Maoist Martyrs’ Memorial ସହିଦ ସପ୍ତାହରେ ଧରାଶାୟୀ ହେଲା ନକ୍ସଲଙ୍କ ସହିଦସ୍ତମ୍ଭ

4 weeks ago 10
ARTICLE AD BOX

ମାଲକାନଗିରି: ନକ୍ସଲଙ୍କ ସହିଦ ସପ୍ତାହର ଆଜି (ଗୁରୁବାର) ତୃତୀୟ ଦିନ। ରାଜ୍ୟରେ ନକ୍ସଲ ସଂଗଠନ ସମ୍ପୂର୍ଣ୍ଣ ଧ୍ବସ୍ତ ହୋଇଥିଲେ ମଧ୍ୟ କାଁଭାଁ ଲୁଚି ରହିଥିବା ନକ୍ସଲ (ମାଓବାଦୀ) ସହିଦ ସପ୍ତାହର ଡାକରା ଦେଇଛନ୍ତି। ମାଓବାଦୀଙ୍କ ଏହି ଡାକରାକୁ ଜବାବ ଦେଇ ଆଜି ଓଡ଼ିଶା-ଛତିଶଗଡ଼ ସୀମାନ୍ତରେ ଥିବା ନକ୍ସଲଙ୍କ ଏକ ସହିଦ ସ୍ତମ୍ଭକୁ ଯବାନମାନେ ଧରାଶାୟୀ କହିଛନ୍ତି। 

ମହା ଆଡ଼ମ୍ବରରେ ପାଳିତ ହେଲା ମାଓବାଦୀଙ୍କ ସହିଦ ସପ୍ତାହ

ଚଳିତ ମାସ ୨୮ ତାରିଖରୁ ନକ୍ସଲଙ୍କ ସହିଦ ସପ୍ତାହ ଆରମ୍ଭ ହୋଇଛି। ଏହି ପରିପ୍ରେକ୍ଷୀରେ  ଯବାନଙ୍କ କମ୍ବିଂ ମଧ୍ୟ ଜୋରଦାର ଚାଲିଛି। ନକ୍ସଲଙ୍କୁ କୌଣସି ପ୍ରକାରେ ଗାଁଗୁଡିକରେ ସହିଦ ସପ୍ତାହ ପାଳନ କରିବାକୁ ଦିଆଯିବ ନାହିଁ ବୋଲି କୁହାଯାଇଛି। ଛତିଶଗଡ଼ର ନାରାୟଣପୁର ଜିଲ୍ଲା ସମେତ ଅନ୍ୟ ନକ୍ସଲ ପ୍ରବଣ ଅଂଚଳରେ ଜିଲ୍ଲା ପୁଲିସ ସହ ଆଇଟିବିପିର ଯବାନ କିମ୍ବିଂ କରୁଛନ୍ତି। ତେବେ ଜିଲ୍ଲାର ଧନୋରା ଥାନା ଅନ୍ତର୍ଗତ ତୋୟାପାରା ଗାଁ ନିକଟରେ ଏକ ବିଶାଳ ସହିଦସ୍ତମ୍ଭ ଯବାନ ଦେଖିଥିଲେ। ତୁରନ୍ତ ଯବାନ ସେହି ସହିଦସ୍ତମ୍ଭକୁ ଧ୍ବଂସ କରିଥିଲେ। 

ଆଜି ସହିଦ ସପ୍ତାହର ଶେଷ ଦିନ: ଜିଲ୍ଲାରେ ନକ୍ସଲ ଦବଦବା ଜାହିର କରିପାରିଲେ ନାହିଁ

ନକ୍ସଲ ସଦସ୍ୟଙ୍କ ଦେହାନ୍ତ ପରେ ଏହି ସହିଦସ୍ତମ୍ଭ ନିର୍ମାଣ କରିଥିଲେ। ଯବାନ ଗ୍ରାମବାସୀଙ୍କୁ ମଧ୍ୟ ନକ୍ସଲ ଗତିବିଥି ସଂପର୍କରେ ପଚରାଉଚରା କରୁଥିବା ଜଣାପଡିଛି। ଏନେଇ ନାରାୟଣପୁର ଏସ୍‌ପି ସନ୍ଦିପ କୁମାର ପଟେଲ ସ୍ପଷ୍ଟ କରିଛନ୍ତି। 

Read Entire Article
LEFT SIDEBAR AD

Hidden in mobile, Best for skyscrapers.