Mobile towers: ମୋବାଇଲ ଟାୱାର ପାଇଁ ବାଧକ ସାଜିଛି ରାସ୍ତା, ରାସ୍ତା ନାହିଁ ବୋଲି ବସିପାରୁନି ୧୬ ଟାୱାର

6 days ago 3
ARTICLE AD BOX

ରାୟଗଡା: କେନ୍ଦ୍ର ସରକାରଙ୍କ ଡିଜିଟାଲ ଭାରତ ନିଧୀ(ଡିବିଏନ୍) ଦ୍ବାରା ପ୍ରଦତ୍ତ ପାଣ୍ଠି ବ୍ୟୟରେ ନିର୍ମାଣ ହେଉଥିବା ମୋବାଇଲ ଟାୱାର ରାସ୍ତା ନଥିବା ଯୋଗୁଁ କାର୍ଯ୍ୟକାରୀ ହେଉନଥିବା ସୂଚନାରୁ ଜଣାପଡିଛି । ଏନେଇ ପ୍ରୋଜେକ୍ଟ ଇମ୍ପ୍ଲିମେଣ୍ଟିଙ୍ଗ ଏଜେନ୍ସି(ପି ଆଇ ଏ) ରିପୋର୍ଟ ପ୍ରଦାନ କରିବା ପରେ କେନ୍ଦ୍ର ସରକାରଙ୍କ ଚେତା ପଶିଛି । ମୋବାଇଲ ଟାୱାର ନିର୍ମାଣ ପାଇଁ ଆବଶ୍ୟକ ସରଞାମ ନେବା ପାଇଁ ରାସ୍ତା ନଥିବାରୁ ପିଆଇଏ ରିପୋର୍ଟ କରିଥିଲା । ରାୟଗଡା ଜିଲ୍ଲାର ମୁନିଗୁଡା ବ୍ଲକକୁ ନୀତି ଆୟୋଗ ଆକାଂକ୍ଷା ଜିଲ୍ଲା ଘୋଷଣ କରିଥିବାବେଳେ ସେଠାରେ ମଧ୍ୟ ରାସ୍ତା ନଥିବାରୁ ମୋବାଇଲ ଟାୱାର ସ୍ଥାପନ ହୋଇପାରୁନାହିଁ ।

ଆହୁରି ପଢନ୍ତୁ :“ଆମେ Gen-Z... ନିୟମ ମାନିବୁନି!” ଲଦାଖ ଚେକ୍‌ପୋଷ୍ଟରେ ଯୁବତୀଙ୍କ ହଙ୍ଗାମା...

ଏନେଇ ରାଜ୍ୟ ସରକାରଙ୍କ ଇଲେକ୍ଟ୍ରୋନିକ୍ସ ଏବଂ ଇନଫର୍ମେସନ ଡିପାର୍ଟମେଣ୍ଟର ସ୍ବତନ୍ତ୍ର ସଚିବ ପ୍ରଦୀପ କୁମାର ରାଉତ ଜିଲ୍ଲାପାଳଙ୍କୁ ରାସ୍ତାର ସ୍ଥିତି ଏବଂ ରାସ୍ତା କାମ ସାରିବା ପାଇଁ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଚିଠି ଲେଖିଛନ୍ତି । ଯାତାୟତ ପାଇଁ ସାମାନ୍ୟ ରାସ୍ତା ନଥିବାରୁ ମୋବାଇଲ ଟାୱାର ପାଇଁ ଆବଶ୍ୟକ ସରଞ୍ଜାମ ଏବଂ ବେସ୍ ଟ୍ରାନ୍ସିଭର ଷ୍ଟେସନ୍ସ(ବିଟିଏସ) ସ୍ଥାପନା ପାଇଁ ଅସୁବିଧା ହେଉଥିବା ଏବଂ ଏହି ପ୍ରକଳ୍ପ ବିଳମ୍ବିତ ହେଉଥିବା ନେଇ ପିଆଇଏ କେନ୍ଦ୍ର ଟେଲିକମ୍ ବିଭାଗକୁ ସୂଚନା ପ୍ରଦାନ କରିଥିଲା । ଏନେଇ କେନ୍ଦ୍ର ଟେଲିକମ ଡାଇରେକ୍ଟର ଜେନେରାଲ ଆନନ୍ଦ ‌ଖାରା ଗତ ମାସରେ ଓଡିଶା ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖି ଜଣାଇଥିଲେ । ସୂଚନାରୁ ଜଣାପଡିଛି ରାୟଗଡା ଜିଲ୍ଲାର କାଶିପୁର ବ୍ଲକର ସର୍ବାଧିକ ଏପରି ଗ୍ରାମ ରହିଛି ଯେଉଁଠି ଡିଜିଟାଲ ଭାରତ ନିଧୀ ଯୋଜନାରେ ମୋବାଇଲ ଟାୱାର ସ୍ଥାପନା ପାଇଁ ପ୍ରସ୍ତାବ ରହିଛି, କିନ୍ତୁ ରାସ୍ତା ନଥିବା ଯୋଗୁଁ ହୋଇପାରୁନାହିଁ । ଏପରିକି ନୀତି ଆୟୋଗ ଦ୍ବାରା ଆକାଂକ୍ଷା ବ୍ଲକରେ ମୁନିଗୁଡାରେ ମଧ୍ୟ ସମାନ ପରିସ୍ଥିତି ରହିଛି । କାଶିପୁର ବ୍ଲକର ଡେରଞ୍ଜା, ଖାରୀକଣା, ଓଡାଜଲ୍, ଲେଖାପାଇ, ମାଳୀପଦର, ପେରେଗ୍, ଟିକରଧୁଳିଗୁଡା, ମାଣ୍ଡିତୁନେସା, କଞ୍ଚାମୁଁହି, ସେମେର, ମୁନିଗୁଡା ବ୍ଲକର ଢ଼ାମଣପଙ୍ଗା, ସାନକାନ୍ଦୁଲପଡା, ବିଷମକଟକ ବ୍ଲକର କୋଣ୍ଡାବାଲିଗାଁ, ଗୁଡାରି ବ୍ଲକର ଗୁନୁଜୁଗୁଡା, କଲ୍ୟାଣସିଂହପୁର ବ୍ଲକର କୋଲେଟି ଓ ରାୟଗଡା ବ୍ଲକର ଟୁଡୁଲେଲେରି । ‌

