minor girl case ୯ମ ଶ୍ରେଣୀ ଛାତ୍ରୀ ୫ ମାସର ଗର୍ଭବତୀ, ଯୁବକ ଅଟକ

1 hour ago 5
ARTICLE AD BOX

ଖରାଛୁଟିରେ ଘଟିଥିଲା ଯୌନ ଅପରାଧ

୫ ମାସ ପରେ ପଦାକୁ ଆସିଲା ଘଟଣା

ଅଭିଯୋଗ ପରେ ଯୁବକ ଅଟକ

ବୈଶିଙ୍ଗା: ମୟୁରଭଞ୍ଜ ଜିଲ୍ଲା ବଡ଼ସାହି ଥାନା ଅଞ୍ଚଳରେ ଜଣେ ନବମ ଶ୍ରେଣୀର ନାବାଳିକା ୫ ମାସର ଗର୍ଭବତୀ ଅଛନ୍ତି। ନାବାଳିକାଙ୍କ ପରିବାରର ଅଭିଯୋଗଭିତ୍ତିରେ ବଡ଼ସାହି ପୁଲିସ ମାମଲା ରୁଜୁ କରି ଅଭିଯୁକ୍ତ ଯୁବକଙ୍କୁ ଥାନାରେ ଅଟକ ରଖିଛି। 

ଅଭିଯୋଗ ଅନୁସାରେ, ଖରାଛୁଟି ସମୟରେ ଘରେ କେହି ନଥିବାର ସୁଯୋଗ ନେଇ ପଡ଼ୋଶୀ ଘରର ଜଣେ ଯୁବକ ନାବାଳିକାଙ୍କ ସହ ବଳପୂର୍ବକ ଦୁଷ୍କର୍ମ କରିଥିଲେ। ଘଟଣା ସମ୍ପର୍କରେ କାହାକୁ କହିଲେ ପରିଣାମ ଗୁରୁତର ହେବ ବୋଲି ଧମକ ଦେଇଛନ୍ତି। 

Minor girl: ନାବାଳିକାଙ୍କୁ ଛୁରି ଦେଖାଇ ଦୁଷ୍କର୍ମ: ୫ ମାସର ଗର୍ଭବତୀ, ଏମ୍‌କେସିଜିରେ ଭର୍ତ୍ତି

ଖରାଛୁଟି ଶେଷ ହେବା ପରେ ନାବାଳିକା ନିଜ ବିଦ୍ୟାଳୟ ହଷ୍ଟେଲକୁ ଫେରିଯାଇଥିଲେ। ତେବେ ଚଳିତ ସପ୍ତାହରେ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ପକ୍ଷରୁ କରାଯାଇଥିବା ପରୀକ୍ଷାରୁ ସେ ଗର୍ଭବତୀ ଥିବା ଜଣାପଡ଼ିଥିଲା। ଏନେଇ ବିଦ୍ୟାଳୟ ପକ୍ଷରୁ ପରିବାରକୁ ସୂଚନା ଦିଆଯାଇଥିଲା। ପରିବାର ଲୋକେ ନାବାଳିକାଙ୍କୁ ଡାକ୍ତରୀ ପରୀକ୍ଷା କରାଇବା ପରେ ସେ ପ୍ରାୟ ୫ ମାସର ଗର୍ଭବତୀ ଥିବା ଜଣାପଡ଼ିଥିଲା। ଏହାପରେ ନାବାଳିକା ସମସ୍ତ କଥା କହିଥିଲେ। ପୁଲିସ ଏନେଇ ୩୭୮/୨୦୨୬ନଂରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

Minor pregnancy: ପ୍ରଲୋଭନ ଦେଖାଇ ନାବାଳିକା ସହ ଶାରୀରିକ ସଂପର୍କ; ଦଶମ ଶ୍ରେଣୀ ଛାତ୍ରୀ ଗର୍ଭବତୀ

ପୁଲିସ ଅଭିଯୋଗରେ ନାମ ଥିବା ବଡ଼ସାହି ଥାନା ଅଞ୍ଚଳର ରବୀନ୍ଦ୍ର ସିଂଙ୍କୁ ଥାନାକୁ ଆଣି ଅଟକ ରଖିଛି। ଘଟଣାର ତଦନ୍ତ ସବ୍‌ଇନ୍ସପେକ୍ଟର ଅନିତା ସ୍ୱାଇଁଙ୍କ ନେତୃତ୍ୱରେ ଚାଲିଥିବା ଜଣାପଡ଼ିଛି। ନାବାଳିକାଙ୍କ ସୁରକ୍ଷା ଓ ଗୋପନୀୟତାକୁ ଦୃଷ୍ଟିରେ ରଖି ତାଙ୍କ ପରିଚୟ ପ୍ରକାଶ କରାଯାଉନାହିଁ। ଘଟଣାରେ ଅଭିଯୋଗର ସତ୍ୟତା, ଆଇନଗତ ଧାରା ଏବଂ ସମ୍ପୃକ୍ତ ଅନ୍ୟ ତଥ୍ୟ ପୁଲିସ ତଦନ୍ତ ପରେ ସ୍ପଷ୍ଟ ହେବ ବୋଲି ତଦନ୍ତ ଅଧିକାରୀ କହିଛନ୍ତି। 

Read Entire Article
LEFT SIDEBAR AD

Hidden in mobile, Best for skyscrapers.