Laxman: ଫାଶୀରେ ଝୁଲିଥିଲେ ଲକ୍ଷ୍ମଣ: ଭୁଲିଗଲା ପ୍ରଶାସନ, ସରକାରୀ ଭାବେ ପାଳନ ହେଲାନି ମାଥିଲି ଗୁଳିକାଣ୍ଡ ଦିବସ

5 days ago 3
ARTICLE AD BOX

ମାଲକାନଗିରି: ଫିରିଙ୍ଗ ଶାସନ ସମୟରେ ଇଂରେଜମାନଙ୍କୁ କୋରାପୁଟ ମାଟିରେ ପାଣି ପିଆଇଥିଲେ ସହିଦ ଲକ୍ଷ୍ମଣ ନାୟକ। ଭୂମିଆ, ପରଜା, ଆଦିବାସୀଙ୍କୁ ଏକାଠି କରି ଇଂରେଜଙ୍କ ବିରୋଧରେ ଲଢ଼ିଥିଲେ। ଗାନ୍ଧୀଜୀଙ୍କ ଅଂହିସା ନୀତିକୁ ମୂଳମନ୍ତ୍ର କରି ୧୯୪୨ ଅଗଷ୍ଟ ୨୧ରେ ସ୍ବାଧୀନତା ସଂଗ୍ରାମୀମାନେ ମାଥିଲି ଥାନା ଘେରାଉ କରିବା ସହ ଇଂରେଜଙ୍କୁ ଭାରତ ଛାଡ଼ି ଚାଲିଯିବା ପାଇଁ ଆହ୍ବାନ ଦେଇଥିଲେ। ବିରାଟ ଆନ୍ଦୋଳନକୁ ସାମନା କରିନପାରି ଇଂରେଜ ଫଉଜ ଗୁଳିଚାଳନା କରିଥିଲେ। ଯେଉଁଥିରେ ସହିଦ ହୋଇଥିଲେ ୨୧ ଆଦିବାସୀ, ଭୂମିଆ ଓ ପରଜା ସମ୍ପ୍ରଦାୟର ଆନ୍ଦୋଳନକାରୀ। ଯାହା ଭାରତଛାଡ଼ ଆନ୍ଦୋଳନର ଅନ୍ୟତମ ସ୍ବର୍ଣ୍ଣିମ ଅଧ୍ୟାୟ।

Women entrepreneurs Odisha: ମହିଳା ଉଦ୍ୟୋଗୀଙ୍କ ପାଇଁ ‘ଉଦ୍ୟମୀ ଶକ୍ତି’

ସରକାରୀ ଭାବେ ପାଳନ ହେଲାନି ମାଥିଲି ଗୁଳିକାଣ୍ଡ ଦିବସ
ଅଣଦେଖାର ଶିକାର ସହିଦଙ୍କ ପରିବାର
ସରକାରୀ ତାଲିକାରେ ୨୧ ବଦଳରେ ୪ ସହିଦଙ୍କ ନାଁ

