ARTICLE AD BOX
ଫୁଲବଣୀ: ଆନ୍ଧ୍ରପ୍ରଦେଶ ଉପକୂଳରୁ ୨୮ ଦିନ ଧରି ନିଖୋଜ ଥିବା ‘ମାତୁୟାନାମା’ ନାମକ ଏକ ଟ୍ରଲର୍କୁ ବଙ୍ଗୋପସାଗରରୁ ଉଦ୍ଧାର କରାଯାଇଛି। ପଶ୍ଚିମବଙ୍ଗ ଦୀଘା ଅଞ୍ଚଳର କିଛି ମତ୍ସ୍ୟଜୀବୀ ଟ୍ରଲର୍ଟିକୁ ଠାବ କରି ସେଥିରେ ଥିବା ୮ ଜଣ ମତ୍ସ୍ୟଜୀବୀଙ୍କୁ ଉଦ୍ଧାର କରିଛନ୍ତି। ବୁଧବାର ପଶ୍ଚିମବଙ୍ଗର ‘କାଳୀଗଙ୍ଗା’ ଟ୍ରଲର୍ ୧୩ ଜଣ ମତ୍ସ୍ୟଜୀବୀଙ୍କୁ ନେଇ ଦୀଘା ମୁହାଣ ନିକଟରୁ ମାଛ ଧରିବା ପାଇଁ ସମୁଦ୍ରକୁ ବାହାରିଥିଲା। ପ୍ରାୟ ୫୦ କିଲୋମିଟର ଯିବା ପରେ ଏକ ଅଚଳ ଟ୍ରଲର୍ ଭାସୁଥିବା ଦେଖିଥିଲେ। ନିକଟକୁ ଯାଇ ପଚରାଉଚରା କରିବାରୁ ସବୁକଥା ଜଣାପଡ଼ିଥିଲା। ଟ୍ରଲର୍ରେ ୮ ଜଣ ମତ୍ସ୍ୟଜୀବୀ ଥିଲେ।
Weather: ଚୀନର ସତର୍କ ସୂଚନା; ନେପାଳରେ ୩ ଦିନ ମଧ୍ୟରେ ପୁଣି ବନ୍ୟା ଆଶଙ୍କା
ସେମାନଙ୍କ ମଧ୍ୟରୁ ୭ ଜଣ ସୁସ୍ଥ ଥିବାବେଳେ ଜଣେ ଅସୁସ୍ଥ ହୋଇ ଗୁରୁତର ଅବସ୍ଥାରେ ଥିଲେ। କାଳୀଗଙ୍ଗା ଟ୍ରଲର୍ର ମତ୍ସ୍ୟଜୀବୀମାନେ ଦୀଘା ପୁଲିସକୁ ଖବର ଦେବା ସହ ଅଚଳ ଟ୍ରଲର୍କୁ ଦଉଡ଼ି ଦ୍ବାରା ବାନ୍ଧି ଦୀଘା ଉପକୂଳକୁ ଅଣିଥିଲେ। ଉଦ୍ଧାର ମତ୍ସ୍ୟଜୀବୀଙ୍କୁ ଦୀଘା ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି। ଦୀଘା ପୁଲିସ ଘଟଣା ସମ୍ପର୍କରେ ଅଧିକ ତଦନ୍ତ ଜାରି ରଖିଛି।
Bank account: ପିଏମ୍ ଜନଧନ ଯୋଜନାରେ ଆକାଉଣ୍ଟ ସଂଖ୍ୟା ୫୯ କୋଟି ଟପିଲା

1 hour ago
1