ଆହୁରି ପଢନ୍ତୁ :Lakhmanananda saraswati: ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ଜନ୍ମଶତବାର୍ଷିକୀ ମହୋତ୍ସବରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ ଓ ସମ୍ବଲପୁର ସାଂସଦ

ଏନେଇ କେନ୍ଦ୍ର ସରକାରଙ୍କ ଟେଲିକମ୍ ସେକ୍ରେଟାରୀ ରାସ୍ତାର ସ୍ଥିତି ତୁରନ୍ତ ଜଣାଇବାକୁ ଚିଠି କରିଥିଲେ । ଚିଠିରେ ଉଲ୍ଲେଖକରି କୁହାଯାଇଥିଲା ଯେ ଯେଉଁ ସାଇଟଗୁଡିକ ପାଇଁ ରାସ୍ତା ନିର୍ମାଣ କରାଯାଇପାରିବ ତାହାର ବିବରଣୀ ଦେବା ସହ ସଡକ ସୁନିଶ୍ଚିତ କରାଯାଉ ଏବଂ ଯେଉଁଠି ଆଦୌ ରାସ୍ତା ନିର୍ମାଣ ହୋଇପାରିବ ନାହିଁ ତାହା ମଧ୍ୟ ଉଲ୍ଲେଖ କରିବେ । ଯେଉଁ ସାଇଟଗୁଡିକ ରାସ୍ତା ସୁନିଶ୍ଚିତ ହୋଇପାରିବ ନାହିଁ ସେହି ସ୍ଥାନରେ ପ୍ରସ୍ତାବିତ ମୋବାଇଲ ଟାୱାରକୁ ସ୍ଥଗିତ ରଖାଯିବ ଏବଂ ଯାତାୟତ ସୁନିଶ୍ଚିତ ହେଲେ ଟାୱାର ନିର୍ମାଣ କରାଯିବ । ଏଠାରେ ସୂଚନାଯୋଗ୍ୟ ଯେ ଡିଜିଟାଲ ଭାରତ ନିଧୀ(ଡିବିଏନ୍) ଯୋଜନା ଅନ୍ତର୍ଗତ ରାୟଗଡା ଜିଲ୍ଲା ସମେତ କୋରାପୁଟ, ମାଲକାନଗିରି, କଳାହାଣ୍ଡି, କନ୍ଧମାଳ, ଗଜପତି, ଗଞ୍ଜାମ , ଖୋର୍ଦ୍ଧା ଏବଂ କେନ୍ଦୁଝର ଜିଲ୍ଲାର ୭୧ଟି ଗ୍ରାମକୁ ରାସ୍ତା ନଥିବାରୁ ମୋବାଇଲ୍ ଟାୱାର ପ୍ରତିଷ୍ଠା ହୋଇପାରୁନାହିଁ । ସଂପୃକ୍ତ ଜିଲ୍ଲାପାଳମାନଙ୍କୁ ଏନେଇ ତୁରନ୍ତ ରିପୋର୍ଟ ପ୍ରଦାନ କରାଯିବା ପାଇଁ କୁହାଯାଇଛି ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.