ମାଥିଲି ଗୁଳିକାଣ୍ଡ ପରେ ମିଥ୍ୟା ମାମଲାରେ ଲକ୍ଷ୍ମଣ ନାୟକଙ୍କୁ ଗିରଫ କରିଥିଲା ପୁଲିସ। ଏହା ପରେ ଦୋଷୀ ପ୍ରମାଣିତ କରି ୧୯୪୩ ମାର୍ଚ୍ଚ ୨୯ରେ ବ୍ରହ୍ମପୁର ଜେଲରେ ଫାଶୀ ଦେଇଥିଲା। ଦେଶ ସ୍ବାଧୀନତା ପରେ ମାଥିଲି ଗୁଳିକାଣ୍ଡ ଦିବସକୁ କେବଳ ସହିଦଙ୍କ ପରିବାର, ସ୍ଥାନୀୟ ଲୋକେ ଏବଂ ରାଜନୈତିକ କର୍ତ୍ତୃପକ୍ଷ ପାଳନ କରୁଛନ୍ତି। ସରକାରୀ ଭାବେ ମାଥିଲି ଗୁଳିକାଣ୍ଡ ଦିବସକୁ ସ୍ବୀକୃତି ମିଳିନଥିବା ବେଳେ ସ୍ମୃତି ରକ୍ଷା ପାଇଁ ମଧ୍ୟ କୌଣସି ପଦକ୍ଷେପ ନିଆଯାଇ ନାହିଁ। ସବୁଠାରୁ କ୍ଷୋଭର ବିଷୟ ହେଉଛି, ଇଂରେଜଙ୍କ ଗୁଳିରେ ୨୧ ଆନ୍ଦୋଳନକାରୀଙ୍କ ମୃତ୍ୟୁ ହୋଇଥିଲେ ମଧ୍ୟ ସରକାରୀ ଭାବେ କେବଳ ୪ ଜଣ ଲିଙ୍ଗା କାଟିଆ, ନକୁଳ ପୂଜାରୀ, ସମରା ନାୟକ ଓ ବଳରାମ ଭୂମିୟାଙ୍କ ନାଁ ରହିଛି। ମାଥିଲି ଥାନା ପରିସରରେ ଥିବା ସ୍ମୃତି ଫଳକରେ ସମସ୍ତ ନାଁ ଉଲ୍ଲେଖ ରହିଛି। ଅଥଚ ଜିଲ୍ଲା ପ୍ରଶାସନ କିମ୍ବା ସଂସ୍କୃତି ବିଭାଗ ଏ ଦିଗରେ ନିରବଦ୍ରଷ୍ଟା ସାଜିଛି। କେବଳ ସେତିକି ନୁହେଁ, ସହିଦଙ୍କୁ ସମ୍ମାନ ଓ ପରିବାରକୁ ହକ୍‌ ଦେବା ତ ଦୂରର କଥା, ମାଥିଲି ଗୁଳିକାଣ୍ଡ ଦିବସ ପାଳନ କରିବାକୁ ମଧ୍ୟ କୁଣ୍ଠାବୋଧ କରୁଛି। ବେସରକାରୀ ଭାବେ ଆଜିର ଦିନରେ ସମସ୍ତ ବରପୁତ୍ରଙ୍କୁ ମନେ ପକାଇ ମାଥିଲିରେ ଗୁଳିକାଣ୍ଡ ଦିବସ ପାଳନ ହେଉଛି। ଅବିଭକ୍ତ କୋରାପୁଟର ପ୍ରତିଟି ବିକାଶରେ ପ୍ରଶାସନ ସହିଦ ଲକ୍ଷ୍ମଣ ନାୟକଙ୍କ ନାଁକୁ ଯୋଡ଼ୁଥିବା ବେଳେ ସ୍ବାଧୀନତା ଆନ୍ଦୋଳନର ଅନ୍ତୁଡ଼ିଶାଳ ମାଥିଲି ଗୁଳିକାଣ୍ଡକୁ ଭୁଲିଯିବା ଠିକ୍‌ ନୁହେଁ ବୋଲି ବୁଦ୍ଧିଜୀବୀ ଓ ଶିକ୍ଷାବିତ ମତପ୍ରକାଶ କରିଛନ୍ତି।

Neglect: ଜିଲ୍ଲାସ୍ତରୀୟ କାର୍ଯ୍ୟାଳୟର ଭିତ୍ତିଭୂମିର ହେଉନି ସୁଧାର

ବିଡ଼ମ୍ବନା ହେଲା, ସରକାରୀ ଭାବେ ଆଜିର କାର୍ଯ୍ୟକ୍ରମରେ କୌଣସି ଅଧିକାରୀ ଉପସ୍ଥିତ ନ ଥିଲେ। ଚିତ୍ରକୋଣ୍ଡା ବିଧାୟକ ମଙ୍ଗୁ ଖିଲ ମଧ୍ୟ ଆସିନଥିଲେ। ବିଭିନ୍ନ ରାଜନୈତିକ ଦଳର କର୍ମୀ, ନେତା, ଆଦିବାସୀ ମହାସଂଘର ସଦସ୍ୟ, ବୁଦ୍ଧିଜୀବୀ ଏବଂ ସ୍କୁଲ୍‌, କଲେଜ ଛାତ୍ରଛାତ୍ରୀଙ୍କୁ ନେଇ ମାଥିଲି ଗୁଳିକାଣ୍ଡ ଦିବସ ପାଳନ ହୋଇଛି। ଅତିରିକ୍ତ ଜିଲ୍ଲାପାଳ ବେଦବର ପ୍ରଧାନ କହିଛନ୍ତି, ସରକାରୀ ଭାବେ ଏହି ଦିବସକୁ ପାଳନ କରିବା ପାଇଁ କୌଣସି ନିର୍ଦ୍ଦେଶ ନାହିଁ। ମାଥିଲି ବିଡିଓ ପ୍ରମୋଦ କୁମାର ବେହେରା କାର୍ଯ୍ୟ ବ୍ୟସ୍ତତା କାରଣରୁ ଯାଇପାରିଲେନି ବୋଲି କହିଛନ୍ତି। ଜିଲ୍ଲା ସଂସ୍କୃତି ଅଧିକାରୀ ସନ୍ତ୍ରାସ ନାରାୟଣ ପଣ୍ଡାଙ୍କୁ ପଚାରିବାରୁ ସେ ଏହି ଦିବସ ସମ୍ପର୍କ‌ରେ ଜାଣିନଥିବା କହିଥିଲେ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.