Little Girl Donates: କୁନି ଝିଅର ବଡ଼ ସାହାଯ୍ୟ! ଚାଷୀଙ୍କ ପାଇଁ ଦାନ କଲେ ସଞ୍ଚିତ ଟଙ୍କା, ଭାବବିହ୍ୱଳ ହେଲେ ମୁଖ୍ୟମନ୍ତ୍ରୀ

1 day ago 4
ARTICLE AD BOX

ନୂଆଦିଲ୍ଲୀ: ମହାରାଷ୍ଟ୍ରରର ଜଣେ ଛୋଟ ଝିଅ ୱର୍ଦ୍ଧା ତିମାଣ୍ଡେ ଏବଂ ତାଙ୍କ ସାନ ଭାଇଙ୍କ ମହତ୍‌ କାର୍ଯ୍ୟ ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଚାଷୀଙ୍କ ପ୍ରତି ସେମାନଙ୍କର ସମ୍ବେଦନଶୀଳତା ଓ ସହାୟତାର ଭାବନାକୁ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସମଧ୍ୟ ପ୍ରଶଂସା କରିଛନ୍ତି। ସେ କହିଛନ୍ତି ଯେ ପିଲାମାନଙ୍କର ଏହି ପଦକ୍ଷେପ ତାଙ୍କୁ ଭାବବିହ୍ୱଳ କରିଦେଇଛି।

ସୋସିଆଲ ମିଡିଆରେ ମୁଖ୍ୟମନ୍ତ୍ରୀ ୱର୍ଦ୍ଧା ତିମାଣ୍ଡେ ନାମକ ଏହି ଛୋଟ ଝିଅର ପ୍ରଶଂସନୀୟ ଓ ସମ୍ବେଦନଶୀଳ ପଦକ୍ଷେପ ସମ୍ପର୍କରେ ସୂଚନା ସେୟାର କରିଛନ୍ତି। ସାଢ଼େ ୪ ବର୍ଷର ୱର୍ଦ୍ଧା ନିଜ କୁମ୍ପିରେ ଜମା କରିଥିବା ଟଙ୍କା ମୁଖ୍ୟମନ୍ତ୍ରୀ ସହାୟତା ପାଣ୍ଠିକୁ ଦାନ କରିଛନ୍ତି। ଟଙ୍କାର ପରିମାଣ ବହୁତ ବଡ଼ ନୁହେଁ, କିନ୍ତୁ ତାଙ୍କର ଉଦ୍ୟମ ଓ ଭାବନା ଅତ୍ୟନ୍ତ ମହାନ।

କ’ଣ ଏହି ଘଟଣା?

ମହାରାଷ୍ଟ୍ରର ଚାଷୀମାନେ ମରୁଡ଼ି ଯୋଗୁଁ ହଇରାଣ ହେଉଥିବା ଏବଂ ଦୁର୍ଦ୍ଦଶାରେ ଥିବା କଥା ଜାଣିବା ପରେ ୱର୍ଦ୍ଧା ଭାବପ୍ରବଣ ହୋଇପଡ଼ିଥିଲେ। ଚାଷୀଙ୍କୁ ସାହାଯ୍ୟ କରିବା ପାଇଁ ସେ ନିଜର ସଞ୍ଚିତ ଟଙ୍କା ମୁଖ୍ୟମନ୍ତ୍ରୀ ରିଲିଫ୍‌ ପାଣ୍ଠି (CMRF)କୁ ଦାନ କରିବାକୁ ନିଷ୍ପତ୍ତି ନେଇଥିଲେ। ଏହାପରେ ସେ ଚେକ୍‌ ଧରି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ।

ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ‘ଏକ୍ସ’ରେ ପୋଷ୍ଟ କରି ଲେଖିଛନ୍ତି, “ଛୋଟ ହାତରୁ ମିଳିଥିବା ବଡ଼ ସାହାଯ୍ୟ… ଚାଷୀଙ୍କ ପ୍ରତି ମା’ ଭଳି ମମତା ଓ ସ୍ନେହ!” ସେ ଆହୁରି ଲେଖିଛନ୍ତି ଯେ ଛୋଟ ୱର୍ଦ୍ଧା ତିମାଣ୍ଡେ ନିଜ ସାନ ଭାଇ ସହ ମିଶି ସଞ୍ଚୟ କରିଥିବା ୩,୫୭୫ ଟଙ୍କା ମରୁଡ଼ି ପ୍ରଭାବିତ ଚାଷୀଙ୍କ ସହାୟତା ପାଇଁ ମୁଖ୍ୟମନ୍ତ୍ରୀ ସହାୟତା ପାଣ୍ଠିକୁ ଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ନିଷ୍ପତ୍ତି ତାଙ୍କ ହୃଦୟକୁ ଗଭୀର ଭାବେ ସ୍ପର୍ଶ କରିଛି। ଚାଷୀଙ୍କ ଦୁଃଖକୁ ଜଣେ ଛୋଟ ଝିଅ ମଧ୍ୟ ଅନୁଭବ କରିପାରିଛି। ଏହା ସମାଜ ପାଇଁ ଏକ ବଡ଼ ଶିକ୍ଷା।’

ସଞ୍ଚିତ ଅର୍ଥ ଦାନକୁ ନେଇ ୱର୍ଦ୍ଧା କହିଥିଲେ, “ଆମର ଛୋଟିଆ ସାହାଯ୍ୟରେ ଚାଷୀ ଅଙ୍କଲଙ୍କ ମୁହଁରେ ଖୁସି ଆସିବ।” 

ପୁଲିସ ହେପାଜତରେ ଥିବା ଯୁବକଙ୍କ ମୃତ୍ୟୁ, ପ୍ରତିବାଦରେ ମାଲକାନଗିରି ଥାନା ଘେରାଉ

Read Entire Article
LEFT SIDEBAR AD

Hidden in mobile, Best for skyscrapers.