Money Embezzlement Case ଜମାକାରୀଙ୍କ ୧୪ଲକ୍ଷ ଟଙ୍କା ହଡ଼ପ ମାମଲା: ୧୧ବର୍ଷ ପରେ ପୋଷ୍ଟମାଷ୍ଟର ଗିରଫ

1 hour ago 1
ARTICLE AD BOX

ଭୁବନେଶ୍ୱର (ହିତେଶ ନାୟକ):  ଡାକ ଜମାକାରୀଙ୍କ ଲକ୍ଷ ଲକ୍ଷ ଟଙ୍କା ହଡ଼ପ କରି ସିବିଆଇ ସହ ୧୧ ବର୍ଷ ଧରି ଲୁଚକାଳି ଖେଳ ଖେଳୁଥିଲେ। ଏବେ ଏହି ଖେଳର ପୂର୍ଣ୍ଣଛେଦ ପଡ଼ିଛି। ଫେରାର ଥିବା ତତ୍କାଳୀନ ଶାଖା ପୋଷ୍ଟମାଷ୍ଟର ଶବ୍ଦା ସ୍ୱାଇଁଙ୍କୁ ଭୁବନେଶ୍ବର ସିବିଆଇ ଟିମ୍‌ ବରଗଡ଼ ଜିଲ୍ଲାରୁ ଗିରଫ କରିଛି। ପରିବାରର ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ସେ ବରଗଡ଼ ଆସିଥିବା ବେଳେ ତାଙ୍କୁ ଗିରଫ କରାଯାଇଥିବା ଜଣାପଡ଼ିଛି।

CBI: ଜେନସୋଲ୍ ଓ ବ୍ଲୁ-ସ୍ମାର୍ଟ ପ୍ରବର୍ତ୍ତକଙ୍କ ବିରୋଧରେ ସିବିଆଇ ମାମଲା

ସୂଚନା ମୁତାବକ, ଶବ୍ଦା ସ୍ୱାଇଁ ୨୦୦୮ରୁ ୨୦୧୪ ମଧ୍ୟରେ ବୋଣ୍ଡା ଶାଖା ଡାକଘରରେ ଶାଖା ପୋଷ୍ଟମାଷ୍ଟର ଭାବେ କାର୍ଯ୍ୟରତ ଥିଲେ। ଏହି ସମୟରେ ଜମାକାରୀଙ୍କଠାରୁ ସଂଗ୍ରହ କରାଯାଇଥିବା ୧୩ ଲକ୍ଷ ୯୮ ହଜାର ୨୩୨ ଟଙ୍କା ସରକାରୀ ହିସାବରେ ଜମା ନକରି ହଡ଼ପ କରିଥିଲେ। ଜମାକାରୀଙ୍କ ପାସ୍‌ବୁକ୍‌ରେ ଜାଲିଆତି କରି ଟଙ୍କା ଜମା ହୋଇଥିବା ଦର୍ଶାଇ  ଜାଲ ନଥିପତ୍ର ମଧ୍ୟ ପ୍ରସ୍ତୁତ କରିଥିଲେ। ସିବିଆଇର ଆଣ୍ଟି କରପସନ୍‌ ଖାଖା ଭୁବନେଶ୍ୱର ପକ୍ଷରୁ ମାମଲା ରୁଜୁ କରାଯାଇ ତନାଘନା ଆରମ୍ଭ ହୋଇଥିଲା। 

CBI Busts Massive Cyber Fraud: ନକଲି ସୁପ୍ରିମକୋର୍ଟ ୱେବସାଇଟ୍ ଜରିଆରେ ''ଡିଜିଟାଲ୍ ଗିରଫଦାରୀ''ର ଧମକ: ୧୬ ରାଜ୍ୟରେ ସିବିଆଇର ବଡ଼ ଚଢ଼ାଉ, ୨ ଗିରଫ

୨୦୧୫ ମସିହା ଡିସେମ୍ବର ୩୧ରେ ତାଙ୍କ ବିରୋଧରେ ଚାର୍ଜ ଫ୍ରେମ୍‌ ହୋଇଥିଲା। ସେବେଠାରୁ ସିବିଆଇ ଗିରଫଦାରି ଭୟରେ ସେ ଫେରାର ହୋଇଯାଇଥିଲେ। ତାଙ୍କ ବିରୋଧରେ ୨୦୨୨ରେ ଅଦାଲତ ପକ୍ଷରୁ ଜାମିନବିହୀନ ଗିରଫ ପରୱାନା(ଏନ୍‌ବିଡବ୍ଲ୍ୟୁ) ମଧ୍ୟ ଜାରି ହୋଇଥିଲା। ଦୀର୍ଘଦିନ ଧରି ଅଭିଯୁକ୍ତଙ୍କୁ ଧରିବା ପାଇଁ ସିବିଆଇ ଲଗାତାର ଉଦ୍ୟମ ଜାରି ରଖିଥିଲା। ତେବେ ସେ ବରଗଡ଼ ଅଞ୍ଚଳରେ ନିଜ ସମ୍ପର୍କୀୟଙ୍କ ଏକ ଉତ୍ସବରେ ଯୋଗଦେବା କଥା ସିବିଆଇ ଜାଣିବାକୁ ପାଇଥିଲା। ଏହାପରେ ସିବିଆଇର ଏକ ସ୍ବତନ୍ତ୍ର ଟିମ୍‌ ତୁରନ୍ତ ବରଗଡ଼ ଯାଇ ସେଠାରେ ଅତର୍କିତ ଚଢ଼ଉ କରି ଶବ୍ଦାଙ୍କୁ ଗିରଫ କରିଥିଲା। 

CBI Trap Case ସିବିଆଇ ହାତରେ ଧରାପଡ଼ିଲେ ଏମ୍‌ସିଏଲ୍‌ ସୁରକ୍ଷା ଅଧିକାରୀ

ଗିରଫ ପରେ ଶବ୍ଦାଙ୍କୁ ଭୁବନେଶ୍ୱରର କାର୍ଯ୍ୟାଳୟକୁ ଆଣି ମାରାଥନ ଜେରା କରାଯାଇଛି। ପରେ ତାଙ୍କୁ ଭୁବନେଶ୍ବର ସିବିଆଇ କୋର୍ଟରେ ହାଜର କରାଯାଇଥିଲା। ତେବେ ମାମଲାର ଅଧିକ ଖୋଳତାଡ଼ ପାଇଁ ସିବିଆଇ ତାଙ୍କୁ ରିମାଣ୍ଡରେ ଆଣିବାକୁ ଯୋଜନା କରୁଥିବା ଜଣାପଡ଼ିଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.