Warning: session_start(): open(/home/z0bkvexwnqtm/public_html/cgpt.in/src/var/sessions/sess_ftpq70j9s13jrl66gdoe2kdm65, O_RDWR) failed: Disk quota exceeded (122) in /home/z0bkvexwnqtm/public_html/cgpt.in/src/bootstrap.php on line 59

Warning: session_start(): Failed to read session data: files (path: /home/z0bkvexwnqtm/public_html/cgpt.in/src/var/sessions) in /home/z0bkvexwnqtm/public_html/cgpt.in/src/bootstrap.php on line 59
LOOT: ରାତି ଅଧରେ ସଶସ୍ତ୍ର ଡକାୟତି, ଲକ୍ଷାଧିକ ଟଙ୍କା ଲୁଟ - CGPT.IN

LOOT: ରାତି ଅଧରେ ସଶସ୍ତ୍ର ଡକାୟତି, ଲକ୍ଷାଧିକ ଟଙ୍କା ଲୁଟ

1 week ago 4
ARTICLE AD BOX

ନବରଙ୍ଗପୁର: ରାତି ଅଧରେ ସଶସ୍ତ୍ର ଡକାୟତି , ଲକ୍ଷାଧିକ ଟଙ୍କା, ସୁନା ଗହଣାଲୁଟ ଅଭିଯୋଗ । ଅସ୍ତ୍ରଧାରୀ ଦୁର୍ବୃତ୍ତଙ୍କ ଆକ୍ରମଣରେ ଦମ୍ପତି ଆହତ । ନବରଙ୍ଗପୁର ଜିଲ୍ଲା ତେନ୍ତୁଳି ଖୁଣ୍ଟି ଥାନା ଅନ୍ତର୍ଗତ ଦହଣା ଗାଁରେ ଗତକାଲି ବିଳମ୍ବିତ ରାତିରେ ଉମେଶ ଚନ୍ଦ୍ର ରଥଙ୍କ ଘରେ ସଶସ୍ତ୍ର ଡକାୟତି ସହ ଲକ୍ଷାଧିକ ଟଙ୍କା ସୁନା ଗହଣା ଲୁଟ ହୋଇଥିବା ଅଭିଯୋଗ ହୋଇଛି। ଅଭିଯୋଗ ଅନୁସାରେ ଗତକାଲି ବିଳମ୍ବିତ ରାତି ପ୍ରାୟ ଏକ ଘଣ୍ଟା ସମୟରେ ପ୍ରାୟ ୮ ଜଣ ମୁଖା ପିନ୍ଧା ଦୁର୍ବୃତ୍ତ ଦହଣା ଗ୍ରାମର ଉମେଶ ଚନ୍ଦ୍ର ରଥଙ୍କ ଘରେ ପଶିଥିଲେ। ଠାକୁର ଘରର ଝରକା ଭାଙ୍ଗି ଘର ଭିତରକୁ ପ୍ରବେଶ କରିବା ପରେ ଦୁର୍ବୃତ୍ତମାନେ ଉମେଶ ଚନ୍ଦ୍ର ରଥଙ୍କୁ ଆକ୍ରମଣ କରିଥିବା ସହ ପ୍ରବଳ ମାଡ଼ ମାରିବା ସହିତ ହାତ ବାନ୍ଧି ଦେଇଥିଲେ |

ଲୁଟେରାମାନେ ଉମେଶଙ୍କ ବେକରେ ଭୁଜାଲି ରଖି  ଅନ୍ୟ ଏକ ବଖରାରେ ଶୋଇଥିବା ତାଙ୍କ ସ୍ତ୍ରୀ ପୁଷ୍ପଲତା ଦାଶଙ୍କୁ ମଧ୍ୟ ଦୁର୍ବୃତ୍ତମାନେ ଆକ୍ରମଣ କରି ପ୍ରବଳ ମାଡ଼ ମାରିବା ସହିତ ତାଙ୍କ ହାତ ବାନ୍ଧି ବେକରେ ଭୁଜାଲି ରଖି ଦେଇଥିବା ପୀଡ଼ିତ ପରିବାର ପକ୍ଷରୁ କୁହାଯାଇଛି। ଏହାପରେ ଲୁଟେରାମାନେ ପୁଷ୍ପଲତାଙ୍କ ସୁନାର କାନଫୁଲ ଟାଣି କାନ ଛିଡାଇ ଦେଇଥିଲେ । ଏହାସହ ଭୟଭିତ କରି ଦୁର୍ବୃତ୍ତମାନେ ଘରେ ଥିବା ପ୍ରାୟ ୨ ଲକ୍ଷ ୧୦ ହଜାର ଟଙ୍କା ,  ୫ ତୋଳା ଓଜନ ସୁନାର ଗୋଟିଏ ସୁନା ହାର, ୨ଟି  ସୁନା ମୁଦି, ଗୋଟିଏ ସୁନା କାନ ଫୁଲ, ୨ଟି ସୁନା ଲୋକେଟ, ସୁନା ମଙ୍ଗଳ ସୂତ୍ର,  ଲୁଟି ନେଇଥିବା ଅଭିଯୋଗ କରିଛନ୍ତି ।

ଆହୁରି ପଢନ୍ତୁ: Soft drink: ମଗାଇଲେ ମୃଦୁପାନୀୟ ସାଙ୍ଗରେ ଆସିଲା ଅସରପା!

ପୋଲିସକୁ ଏନେଇ ଫୋନ ମାଧ୍ୟମରେ ସୂଚନା ଦେବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିବା ବେଳେ ନିକଟସ୍ଥ ସିସିଟିଭି ଯାଞ୍ଚ କରିବା ସହିତ ସାଇଣ୍ଟିଫିକ ଟିମ ଓ ସନ୍ଧାନୀ କୁକୁରର ସହାୟତା ନିଆଯିବ ବୋଲି ନବରଙ୍ଗପୁର ଏସ୍ଡିପିଓ କୃଷ୍ଣ ଚନ୍ଦ୍ର ଭତ୍ରା କହିଛନ୍ତି । ଘଟଣାକୁ ନେଇ ତେନ୍ତୁଳିଖୁଣ୍ଟି ପୋଲିସ ତଦନ୍ତ ଆରମ୍ଭ କରିଥିବାବେଳେ ଡକାୟତିରେ ସମ୍ପୃକ୍ତ ଦୁର୍ବୃତ୍ତମାନେ କିଏ ଏବଂ କେଉଁ ଉଦ୍ଦେଶ୍ୟରେ ଏଭଳି ଘଟଣା ଘଟାଇଲେ, ତାହା ତଦନ୍ତ ପରେ ସ୍ପଷ୍ଟ ହେବ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.