର ଜୀବନ ବଞ୍ଚାଇପାରି ନଥିଲେ।

ଘଟଣାର ତଦନ୍ତ ପାଇଁ ମଧ୍ୟପ୍ରଦେଶ ସରକାର ଏକ ଏସ୍‌ଆଇଟି (ସ୍ୱତନ୍ତ୍ର ତଦନ୍ତକାରୀ ଦଳ) ଗଠନ କରିଛନ୍ତି। ବନ ଓ ପୁଲିସ ଅଧିକାରୀମାନେ ମିଳିତ ଭାବେ ଏହାର ତଦନ୍ତ କରିବେ। କେଏନ୍‌ଜି୨୨ର ମୃତ୍ୟୁ ପରେ ଦେଶରେ ଚିତାଙ୍କ ସଂଖ୍ୟା ୫୮ ରହିଛି। ସେଥିମଧ୍ୟରୁ ୫୨ଟି କୁନୋ ଜାତୀୟ ଉଦ୍ୟାନରେ ଥିବାବେଳେ ଗାନ୍ଧୀ ସାଗର ବନ୍ୟପ୍ରାଣୀ ଅଭୟାରଣ୍ୟରେ ୪ଟି ଏବଂ ବୀରାଙ୍ଗନା ଦୁର୍ଗାବତୀ ବ୍ୟାଘ୍ର ଅଭୟାରଣ୍ୟ (ଭିଡିଟିଆର୍‌)ରେ ୨ଟି ଚିତା ଅଛନ୍ତି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.