ARTICLE AD BOX
ଭୁବନେଶ୍ବର: ୟୁନିଟ୍-୨ ନିକଟ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଟ ଠାରୁ ମାତ୍ର ୫୦ ମିଟର ଦୂରରେ ପୋଷ୍ଟର ଲଗାଇଲେ। କେବଳ ପୋଷ୍ଟର ଲଗାଇଲେନି, ନିଆଁ ଲାଗଇ ଲକ୍ଷାଧିକ ଟଙ୍କାର ଚେନ୍ ମାଉଣ୍ଟିଂ ପୋକ୍ଲେନ୍ ମେସିନ୍ବି ଜାଳିଲେ। ଆଉ ନିଜକୁ ମାଓବାଦୀ ବୋଲି ଦାବି କରି ୫୦ ଲକ୍ଷ ଟଙ୍କା ନଦେଲେ ତାଣ୍ଡବ ରଚିବେ ବୋଲି ନାଲୀ କାଳିରେ ଲେଖି ଚେତାବନୀ ଦେଲେ। ରାଜଧାନୀର ହାଇସିକ୍ୟୁରିଟି ଜୋନ୍ କୁହାଯାଉଥିବା ଏହି ଅଞ୍ଚଳରେ ଏଭଳି କାରନାମାରେ ପୁଲିସ ହତବମ୍ବ ହୋଇଛି।
ଭୁବନେଶ୍ବର ବଜାରରେ ଅପମିଶ୍ରିତ ଛେନା: ନଷ୍ଟ କରାଗଲା ୧ କ୍ବିଣ୍ଟାଲ ଛେନା
ସୂଚନା ମୁତାକ, ପାଖାପାଖି ୩ମାସ ହେବ ୟୁନିଟ୍-୨ ଅଞ୍ଚଳରେ ଥିବା ସରକାରୀ କ୍ବାର୍ଟସ ଗୁଡ଼ିକୁ ଭାଙ୍ଗି ସେଠାରେ ଜନାଶ୍ରୟ ଭବନ ନିର୍ମାଣ ହେବ ବୋଲି ଖୋଦ୍ ମୁଖ୍ୟମନ୍ତ୍ରୀ ଭିତ୍ତିପ୍ରସ୍ଥର ସ୍ଥାପନ କରିଥିଲେ। ଏହାପରେ ଏକ ଠିକା ସଂସ୍ଥା ସେଠାରେ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲା। ତେବେ ଠିକା ସଂସ୍ଥା କ୍ୟାମ୍ପରୁ ମଝିରେ ମଝିରେ କିଛି ଜିନିଷ ସେଠାରୁ ଚୋରି ହେଉଥିଲା। କେତେକ ସମୟରେ ଚୋର ଧରାପଡ଼ିଥିବା ବେଳେ ସେମାନଙ୍କୁ ତାଗିଦକରି ଛଡ଼ାଯାଇଥିଲା। ଗତକାଲି କାମ ବନ୍ଦଥିବାରୁ ମେସିନ୍କୁ ସେଠାରେ ରଖାଯାଇଥିଲା। ବୁଧବାର ରାତି ପାଖାପାଖି ୪ଟା ସମୟରେ କେହି ଦୁର୍ବୃତ୍ତ ମେସିନ୍ରେ ନିଆଁ ଲାଗଇ ଏକ ନାଲୀ ରଂଗର କାଳିରେ ଧମକପୂର୍ଣ୍ଣ ଚିଠି ଲେଖିଥିଲେ। ଚିଠିରେ ନିଜକୁ ମାଓବାଦୀ ବୋଲି ଦାବି କରି ମୁଖ୍ୟମନ୍ତ୍ରୀ ଓ ଠିକା ସଂସ୍ଥାକୁ ଗାଳିଗୁଲଜ କରିବା ସହ ବଟି ବାବଦକୁ ୫୦ଲକ୍ଷ ଟଙ୍କା ଦାବି କରିଛନ୍ତି। ବଟି ନଦେଲେ ୨୮ ତାରିଖରେ ତାଣ୍ଡବ ରଚିବେ ବୋଲି ଚିଠିରେ ଧମକ ଦେଇଛନ୍ତି।
Bhubaneswar traffic: ଭୁବନେଶ୍ବର ଟ୍ରାଫିକ୍: ଅଣନିଶ୍ବାସୀ କରିଦେଲେ
ଏନେଇ ଠିକା ସଂସ୍ଥାର କର୍ମଚାରୀ ରଂଜନ ଦାସ କ୍ୟାପିଟାଲ୍ ଥାନାରେ ଅଭିଯୋଗ ପରେ ପୁଲିସ ମାମଲା ରୁଜୁକରି ଘଟଣାର ତଦନ୍ତ ଆରମ୍ଭ କରିଛି। ତେବେ ବଟିଆଦାୟ କରୁଥିବା କିଛି ଅପରାଧୀଶ୍ରେଣୀ ବୋଲି ପୁଲିସ ସନ୍ଦେହ କରିଛି। ସମସ୍ତ ଦିଗକୁ ନେଇ ପୁଲିସ ଖୋଳତାଡ଼ ଆରମ୍ଭ କରିଛି। ଆଖାପାଖରେ ଥିବା ସିସିଟିଭି ଫୁଟେଜ୍କୁ ଯାଞ୍ଚ ବେଳେ ପୁଲିସ ହାତରେ କିଛିଟା ସୁରାକ ଲାଗିଥିବା ଜଣାପଡ଼ିଛି। ଖୁବ୍ଶୀଘ୍ର ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି ପୁଲିସ କହିଛି।

1 hour ago
2


