Migrant Workers ବିଦେଶକୁ ଶ୍ରମିକ ଚାଲାଣ, ଗାଡ଼ିମୋଟର ଯାଞ୍ଚ କରୁଛି ପ୍ରଶାସନ

6 days ago 8
ARTICLE AD BOX

ଘୁ.ଉଦୟଗିରି:କନ୍ଧମାଳ ଜିଲ୍ଲାରେ ଦାଦନ ଶ୍ରମିକ ଓ ବାହାର ରାଜ୍ୟକୁ ମଜୁରୀ ପାଇଁ ଯାଉଥିବା ଯୁବକଯୁବତୀଙ୍କ ସୁରକ୍ଷା ନିମନ୍ତେ ଜିଲ୍ଲା ଶ୍ରମ ବିଭାଗ ପକ୍ଷରୁ କନ୍ଧମାଳ ଜିଲ୍ଲାରେ ବ୍ୟାପକ ଧରପଗଡ଼ ଓ ସଚେତନତା ଅଭିଯାନ ଆରମ୍ଭ ହୋଇଛି। ଶ୍ରମ ବିଭାଗ, ପୁଲିସ, ଶିଶୁ ମଙ୍ଗଳ ବିଭାଗ ଓ ସଡ଼କ ପରିବହନ ବିଭାଗର ମିଳିତ ଟିମ୍‌ ବିଭିନ୍ନ ଯାତ୍ରୀବାହୀ ବସ୍‌ ଓ ଯାନକୁ ଅଟକାଇ ଯାଞ୍ଚ କରୁଛନ୍ତି। 

ଜି ଉଦୟଗିରିରୁ ଦରମା ନେଉଛନ୍ତି ଡାକ୍ତର, ଫୁଲବାଣୀରେ କରୁଛନ୍ତି କାମ

ଜିଲ୍ଲା ଶ୍ରମ ବିଭାଗର ଭାରପ୍ରାପ୍ତ ଅଧିକାରୀ ବିଶ୍ୱରଞ୍ଜନ କହଁରଙ୍କ ନେତୃତ୍ୱରେ, ସହ ଶ୍ରମ ଅଧିକାରୀ, ଘୁ.ଉଦୟଗିରି, ଟିକାବାଲି ଓ ରାଇକିଆ ଥାନା ପୁଲିସ, ଶିଶୁ ମଙ୍ଗଳ ଅଧିକାରୀ, ଆରଟିଓ ଫୁଲବାଣୀ ଏବଂ ବିଭିନ୍ନ ଶ୍ରମିକ ସଂଗଠନର ସହଯୋଗରେ କେରଳ ଅଭିମୁଖେ ଯାଉଥିବା ଦାଦନ ଶ୍ରମିକ ବସ୍‌ଗୁଡ଼ିକୁ ଯାଞ୍ଚ କରାଯାଇଛି।

ଦାଦନ ଦୁଃଖ: ବେଙ୍ଗାଲୁରୁ‌ରେ କନ୍ଧମାଳ ଶ୍ରମିକ ମୃତ; ପ୍ରଶାସନ ସହଯୋଗ ମିଳିଲାନି, ୫ ଦିନ ପରେ ଆସିଲା ଶବ

ଯାଞ୍ଚ ସମୟରେ ବସ୍‌ର ଆବଶ୍ୟକୀୟ କାଗଜପତ୍ର ଯାଞ୍ଚ କରାଯିବା ସହ ବସ୍‌ରେ ଯାତ୍ରା କରୁଥିବା ଶ୍ରମିକମାନଙ୍କ ସମ୍ପର୍କିତ ଆବଶ୍ୟକୀୟ ତଥ୍ୟ ସଂଗ୍ରହ କରାଯାଇଥିଲା। ଶ୍ରମିକମାନଙ୍କୁ ଶ୍ରମିକ କାର୍ଡ କରିବା ସହ ନିଜର ପରିଚୟପତ୍ର ଓ ଅନ୍ୟାନ୍ୟ ଆବଶ୍ୟକୀୟ ଦସ୍ତାବିଜ ସାଙ୍ଗରେ ରଖିବାକୁ ପରାମର୍ଶ ଦିଆଯାଇଥିଲା। ଏଥିସହ ଦାଦନ ଶ୍ରମିକଙ୍କ ଅଧିକାର, ସୁରକ୍ଷା ଓ ସରକାରୀ ସୁବିଧା ସମ୍ପର୍କରେ ଲିଫ୍‌ଲେଟ୍‌ ବଣ୍ଟନ କରାଯାଇ ଶ୍ରମିକମାନଙ୍କୁ ସଚେତନ କରାଯାଇଥିଲା।

