ARTICLE AD BOX
ଭୁବନେଶ୍ବର: ଆସନ୍ତା ୨୮ ତାରିଖ ଦିନ ଚଳିତବର୍ଷର ଦ୍ବିତୀୟ ଚନ୍ଦ୍ରଗ୍ରହଣ ହେବାକୁ ଯାଉଛି। ସେହିଦିନ ସକାଳ ଭାରତୀୟ ସମୟ ସକାଳ ୬ଟା ୫୩ ମିନିଟ୍ରେ ଚନ୍ଦ୍ରଗ୍ରହଣ ଆରମ୍ଭ ହେବ। ସକାଳ ୮ଟା ୪ ମିନିଟ୍ ସମୟରେ ଚନ୍ଦ୍ର ଛାୟାରେ ପ୍ରବେଶ କରି ଆଂଶିକ ଆରମ୍ଭ ହୋଇ ସର୍ବାଧିକ ୯୬ ପ୍ରତିଶତ ଗ୍ରହଣ ସକାଳ ୯ଟା ୪୩ ମିନିଟ୍ରେ ଘଟିବ। ଆଂଶିକ ଗ୍ରହଣ ପୂର୍ବାହ୍ଣ ୧୧ଟା ୨୨ ମିନିଟ୍ରେ ଶେଷ ହେବ। ମାତ୍ର ଚନ୍ଦ୍ର ଉପଛାୟାରେ ଦ୍ବିପ୍ରହର ୧୨ଟା ୩୨ ମିନିଟ୍ ପର୍ଯ୍ୟନ୍ତ ରହିବ।
Cannabis seized: ଗଞ୍ଜେଇ ଚୋରା ଚାଲାଣ, ୪ ଅଭିଯୁକ୍ତ ଗିରଫ
ଫଳରେ ଏହି ଚନ୍ଦ୍ରଗ୍ରହଣ ଓଡ଼ିଶା ତଥା ଭାରତରେ ଦେଖାଯିବ ନାହିଁ। ୟୁରୋପ, ପଶ୍ଚିମ ଏସିଆ, ଆଫ୍ରିକା, ଉତ୍ତର ଆମେରିକା, ଦକ୍ଷିଣ ଆମେରିକା, ପ୍ରଶାନ୍ତ ମହାସାଗର, ଆଟଲାଣ୍ଟିକ୍ ମହାସାଗର, ଭାରତ ମହାସାଗର ଓ ଆଣ୍ଟାର୍ଟିକା ଅଞ୍ଚଳରେ ଗ୍ରହଣ ଦେଖାଯିବ। ଚଳିତ ବର୍ଷ ମାର୍ଚ୍ଚ ୩ ତାରିଖ ଦିନ ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ସଂଗଠିତ ହୋଇ ଓଡ଼ିଶା ସମେତ ଭାରତରେ ଆଂଶିକ ଭାବେ ଦୃଶ୍ୟମାନ ହୋଇଥିଲା। ପରବର୍ତ୍ତୀ ଉପଛାୟା ଚନ୍ଦ୍ରଗ୍ରହଣ ଆସନ୍ତା ବର୍ଷ ଫେବ୍ରୁଆରି ୨୦ ତାରିଖରେ ଘଟିବ। ଓଡ଼ିଶାବାସୀ ପରବର୍ତ୍ତୀ ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ୨୦୨୮ ଡିସେମ୍ବର ୩୧ ତାରିଖରେ ଦେଖିବାକୁ ପାଇବେ ବୋଲି ଜନବିଜ୍ଞାନୀ ଶୁଭେନ୍ଦୁ ପଟ୍ଟନାୟକ ସୂଚନା ଦେଇଛନ୍ତି।

19 hours ago
5


