Marijuana: କୋଟିଏରୁ ଅଧିକ ଟଙ୍କାର ଗଞ୍ଜେଇ ଜବତ କଲା କାଲିମେଳା ପୁଲିସ

1 day ago 5
ARTICLE AD BOX

ମାଲକାନଗିରି: କାଲିମେଳା ପୁଲିସକୁ ମିଳିଛି ଏହି ବଡ଼ ସଫଳତା। ଜଙ୍ଗଲ ଭିତରୁ ଜବତ ହେଲା ଏକ କୋଟିରୁ ଅଧିକ ଟଙ୍କାର ଗଞ୍ଜେଇ।  କାଲିମେଳା ଥାନା ଅନ୍ତର୍ଗତ କାଙ୍ଗୁରୁକୋଣ୍ଡା ପଞ୍ଚାୟତର ଏମଭି-୭୩ ଗାଁ ନିକଟଜଙ୍ଗଲରେ ବିପୁଳ ପରିମାଣର ଗଞ୍ଜେଇ ଲୁଚାଇ ରଖାଯାଇଥିବା ନେଇ ପୁଲିସକୁ ସୂଚନା ମିଳିଥିଲା । ସୂଚନା ଆଧାରରେ ପୁଲିସ ସେଠାରେ ଚଢ଼ାଉ କରିଥିଲା ।

ଚଢ଼ାଉ ସମୟରେ ଜଙ୍ଗଲ ଭିତରୁ ୧୦୨୫ କିଲୋଗ୍ରାମ ଗଞ୍ଜେଇ ଜବତ କରିଛି ପୁଲିସ । ଜବତ ଗଞ୍ଜେଇର ଆନୁମାନିକ ବଜାର ମୂଲ୍ୟ ୧ କୋଟି ୨ ଲକ୍ଷ ଟଙ୍କା ବୋଲି ପୁଲିସ ସୂତ୍ରରୁ ଜଣାପଡ଼ିଛି । ତେବେ ପୁଲିସ ଚଢ଼ାଉ କରିବା ପୂର୍ବରୁ ଘଟଣାସ୍ଥଳରୁ ଗଞ୍ଜେଇ ମାଫିଆମାନେ ଫେରାର ହୋଇଯାଇଥିଲେ । ବାହାର ରାଜ୍ୟକୁ ଗଞ୍ଜେଇ ଚାଲାଣ କରିବା ପାଇଁ ଏହାକୁ ଜଙ୍ଗଲରେ ଲୁଚାଇ ରଖାଯାଇଥିବା ସନ୍ଦେହ କରାଯାଉଛି ।

ଗତ ଏକ ମାସ ମଧ୍ୟରେ ୩ ଟନରୁ ଅଧିକ ଗଞ୍ଜେଇ ଜବତ

ଏବେ ଜବତ ଗଞ୍ଜେଇକୁ ନେଇ ପୁଲିସ ତଦନ୍ତ ଆରମ୍ଭ କରିଛି । ଏହା ପଛରେ କେଉଁମାନେ ଅଛନ୍ତି, ଗଞ୍ଜେଇ କେଉଁଠାରୁ ଆସିଥିଲା ଏବଂ କେଉଁ ରାଜ୍ୟକୁ ଚାଲାଣ ହେବାର ଥିଲା ସେନେଇ ଖୋଳତାଡ଼ ଚାଲିଛି। ଅନ୍ୟପଟେ ‘ନିଶାମୁକ୍ତ ଓଡ଼ିଶା’ ଅଭିଯାନ ଅଧୀନରେ ପୁଲିସ ପକ୍ଷରୁ ଲଗାତାର ଚଢ଼ାଉ ଓ ସଚେତନତା କାର୍ଯ୍ୟକ୍ରମ ଜାରି ରହିଛି । ଗତ ଏକ ମାସ ମଧ୍ୟରେ କାଲିମେଳା ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ୩ ଟନରୁ ଅଧିକ ଗଞ୍ଜେଇ ଜବତ କରିଥିବା ସୂଚନା ମିଳିଛି । ତେବେ ଏତେ ବଡ଼ ପରିମାଣର ଗଞ୍ଜେଇ ଜବତ ପରେ ମାଫିଆଙ୍କ ଚେର ଖୋଜିବା ପୁଲିସ ପାଇଁ ଏବେ ବଡ଼ ଚ୍ୟାଲେଞ୍ଜ ।

Aparajita Sarangi: ସାତ ବର୍ଷର ରିପୋର୍ଟ କାର୍ଡ ଦେଲେ ଭୁବନେଶ୍ୱର ସାଂସଦ, ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କୁ ବି ଧନ୍ୟବାଦ ଦେଲେ ଅପରାଜିତା ଷଡ଼ଙ୍ଗୀ

Read Entire Article
LEFT SIDEBAR AD

Hidden in mobile, Best for skyscrapers.