ନିକଟରେ, କନ୍ଧମାଳରେ ଦାଦନ ସମସ୍ୟାର ମୂଳ କାରଣ ଚିହ୍ନଟ କରି ସ୍ଥାୟୀ ସମାଧାନ ଏବଂ ଦାଦନ ଶ୍ରମିକଙ୍କ ସୁରକ୍ଷା ପାଇଁ ସୋସିଆଲ ୱର୍କର୍ସ ଆସୋସିଏସନ୍‌ ଅଫ୍‌ କନ୍ଧମାଳ (ସ୍ଵାକ୍) ପକ୍ଷରୁ ‘ଦାଦନ ମୁକ୍ତ କନ୍ଧମାଳ’ ଗଠନ ନିମନ୍ତେ ଅଭିଯାନ ଆରମ୍ଭ କରାଯାଇଛି। ଏନେଇ ଅଗଷ୍ଟ ୧ ତାରିଖରେ ଜିଲ୍ଲାସ୍ତରୀୟ ବୈଠକ ମଧ୍ୟ ଅନୁଷ୍ଠିତ ହୋଇଥିଲା।

Kandhamal: ଦାଦନ ଚାଲାଣର ନୂଆ ହବ୍ କନ୍ଧମାଳ: ରାଇକିଆ ଟ୍ରାନଜିଟ୍‌ ପଏଣ୍ଟ୍, ୫ ବର୍ଷରେ ମଲେଣି ୫୨ଜଣ

ସୂଚନାଯୋଗ୍ୟ, କନ୍ଧମାଳ ଜିଲ୍ଲାରେ ବିଭିନ୍ନ ଅଞ୍ଚଳରେ ପର୍ଯ୍ୟାପ୍ତ ରୋଜଗାର ସୁଯୋଗର ଅଭାବ ଯୋଗୁଁ ଅନେକ ଶ୍ରମିକ ପରିବାର ପରିପୋଷଣ ପାଇଁ ବାଧ୍ୟ ହୋଇ ବାହାର ରାଜ୍ୟକୁ ଦାଦନ ଭାବେ ଯାଉଛନ୍ତି। ତେବେ ଗତ ତିନି ସପ୍ତାହ ମଧ୍ୟରେ କନ୍ଧମାଳ ଜିଲ୍ଲାର ୮ ଜଣ ଦାଦନ ଶ୍ରମିକଙ୍କ ମୃତ୍ୟୁ ଘଟିବା ଘଟଣା ଜିଲ୍ଲାବାସୀଙ୍କ ମଧ୍ୟରେ ଗଭୀର ଚିନ୍ତା ଓ ଉଦ୍‌ବେଗ ସୃଷ୍ଟି କରିଛି। କେତେକ ମୃତ ଶ୍ରମିକଙ୍କ ମରଶରୀର ଜନ୍ମମାଟିକୁ ଫେରିଥିବା ବେଳେ ଆର୍ଥିକ ଅସୁବିଧା ଯୋଗୁଁ ଅନ୍ୟ କେତେକଙ୍କ ଶେଷକୃତ୍ୟ କର୍ମସ୍ଥଳୀରେ ହିଁ କରାଯାଇଥିବା ଜଣାପଡ଼ିଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.