Milk price: ମହଙ୍ଗା ହେଲା ଏହି କ୍ଷୀର ଦର; ନୂଆ ମୂଲ୍ୟ ନଭେମ୍ବର ୧ରୁ ଲାଗୁ

51 minutes ago 2
ARTICLE AD BOX

ବେଙ୍ଗାଲୁରୁ: କ୍ଷୀର ଲିଟର ପିଛା ୮ ଟଙ୍କା ବଢ଼ିଛି। କର୍ଣ୍ଣାଟକ ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ଶିବକୁମାରଙ୍କ କ୍ୟାବିନେଟ୍‌ ବୁଧବାର ଦିନ କ୍ଷୀର ଲିଟର ପିଛା ୮ ଟଙ୍କା ବୃଦ୍ଧିକୁ ମଂଜୁରି ପ୍ରଦାନ କରିଛି, ଯାହା ଆସନ୍ତା ନଭେମ୍ବର ୧ ତାରିଖ ଠାରୁ ଲାଗୁ ହେବ। କର୍ଣ୍ଣାଟକର ମନ୍ତ୍ରୀ କୃଷ୍ଣା ବାୟରେ ଗୌଡ଼ା ଗଣମାଧ୍ୟମକୁ କହିଛନ୍ତି, ଏହି ବୃଦ୍ଧି ପରେ ୮ରୁ ୭ଟଙ୍କା ସିଧାସଳଖ ଦୁଗ୍ଧଚାଷୀଙ୍କ ଖାତାକୁ ଯିବ। ଏକ ଟଙ୍କା କର୍ଣ୍ଣାଟକ ମିଲ୍କ ଫେଡେରେସନର ଖାତାକୁ ଯିବ ‘ନନ୍ଦିନୀ’ର ପରିଚାଳନ‌ା କର୍ଣ୍ଣାଟକ କୋଅପରେଟିଭ୍ ମିଲ୍କ ପ୍ରଡ୍ୟୁସର ଫେଡେରେସନ ଲିମିଡେଟ୍‌ (KMF) ଦ୍ବାରା ପରିଚାଳିତ ହୋଇଥାଏ। 

ନନ୍ଦିନୀ ‘କ୍ଷୀର’ର ନୂଆ ଦର
କ୍ୟାବିନେଟ୍‌ ମଂଜୁରି ପରେ କର୍ଣ୍ଣାଟକ ମିଲ୍କ ଫେଡେରେସନର କ୍ଷୀର ମହଙ୍ଗା ହୋଇଯାଇଛି। ନନ୍ଦିନୀର ଟେନ୍ଡ ମିଲ୍କ ଏବେ ୪୬ ବଦଳରେ ୫୪ ଟଙ୍କାରେ ମିଳିବ। ପୂର୍ଣ୍ଣ କ୍ରିମ୍‌ ଏବଂ ଗାଈ କ୍ଷୀର ଏହି ହିସାବରେ ୮ଟଙ୍କା ବୃଦ୍ଧି କରାଯାଇଛି। ଏହି ବୃଦ୍ଧି ପୂର୍ବରୁ ଚାଷୀ ସଂଗଠନ ପକ୍ଷରୁ ସରକାରଙ୍କୁ ୧୦ ଟଙ୍କା ପ୍ରତି ଲିଟର ବଢ଼ାଇବାକୁ ଦାବି କରାଯାଇଥିଲା। ଚାଷୀମାନେ ସରକାରଙ୍କୁ କହିଛନ୍ତି, ଚାରା ଏବଂ ଗୋପାଳନ ଖର୍ଚ୍ଚ ବୃଦ୍ଧି କାରଣରୁ କ୍ଷତିର ସାମ୍ନା କରୁଛନ୍ତି। 

Osteoporosis: ପ୍ରତିଦିନ କ୍ଷୀର ପିଉଛନ୍ତି କି? ତଥାପି ହୋଇପାରେ ଅଷ୍ଟିଓପୋରୋଷିସ୍‌

୧୮ ମାସ ପରେ ପୁଣି ବଢ଼ିଲା
କର୍ଣ୍ଣାଟକରେ ନନ୍ଦିନୀ କ୍ଷୀର ସର୍ବାଧିକ ଲୋକପ୍ରିୟ। ଏହ ରାଜ୍ୟର ସବୁଠାରୁ ବଡ଼ ଦୁଗ୍ଧ ବ୍ରାଣ୍ଡ। ସରକାରଙ୍କ ତରଫରୁ କରାଯାଇଥିବା ବୃଦ୍ଧି ପରେ ନୀଳ ପ୍ୟାକେଟ ଟ୍ରୋଣ୍ଡ ‘କ୍ଷୀର’ର ଦର ୪୬ରୁ ୫୪ ଟଙ୍କା ପ୍ରତି ଲିଟର ହୋଇଛି। ନନ୍ଦିନୀ କ୍ଷୀର ବ୍ୟତୀତ ଦହି, ଘିଅ, ଆଇସସ୍କ୍ରିମ, ଚକଲେଟ ଏବଂ ଅନ୍ୟ ଦୁଗ୍ଧଜାତ ସାମଗ୍ରୀର ଦର ବଢ଼ିବା ଆଶଙ୍କା ଦେଖାଯାଇଛି। ସୂଚନାଯୋଗ୍ୟ ଗତ ନନ୍ଦିନୀ କ୍ଷୀରର ଗତବର୍ଷ ମାର୍ଚ୍ଚ-ଏପ୍ରିଲରେ ବଢ଼ିଥିଲା। ସେହି ସମୟରେ କ୍ଷୀର ଲିଟର ପିଛା ୪ ଟଙ୍କା ବୃଦ୍ଧି ହୋଇଥିଲଶ। ଏହା ପୂର୍ବରୁ ୨୦୨୪ ଜୁନ୍‌ ଏବଂ ୨୦୨୩ ଜୁଲାଇରେ ଦର ବୃଦ୍ଧି ହୋଇଥିଲା। 

Read Entire Article
LEFT SIDEBAR AD

Hidden in mobile, Best for skyscrapers.